ଚାହିଁଥିଲେ ଜଗା ଚାଲିଗଲେ ଭକ୍ତ । ଜଗା ଦର୍ଶନ କଲେ ଆଉ ଜଗାକୁ ଚାହିଁ ଚାହିଁ ଚାଲିଗଲେ…।

ସମସ୍ତଙ୍କର ଇଚ୍ଛା ଜନ୍ମ ହେଲା ବେଳେ କଇଁ କଇଁ ହୋଇ କାନ୍ଦିଥିଲେ ଆଉ ଚାଲି ଯିବା ବେଳେ କାଳିଆ କାଳିଆ ବୋଲି ଡାକୁଥିବେ । ଦର୍ଶକବନ୍ଧୁ ଆଜି କାଳିଆ ଆଗରେ ଗୋଟେ ଭକ୍ତର ଜୀବନ ଚାଲି ଯାଇଛି ତାହା ପୁଣି ଶ୍ରୀମନ୍ଦିର ଭିତରେ । ସଭିଙ୍କର ଇଚ୍ଛା ଥାଏ ମରିବା ପରେ କାଳିଆ ସାଥୀରେ ଲୀନ ହୋଇଯିବା ପାଇଁ । ଆଉ ଆଜି ସତକୁ ସତ ଜଣେ ଭକ୍ତ କାଳିଆର କଳା ଅନ୍ଧାର ରେ ମିଶି ଯାଇଛି । ହଁ ଆଜ୍ଞା ସେ ହେଉଛନ୍ତି ପ୍ରଫୁଲ୍ଲ କୁମାର୍ ସାହୁ । କାଳିଆକୁ ଖୁବ୍ ଭଲ ପାଆନ୍ତି ସେଥିପାଇଁ ତୋ ଟିକେ କାମରୁ ଫୁରସତ୍ ମିଳିଲେ ଶ୍ରୀ ଜଗନ୍ନାଥ ଧାମ ପୁରୀକୁ ଧାଇଁ ଯାଆନ୍ତି।

ଆଉ କାଳିଆକୁ ଦେଖି ଖୁସିରେ ଉତ୍ଫୁଲ୍ଲିତ ହୋଇ ଉଠନ୍ତି । ଆଉ କାଳିଆ ମଧ୍ୟ ତାଙ୍କୁ ବହୁତ୍ ଭଲ ପାଆନ୍ତି । ସେଥିପାଇଁ ତ ଥରେ ନୁହେଁ ଦୁଇଥର ନୁହେଁ ବାରମ୍ବାର ତାଙ୍କୁ ପୁରୀ ଡ଼କାଇ ଥାଆନ୍ତି । ଆଉ ଏଥର ବୋଧହୁଏ ପ୍ରଫୁଲ୍ଲଙ୍କୁ କାଳିଆ ଅଧିକ ଭଲ ପାଇଲେ । ସେଥିପାଇଁ କାଳିଆ ତାଙ୍କ ଘନ ଅନ୍ଧାରରେ ପ୍ରଫୁଲ୍ଲଙ୍କୁ ମିଶେଇ ନେଲେ । ହଁ ଦର୍ଶକବନ୍ଧୁ ଶ୍ରୀମନ୍ଦିର ଭିତରେ ଜଗା ଆଗରେ ଜଣେ ଭକ୍ତର ଜୀବନ ଚାଲିଗଲା ।

ଦର୍ଶକବନ୍ଧୁ ଏମିତି ଭି ମୃତ୍ୟୁ ଆସେ । ଘରୁ ହଁସ ଖୁସିରେ ବାହାରି ଆସିଥିଲେ ପୁରୀ ଜଗା ଦର୍ଶନ କରି ଅଭଡ଼ା ଖାଇ ଘରକୁ ଫେରିବେ ବୋଲି ହେଲେ କିଏ ଜାଣିଥିଲା ଶ୍ରୀ ମନ୍ଦିର ଭିତରେ ହିଁ ତାଙ୍କ ଜୀବନ ଦୀପ ଲିଭିଯିବ ବୋଲି । କାଳିଆକୁ ଦେଖୁ ଦେଖୁ ପ୍ରାଣ ଉଡ଼ିଯିବ । ଦର୍ଶକବନ୍ଧୁ ୨୨ ପାହାଚରେ ଚାଲୁ ଚାଲୁ ସ୍ବର୍ଗ ଦ୍ବାରକୁ ଚାଲିଯିବେ ବୋଲି । ଏଭଳି ସୌଭାଗ୍ୟ ମିଳିଛି ପ୍ରଫୁଲ୍ଲ କୁମାର ସାହୁଙ୍କୁ । ତେବେ ସୂଚନାଯୋଗ୍ୟ ଅନୁଗୁଳ ଜିଲ୍ଲା ବନ୍ତୁଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁକୁଡ଼ଲା ଗ୍ରାମର ପ୍ରଫୁଲ୍ଲ କୁମାର ସାହୁ ରବିବାର ଦିନ ପରିବାର ସହିତ ପୁରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିଲେ ।

ଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ବହୁତ୍ ଖୁସିରେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଜଗାର ଦର୍ଶନ ପାଇ ଜଗନ୍ନାଥଙ୍କୁ ଚାହିଁ ରହିଥିବା ବେଳେ ସେହି ଠାରେ ହିଁ ସେ ଟଳି ପଡ଼ିଲେ । ଦର୍ଶକବନ୍ଧୁ ଶ୍ରୀମନ୍ଦିର ଭିତରେ ତାଙ୍କ ଜୀବନ ଚାଲିଗଲା । ପ୍ରଫୁଲ୍ଲ କହିଥିଲେ ସେ ମଲା ପରେ ତାଙ୍କ ଆଖି ଦୁଇଟା ଦାନ କରିବା ପାଇଁ ଆଉ ତାହାସତ ହୋଇଛି ।

Leave a Reply

Your email address will not be published. Required fields are marked *