ଝିଅକୁ ବୁଝାଇଲେ ସାତ୍ୟକି ମିଶ୍ର, କ୍ୟାନ୍ସରରେ ସିନା ମୋ ଚେହେରା ପରିବର୍ତ୍ତନ ହୋଇଗଲା…କିନ୍ତୁ ତତେ..।

କ୍ୟାନ୍ସର ପରେ ଯଦି ସାତ୍ୟକି ମିଶ୍ରଙ୍କୁ ଅଧିକ ଚିନ୍ତାରେ ପକାଇଥିଲା ତାହା ଥିଲା କେବଳ ପରିବାର। ନିଜ ପରିବାର କଥା ଭାବି ସବୁବେଳେ କାନ୍ଦି ଥିଲେ ସାତ୍ୟକି ମିଶ୍ର। ଆଉ ସେଥିପାଇଁ ତ ନିଜର ଗୋଟିଏ ପୋଷ୍ଟରେ ମଧ୍ୟ ଲେଖାଯାଇଛି ଯେ ଝିଅ ତୁ ଚିନ୍ତା କରନି ମୁଁ ଆଜି ବି ବଞ୍ଚିଛି ଆଉ ଭଗବାନ ବହୁତ ବଡ଼ ଆମେ ବହୁତ ଦିନ ବଞ୍ଚିବୁ।

ସବୁବେଳେ ଝିଅ ବାପାଙ୍କୁ ଟିଭିରେ ଓ ଫିଲ୍ମରେ ଦେଖି ଖୁସି ହେବା ସହିତ କହୁଥିଲା ମୋ ବାପା ମୋ ପାଇଁ ସବୁବେଳେ ହିରୋ। ଆଉ ଆଜି ସେହି ବାପାଙ୍କ ସହ ଯାହା ଘଟିଗଲା ତା ପରେ ଝିଅର ମନକୁ ବହୁତ କଷ୍ଟ ହୋଇଛି। ବାପାଙ୍କୁ ମୁଖ କ୍ୟାନ୍ସର ହେଲା ଆଉ ମୁହଁ ବଙ୍କେଇ ଗଲା ତଥାପି ଝିଅର ସାହସ ବଢ଼େବା ପାଇଁ ବାପା ସାତ୍ୟକି ମିଶ୍ର ଝିଅକୁ ସବୁବେଳେ କହିଲେ ମୁଁ ବଞ୍ଚିଛି ଆମେ ଆହୁରି ଆଗକୁ ଯିବା।

ତେବେ ଏମିତି ମଣିଷର ଧର୍ଯ୍ୟ ଏବଂ ସାହାସକୁ ମାନିବାକୁ ପଡିବ। ଜୀବନ ଆଜି ଏମିତି ମୋଡ଼ରେ ନେଇ ଛିଡା କରିଦେଇଛି ଯାହା ସେ କେବେବି ସ୍ୱପ୍ନରେ ସୁଧା ଭାବିନଥିଲେ। ୧ ବର୍ଷ ଯାଏଁ ଯନ୍ତ୍ରଣାରେ ଛଟପଟ ହେଲେ। କେବେବି ଭାବି ନଥିଲେ ଯେଉଁ ଗୁଟକା ତମ୍ବାଖୁ ସାଧାରଣ ଭାବେ ପାଟିରେ ପକେଇ ଦେଉଥିଲେ ସେଇ ଗୁଟକା ତମ୍ବାଖୁ ତାଙ୍କ ଜୀବନ ନେବାକୁ ବସିବ। ଆଉ ଆଜି ଯେତେବେଳେ ସୋସିଆଲ ମିଡିଆରେ ନିଜ ଭିଡିଓ ପୋଷ୍ଟ କରି ଲୋକଙ୍କୁ ସତର୍କ କରାଇଛନ୍ତି ସେତେବେଳେ ତାଙ୍କୁ ଦେଖି ଅନେକ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସାତ୍ୟକି ମିଶ୍ରଙ୍କ ସହିତ ଏ କଣ ଘଟିଗଲା। ଏ କେମିତି ହେଲା କାରଣ ସାତ୍ୟକି ମିଶ୍ରଙ୍କ ମୁହଁ ଆଉ ଆଗ ପରି ନଥିଲା ପୁରା ବଦଳି ଯାଇଛି। ଗତ ୧ ବର୍ଷ ତଳେ ତାଙ୍କ ମୁହଁ ଅପରେସନ ହୋଇଛି। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି। ଖାସ କରି ମାଦକ ଦ୍ରବ୍ୟ ସେବନ ଓ ତମ୍ବାଖୁ ସେବନ ନକରିବା ପାଇଁ ଏବେ ସେ ସମସ୍ତଙ୍କୁ ନେହୁରା ହୋଇ ନିବେଦନ
କରୁଛନ୍ତି। ମୁଁ ବହୁତ କଷ୍ଟ ଯନ୍ତ୍ରଣା ଭୋଗିଛି ଦୁଃଖ ଭୋଗିଛି ଆପଣ ମାନେ ବି ବୁଝିବାକୁ ଚେଷ୍ଟା କରନ୍ତୁ ଏମିତି କାହା ସହିତ ନହେଉ। ମୋ ଭଳି କଷ୍ଟ ନମିଳୁ କାହାକୁ। ଏଭଳି ସାତ୍ୟକି ମିଶ୍ର କହିଛନ୍ତି।

ଅଭିନେତା ସାତ୍ୟକି ମିଶ୍ର କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗତ ୧ ବର୍ଷ ତଳେ ତାଙ୍କ ମୁଖ ଅପରେସନ ହୋଇଛି। ଆଉ ୧ ବର୍ଷର ଯନ୍ତ୍ରଣାକୁ ତାଙ୍କ ଛାତିରେ ଚାପି ରଖିଥିଲେ ଆଉ ଏବେ ସୋସିଆଲ ମିଡିଆରେ ଆସି ଅନେକ ଦର୍ଶକଙ୍କୁ ଆଉ ସାଧାରଣ ଲୋକଙ୍କୁ ଆଉ ନିଜ ଭାଇ ବନ୍ଧୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଗୁଟକା ତମ୍ବାଖୁ ସିଗାରେଟ ଏ ସବୁଠାରୁ କେମିତି ଦୂରେଇ ରହିବାକୁ ପଡିବ ନଚେତ ମୁଁ ଯେଉଁ କଷ୍ଟ ଭୋଗୁଛି ମୋ ସହିତ ଯାହା ହୋଇଛି ଆପଣ ମାନଙ୍କ ସହିତ ବି ତାହା ଘଟିବ। ଯାହା ଆଉ ମୁଁ କେବେବି ଦେଖି ପାରିବିନି। ଆଉ କଷ୍ଟକୁ ମୁଁ ମୋ ନିଜ ପାଖରୁ ଦେଖିଛି। ମୁଁ ନିଜେ ସହିଛି ଏ କଷ୍ଟ କେମିତି। ୧ ବର୍ଷର ଲୁହ ମୋ ଆଖିରେ ଏମିତି ଶୁଖି ଯାଇଛି।

Leave a Reply

Your email address will not be published. Required fields are marked *