“ଜାଗୃତିଙ୍କୁ ଜାଣିଶୁଣି ବଦ୍‌ନାମ କରାଗଲା… ଆମ ବାହାଘରର ସାଢେ ୬ ବର୍ଷ ଭିତରେ ତ ସେ ନଥିଲେ” : ଅନୁଭବ ମହାନ୍ତି।

ଓଲିଉଡର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଗତ ୨୧ ତାରିଖରେ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଥିଲେ । ତଳ କୋର୍ଟଙ୍କ ରାୟକୁ ଖାରଜ କରି ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ । ପୂର୍ବରୁ ପରିବାର କୋର୍ଟ ଏହି ମାମଲାର ଶୁଣାଣି କରି ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ । ଏବେ ହାଇକୋର୍ଟଙ୍କ ରାୟ ପରେ ଷ୍ଟାର ଦମ୍ପତ୍ତିଙ୍କୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେବେ ହାଇକୋର୍ଟ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର ନେଇ ଅନୁମତି ଦେବା ପରେ ଏବେ ଅନୁଭବଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସଭିଙ୍କ ନଜର ରହିଛି । ବନ୍ଧୁଗଣ ବର୍ଷା ଓ ଅନୁଭବଙ୍କ ପାରିବାରିକ କଳହ ମାମଲା ଚାଲିଥିବା ସମୟରେ ଜାଗୃତି ନାମକ ଏକ ମହିଳା ଖୁବ ଚର୍ଚାକୁ ଆସିଥିଲେ । ଯାହାଙ୍କୁ ଅନୁଭବ ନିଜର ବହୁତ ଭଲ ଏକ ବାନ୍ଧବୀର ପରିଚୟ ଦିଅନ୍ତି । ତେବେ କିଛି ଲୋକ ଅନୁଭବ ବର୍ଷାଙ୍କ ମଧ୍ୟରେ ଦେଖା ଯାଇଥିବା ଫାଟ ଆଉ ଡିଭୋର୍ସ ହେବା ପଛରେ ତାଙ୍କ ବାନ୍ଧବୀ ଜାଗୃତିଙ୍କୁ ଦାୟୀ କରୁଥିଲେ ।

ଏହାକୁ ନେଇ ନିକଟରେ ଅନୁଭବ ମିଡ଼ିଆ ସାମ୍ନାରେ ମୁହଁ ଖୋଲିଛନ୍ତି । ତେବେ ଅନୁଭବ କହିଛନ୍ତି ତାଙ୍କ ବାପାଙ୍କ ଅପରେସନ୍ ସରିବା ପରେ ସେ ଡିଭୋର୍ସ ପାର୍ଟି ଦେବେ । ଜାଗୃତି ଶୁକ୍ଲା ମ୍ୟାଡାମଙ୍କ ବିଷୟରେ କହିବାକୁ ଯାଇ ଅନୁଭବ କହିଥିଲେ ବହୁତ୍ ଭଲ ମଣିଷ ସିଏ । ଏମିତି ନୁହେଁ କି ତାଙ୍କ ସହ ଯେବେଠୁ ପରିଚୟ ହେଲା ସେବେଠାରୁ ଜାଗୃତିଙ୍କୁ ବଦନାମ କରୁଛନ୍ତି ।

୨୦୧୪/୧୫ ଯେବେ ଠାରୁ ଅନୁଭବ ତାଙ୍କୁ ଜାଣିଛନ୍ତି ଜାଗୃତି ଇକୁଆଲ୍ ରାଇଟ୍ସ ପାଇଁ ଲଢ଼ି ଆସିଛନ୍ତି । ଏଭଳି ଜଣେ ଲେଡିଙ୍କ ପାଇଁ ରେସପେକ୍ଟ ଅନ୍ତର ଭିତରୁ ଆସେ । ଆଉ ତାଙ୍କ ପାଇଁ ଅନୁଭବଙ୍କ ମନରେ ସମାନ ଫିଲିଙ୍ଗସ୍ ଅଛି । କିନ୍ତୁ ତାଙ୍କ ପାଇଁ ଜାଗୃତିଙ୍କୁ ଯେଉଁ ଅପମାନ କରାଗଲା ବା ତାଙ୍କୁ ଜାଣି ଶୁଣିକି ବହୁ ଜିନିଷରେ ଘୋଷାଡ଼ା ଗଲା ସେଥିପାଇଁ ସେ ବହୁତ୍ ଭୋଗିଛନ୍ତି ଆଉ କଷ୍ଟ ମଧ୍ୟ ପାଇଛନ୍ତି । ଆଉ ଯେଉଁ ମାନେ କହୁଛନ୍ତି ଜାଗୃତିଙ୍କ ଯୋଗୁଁ ଡିଭୋର୍ସ ଘଟିଲା ସେମାନଙ୍କୁ ସ୍ପଷ୍ଟ କରାଇ ଅନୁଭବ କହିଥିଲେ ଯେ ୨୦୧୪ରେ ବିବାହ ହୋଇଥିଲା ଆଉ ସେ ଡିଭୋର୍ସ ଫାଇଲ୍ କଲେ ୨୦୨୦ରେ ତୋ ସେହି ସାଢ଼େ ୬ ବର୍ଷ ଭିତରେ ଜାଗୃତି ନଥିଲେ ତେବେ ତାଙ୍କୁ ଦାୟୀ କଣ ପାଇଁ କରାଯାଉଅଛି ।

Leave a Reply

Your email address will not be published. Required fields are marked *