“ଆମ ବାହାଘରକୁ ୧୦ ବର୍ଷ ହେବାକୁ ଯାଉଛି କିନ୍ତୁ ୧୬ ବର୍ଷ ହେବ ମୁଁ ଛନ୍ଦି ହୋଇଥିଲି, ଏବେ ବାହାରିଲି” : ଅନୁଭବ ମହାନ୍ତି ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବହୁ ଚର୍ଚ୍ଚିତ ଓଲିଉଡ କଳି ସୁପର ଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ମାମଲା ରେ ଏବେ ନୂଆ ମୋଡ ଆସିଛି । ଯାହାକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଗୁରୁବାର ଦିନ ମାନ୍ୟବର ହାଇ କୋର୍ଟ ଦୁହିଙ୍କର ଛାଡପତ୍ରକୁ ନେଇ ମଞ୍ଜୁରୀ ଦେଲା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ଆଉ ଏହି ଖୁସିକୁ ବୟାନ କରିବାକୁ ଯାଇ ଅନୁଭବ ମହାନ୍ତି ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତୁ ନଜର ପକାଇବା ପୁରା ଖବର ବିଷୟରେ । ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ “ଯଦି ଜଣେ ରହିବାକୁ ଚାହୁଁ ଥାନ୍ତେ ସତରେ ତା ହେଲେ ସେ ଏତେ ବାଟ ଆଗେଇ ନ ଥାନ୍ତେ ।

ସମ୍ପର୍କ ରେ ଏତେ ତିକ୍ତତା ଆସି ନ ଥାନ୍ତା । ଆଜି ଆମେ ଅଲଗା ହୋଇକି ମୁଁ କଣ ସାରା ଓଡିଶା ଏତେ ଖୁସି ହୋଇ ନ ଥାନ୍ତେ । ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ରାଜନୈତିକ ଫାଶ ଭିତରେ ମୋତେ ବାନ୍ଧି ଦିଆ ଯାଇଥିଲା । ଯେଉଁଥିରେ ମୁଁ ୧୬ ବର୍ଷ ହେବ ଛନ୍ଦି ହୋଇଥିଲି । ଗତ ୩-୪ ବର୍ଷ ସବୁଠାରୁ ମୋ ପାଇଁ କଷ୍ଟକର ଥିଲା ।

ମୋ ବିଷୟରେ ଯେଉଁ ମାନେ ଜାଣିଛନ୍ତି ସେମାନେ ସମସ୍ତେ ମୋତେ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତେ ମୋ ପାଇଁ ପ୍ରାର୍ଥନା କରିଛନ୍ତି । କେତେ ଲୋକ ମୋର ଓ ମୋ ପରିବାର ର ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରିଥିବେ । ଆମ ବାହାଘରକୁ ଆଉ ମାସକ ଭିତରେ ୧୦ ବର୍ଷ ହେବାକୁ ଯାଉଛି । କିନ୍ତୁ ମୁଁ ଗତ ୧୬ ବର୍ଷ ହେବ ଛନ୍ଦି ହୋଇ ରହିଥିଲି ଆଉ ଏବେ ବାହାରିଲି । ମୁଁ କାହାକୁ କିଛି କହିପାରୁ ନ ଥିଲି । ମୁଁ ଜାଣି ନ ଥିଲି ସମ୍ପର୍କରେ ଏତେ ତିକ୍ତତା ଆସିପାରେ । ମୋର କିଛି ଅନ୍ଦାଜ ବି ନ ଥିଲା ଏହି ବିଷୟରେ । ବିରାଟ ବଡ ନିସ୍ପତି ପାଇଁ ମୋତେ ବହୁତ ମାତ୍ରାରେ ମୁକୁଳିବାର ରାସ୍ତା ଦେଖାଇଛି । ଯାହା ବି ଆଇନଗତ ସମସ୍ଯା ରହିଛି ତାହା ଜଲ୍ଦି ସମାଧାନ ହେଉ । ମୁଁ ଚାହେଁ ବର୍ଷା ଆଗକୁ ବଢନ୍ତୁ । ଖୁସିରେ ରୁହନ୍ତୁ ।

ମୋ ପରିବାର ଟିକେ ହସି ଦେଲେ ମୋ ଦେହରେ ସହେ ସିଂହର ବଳ ଆସିଯିବ । ଭଲ ପାଇବା କରିଥିଲି । ସବୁ କ୍ଷେତ୍ରରେ କିନ୍ତୁ ହାର ଦେଖିଲି । କଷ୍ଟ ଦେଖିଲି ଯନ୍ତ୍ରଣା ପାଇଲି । ଆଉ ଏବେ ଯାହାକୁ ଭଲ ପାଇବି ବହୁତ ଅଧିକା ଭଲ ପାଇବି । ମୁଁ ଯେତିକି ଭଲ ପାଇବି ତା ଠାରୁ ଅଧିକ ତାଙ୍କ ଠାରୁ ମୁଁ ଆଶା କରିବି । ସେ ମୋତେ ଓ ମୋ ପରିବାରକୁ ସେତିକି ଭଲ ପାଇବା ଦେବେ” ।

Leave a Reply

Your email address will not be published. Required fields are marked *