ଛୋଟ ବେଳେ କଣ୍ଢେଇ ଭାବି ରକି କୁ ତଳେ କଚାଡ଼ି ଦେଇଥିଲି
ୟୁଟୁବରେ ବି କ୍ୟାରିଅର କରିହବ । କିନ୍ତୁ ମୋର ଟିକେ ଇଚ୍ଛା ଯେ ମୋତେ ବଡ଼ ପରଦାରେ ଦେଖିବାକୁ। ଆମର ଲାଇଫରେ ଟର୍ନିଂ ଗୋଟେ ପଏଣ୍ଟ ଆଣିଥିଲେ ମିଷ୍ଟର ଦେବା ଭାଈ। ତାଙ୍କ ସହିତ ଆମେ ଭଲ ଭିଡ଼ିଓ କଲୁ। ଯେମିତି ରକି ଆଉ ମୁଁ ଗୋଟେ ଭଲ ସାଙ୍ଗ ସେମିତି ଦେବା ଭାଈ ଆଉ ମୁଁ ଗୋଟେ ଭଲ ସାଙ୍ଗ। ଆଗକୁ ଆମେ ମିଶିକି ସାଙ୍ଗ ହୋଇ କାମ କରିବୁ। ଆଉ ଦେବା ଭାଈଙ୍କ ସହ ମିଶି ଆଲବମ୍ ହଉ କି ଫିଲ୍ମ ହଉ ଆମେ ନିଜେ ପ୍ରୋଡ୍ୟୁସ୍ କରିବୁ, ଯେଉଁଥିରେ ହିରୋ ହବ ରକି।
ମୁଁ ମୋ ନିଜକୁ ଗର୍ବ କରେ ଯେ ମୁଁ ମିଡିଲ କ୍ଲାସ୍ ପରିବାରରେ ଜନ୍ମ ହେଇଛି ଯଦି ମୁଁ ବହୁତ୍ ରିଚ୍ ପରିବାରରେ ଜନ୍ମ ହେଇଥାନ୍ତି ତାହେଲେ ନିଜକୁ କେବେ ଘଷି ଘଷି ଡାଇମଣ୍ଡ କରିପାରି ନଥାନ୍ତି। ସବୁ ମଣିଷ କଳାକାର ହେଇପାରିବେ । ଖାଲି ଆମେ ନୁହେଁ ଯେ କଳାକାର । ଆରେ ମୁଁ ତ ପରିସ୍ଥିତିରେ ପଡ଼ି କଳାକାର। ମୋର କଳାକାର ହେବା ପାଇଁ ଇଚ୍ଛା ନଥିଲା। ମୁଁ ତ ଭାବୁଥିଲି ମୁଁ ଗୋଟେ ଆଇ.ଏ.ଏସ୍. ଅଫିସର ହେବି କି ଗୋଟେ କଲେକ୍ଟର ହେବି। ଆଉ ଯେତେବେଳେ ବଡ଼ ହେଲି ସେତେବେଳେ ମୋ ସାଙ୍ଗକୁ କହିଲି ଯେ ମୁଁ ତତେ କୋଡ଼ିଏ ଟଙ୍କା ପଠାଉଛି, ତୁ ମୋତେ କୋଡ଼ିଏ ଟଙ୍କା ପଠା ମୋତେ ସ୍କ୍ରାଚ୍ କାର୍ଡ୍ ମିଳିବ।
ଏଭଳି ପରିସ୍ଥିତି ମୋର ଆସିଛି। ପ୍ରଥମେ ମୁଁ ଯେତେବେଳେ ଜନ୍ମ ନେଲି ମାଆ ଡାକୁଥିବେ ବିକି ଆ ଧାଇଁ ଆ, ଖାଇବୁ ଆ। ରକି ଯେତେବେଳେ ଜନ୍ମ୍ ହେଲା ମୋ ମାଆ ମୋତେ କହିଲେ ମୁଁ କଟକ ଯାଉଛି ତୋ ପାଇଁ ଗୋଟେ କଣ୍ଢେଇ ଆଣିବି ଯିଏ ଆଖି ମିଟିମିଟି କରୁଥିବ। ମୁଁ ପୁରା ଆଶ୍ଚର୍ଯ୍ୟ ମୋ ମାଆ ଖାଲି ଆଖି ମିଟିମିଟିଆ କଣ୍ଢେଇ ସହିତ ଖେଳୁଛି ମୋ ସହ ଖେଲିବୁନି।
