ଛାଡ଼ପତ୍ର ପାଇଁ ବର୍ଷା ନେବେ ବଡ଼ ପଦକ୍ଷେପ। ବର୍ଷାଙ୍କ ପାଖରେ ଅଛି ଦୁଇଟି ରାସ୍ତା।
ଛାଡ଼ପତ୍ର ବିବାଦରେ ପଡିଯିବ ପୂର୍ଣଛେଦ। ସବୁଦିନ ପାଇଁ ଅଲଗା ହିଇଯିବେ ବର୍ଷା। ଜିତିଛନ୍ତି ଅନୁଭବ କିନ୍ତୁ ବର୍ଷା କରିବେ କ’ଣ? ବର୍ଷାଙ୍କ ସେହି ବଡ଼ ପଦକ୍ଷେପକୁ ନେଇ ଚର୍ଚ୍ଚା। କୋର୍ଟରୁ ଛାଡ଼ପତ୍ର ପାଇଁ ଅନୁମତି ମିଳିବା ପରେ ଅନୁଭବ ଖୁସି ଅଛନ୍ତି। ଯିଏ ଏବେ ସବୁଦିନ ପାଇଁ ବର୍ଷାଙ୍କ ଠାରୁ ଦୂରେଇ ଯିବେ। ହୋଇଯିବ ଛାଡ଼ପତ୍ର। କିନ୍ତୁ ଏପଟେ ବର୍ଷା ଆଗକୁ ଯେଉଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ସେହି କଥାକୁ ନେଇ ଆଲୋଚନା ଏବଂ ଚର୍ଚ୍ଚା ଜୋର ଧରିଛି।
କାରଣ ଆଗରୁ ଯେତେବେଳେ ଅନୁଭବ ଛାଡ଼ପତ୍ର ପାଇଁ ବାରମ୍ବାର ଆବେଦନ କରୁଥିଲେ କିନ୍ତୁ ବର୍ଷା ମିସିକି ରହିବାକୁ ଆବେଦନ କରୁଥିଲେ। ଆଉ ଏଭଳି ଲଗାତାର କୋର୍ଟରେ ଚାଲିଥିଲା ବିଚାର। ରାୟ ଆସୁଥିଲା କିନ୍ତୁ ନାଁ ହୋଇ ପାରୁଥିଲା ଛାଡ଼ପତ୍ର ନାଁ ଦୁହେଁ ମିସିକି ରହି ପାରୁଥିଲେ। ତେବେ ସେହି ସମୟରୁ ଅନୁଭବ ମହାନ୍ତି ବାରମ୍ବାର ସୋସିଆଲ ମିଡିଆରେ ଆସି ନିଜ ଛାତି ଭିତରେ ଥିବା ଦୁଃଖ କଷ୍ଟକୁ କହୁଥିଲେ। ସେ ଯେମିତି ହେଉ ବର୍ଷାଙ୍କ ଠାରୁ ଅଲଗା ହୋଇକି ରହିବେ। କିନ୍ତୁ ଅନୁଭବ ଜିତି ପାରୁନଥିଲେ କେସ କି ହୋଇ ପାରୁନଥିଲା ଛାଡ଼ପତ୍ର।
ଆଉ ଏବେ ଯେତେବେଳେ ଅନୁଭବଙ୍କ ପକ୍ଷରେ ଆସିଛି ରାୟ ଛାଡ଼ପତ୍ର ପାଇଁ ମିଳିଯାଇଛି ଅନୁମତି ଖୁସି ହୋଇଯାଇଛନ୍ତି ଅନୁଭବ। ଆଉ ଏହି ସମୟରେ ବର୍ଷାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେ ସତରେ କଣ ବର୍ଷା କେସ ଲଢ଼ିବେନି କଣ ସତରେ ଅନୁଭବ ବର୍ଷା ପରସ୍ପର ଠାରୁ ଅଲଗା ହୋଇଯିବେ। ଯେଉଁଠି ସବୁବେଳେ ବର୍ଷା ଅନୁଭବଙ୍କ ସହ ଏକାଠି ରହିବାକୁ ଆବେଦନ କରୁଥିଲେ। ଏବେ କଣ ବର୍ଷା କୋର୍ଟ ଯାଇ ଆଉ କେସ ଲଢ଼ିବେନି କି?
ତେବେ ଏଠାରେ ଜଣେଇ ଦେବାକୁ ଚାହିଁବୁ ଏବେ ବର୍ଷାଙ୍କ ପାଖରେ କେବଳ ୨ ଟି ବାଟ ଯାହାକୁ ନେଇ ଚର୍ଚ୍ଚା ହେଉଛି ଯେ ବର୍ଷା ହୁଏତ ଅନୁଭବଙ୍କ ଛାଡ଼ପତ୍ରରେ ରାଜି ହୋଇ ଜୀବନସାରା ପରସ୍ପର ଠାରୁ ଦୂରେଇ ଯାଇପାରନ୍ତି କିମ୍ବା ପୁଣି ଥରେ ବର୍ଷା ଆଇନର ଆଶ୍ରୟ ନେଇପାରନ୍ତି। ତେବେ ଏଠାରେ ଜଣେଇ ଦେବାକୁ ଚାହିଁବୁ ଏହି ନ୍ୟାୟ ପରେ ଯଦି ବର୍ଷା ଆଇନର ପୁଣି ଥରେ ଆଶ୍ରୟ ନିଅନ୍ତି ତେବେ ହଇରାଣ କରିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଯିବ ବୋଲି ଅନୁଭବ କହିଛନ୍ତି।
ତେବେ ସାଂସଦ ଅନୁଭବ ମହାନ୍ତି ଆଉ ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ। ତେବେ ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଆଉ ତଳ ଦିନର ପରିବାର ଅଦାଲତକୁ ମଧ୍ୟ ମାନ୍ୟବର ହାଇକୋର୍ଟ ଖାରଜ କରିଛନ୍ତି। ତେବେ ଜାଣିବାକୁ ବାକି ରହିଲା ଆଗକୁ ଯାଇ ଏ ଘଟଣା କେଉଁ ମୋଡ଼ ନେଉଛି।