ମାଆ କହିଲେ ଯେ ଇଏ ପରା ତ ସାନ ଭାଇ। ଛୋଟ ବେଳେ କଣ୍ଢେଇ ଭାବି ରକିକୁ ତଳେ କଚାଡ଼ି ଦେଇଥିଲି। କଥାରେ ଅଛି ରାଜାର ହବୁନି ସାନ ପୁଅ କି ଘରର ହବୁନି ବଡ଼ ପୁଅ । ଯଦି ରାଜାର ସାନ ପୁଅ ହବୁ ରାଜ୍ୟ ପାଇବୁନି ଆଉ ଯଦି ଘରର ବଡ଼ ପୁଅ ହବୁ ତାହେଲେ ସବୁ ଜିମ୍ମେଦାରୀ ତୋ ମୁଣ୍ଡରେ। ଇଏ ସିନା କହୁଛି କିନ୍ତୁ ପ୍ରକୃତରେ ଜିମ୍ମେଦାରୀଟା ମୁଁ ହିଁ ନଉଛି।
ଆମ ଘର ସେତେବେଳେ ଟାଇଲ ଘର ଥାଏ ଥରେ ମୁଁ ରାତିରେ ଶୋଇଥାଏ, ଛାତ ଉପରୁ ପାଣି ଟୋପେ ପଡ଼ିଲା ମୁଁ କହିଲି ମାଆ କଣ ବର୍ଷା ହଉଛି କି ମାଆ କହିଲା ନାରେ ଆମ ଘରେ ଗୋଟେ ମେସିନ୍ ଲାଗିଛି ନା ପାଣି ପଡ଼ିଲେ ଥଣ୍ଡା ଲାଗିବ। ୟୁଟୁବରୁ ଯେତେବେଳେ ପଇସା ଆସେ ମୁଁ ମୋ ମାଆଙ୍କ ଆକାଉଣ୍ଟକୁ ପଇସା ପଠେଇ ଦିଏ। କେଉଁଠି କଣ ପଇସା ଖର୍ଚ୍ଚ କରାଯିବ ମାଆ ସେଇଟା ଜଗି ରଖି ଖର୍ଚ୍ଚ କରନ୍ତି। ମୋ ମାଆର କିଛି ଖର୍ଚ୍ଚ ନାହିଁ। ତାର ଚା’ ଟିକେ ହେଲେ ଶାନ୍ତି। ମୋର ବି କିଛି ଖର୍ଚ୍ଚ ନାହିଁ।
ଆମେ ତ ଅବକାରୀ ବିଭାଗରେ ଡିପାର୍ଟମେଣ୍ଟ ନେଇନୁ ଏଯାଏଁ ।ସେଇଟା ତ ଭବିଷ୍ୟତ କଥା। କିନ୍ତୁ ସେସବୁରେ ଆମର ଏଯାଏଁ କିଛି ଖର୍ଚ୍ଚ ନାହିଁ। ପାନ, ଗୁଟଖା, ଗଞ୍ଜେଇ, ଅଫିମ ସେସବୁରେ ଆମର କିଛି ଖର୍ଚ୍ଚ ନାହିଁ। କଣ୍ଟେଣ୍ଟ ସବୁଆଡ଼େ ଥାଏ। ଆମେ ଟ୍ରେଣ୍ଡିଂ ଟପିକକୁ ନେଇ କାମ କରୁ। ଗୋଟେ ଥାଏ ହାର୍ଡ ୱର୍କ ଆଉ ଗୋଟେ ଥାଏ ସ୍ମାର୍ଟ ୱର୍କ୍। ହାର୍ଡ ୱର୍କରେ ଯଦି ଆପଣ କାମ କରିବେ ତାହେଲେ ଖଟି ଖଟି ଆପଣ କାମ କରୁଥିବେ ହେଲେ ପଇସା ମିଳୁ ନଥିବ। କିନ୍ତୁ ଯଦି ଆପଣ ସ୍ମାର୍ଟ ୱର୍କରେ କାମ କରିବେ ନା ତାହେଲେ ପଇସା ମିଳିବ। ତେଣୁ ଆମେ ହାର୍ଡ ୱର୍କକୁ ପ୍ରଶୟ ନଦେଇ ସ୍ମାର୍ଟ ୱର୍କରେ କାମ କରୁ। ଯେମିତି ଟ୍ରେଣ୍ଡିଂ ଟପିକ କଣ ଆସିଛି ତାକୁ ନେଇ ଗୋଟେ କମେଡି କରିବା। କମେଡିରେ ଲୋକଙ୍କ ଟେଷ୍ଟ ଜାଣିବାଟା ଭାରି କଷ୍ଟ।