ଅନୁଭବ ବର୍ଷା କେବେ ଏକାଠି ଥିଲେ କି ?

ଦେଖନ୍ତୁ ଯେତେବେଳେ ଆମେ ବର୍ଷା ଅନୁଭବଙ୍କ କଥା ଆଲୋଚନା କରିଥିଲେ ପୂର୍ବରୁ ଯେଉଁଦିନ ତଳ କୋର୍ଟରେ ରାୟଟା ପ୍ରକାଶ ପାଇଥିଲା । ସେଇଟା ବାସ୍ତବିକ୍ ମୁଁ କେବଳ ନୁହେଁ ଯଦି ଆପଣ ଦେଖିବେ ସାରା ଓଡ଼ିଶାର ଲୋକ ଏବଂକୋଣ ଅନୁକୋଣରେ ଥିବା ଓଡ଼ିଆ ଲୋକମାନେ, ଯେଉଁମାନେ ଓଡ଼ିଶାକୁ ଭଲ ପାଆନ୍ତି। ସେମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ରାୟଟାକୁ ଦେଖିକି। କାହିଁକି ନା ସେଇ ରାୟରେ ଲେଖା ହେଇଥିଲା ନା ସେମାନଙ୍କର ଡାଇଭୋର୍ସ ଆଲାଓ ହଉଛି, ନା ସେମାନେ ମିଶିକି ରହୁଛନ୍ତି। ଏଇ ଯେଉଁ ଗୋଟେ ଆଶ୍ଚର୍ଯ୍ୟ ପ୍ରକାର ସାପ ମରିବନି କି ବାଡ଼ି ବି ଭାଙ୍ଗିବନି। କେଉଁଠି ନା କେଉଁଠି ସେ ରାୟଟାକୁ ଦେଖିବେ, ସେଦିନ ଆମେ ଅସନ୍ତୋଷ ପ୍ରକାଶ କରିଥିଲୁ ।

ଗୋଟେ ସ୍ତ୍ରୀକୁ କୋର୍ଟ କୌଣସି ପ୍ରକାରେ ବାଧ୍ୟ କରିପାରିବେ ନାହିଁ ତାର ସ୍ଵାମୀ ପାଖରେ ରହିବା ପାଇଁ କି ତାର ଶଶୁର ଘରେ ରହିବା ପାଇଁ। ଯଦି ଜଣକୁ ଗୋଟେ ଫୋର୍ସଫୁଲି ଜବରଦସ୍ତି ରଖାହବ ତାହେଲେ କଉଁଠି ନା କଉଁଠି ତାର ଫଣ୍ଡାମେନ୍ଟାଲ ରାଇଟର କଥା ସଂପୂର୍ଣ୍ଣ ଭାବେ ମାଟିରେ ଧୂଳିସାତ ହେଇଯିବ।ଯେତେବେଳେ ଗୋଟେ ସ୍ତ୍ରୀ ଲୋକଟିଏ ଫିଲ୍ କରୁଛି ଯେ ଏଇ ଘରେ ମୋତେ ବିପଦ ରହିଛି। ପୁଣି ପର ମୁହୂର୍ତ୍ତରେ କହୁଛି ମୁଁ ସେଇଠି ରହିବି। ତାର ମାନେ କଣ? କଉଁଠି ନା କଉଁଠି ଏଇଟା ମିଛ ନହେଲେ ସେଇଟା ମିଛ।କଉଁଠି ନା କଉଁଠି ଏଇଟା ଆପଣ କ୍ଲିଅର୍ ହେଇଯିବେ ଯେ ସିଏ କେବଳ ତାର ସ୍ଵାମୀ ଆଉ ପରିବାରକୁ ବିଦ୍ଧିବଦ୍ଧ ଭାବେ ଟର୍ଚର୍ କରିବା ପାଇଁ ଗୋଟେ ଫର୍ମୁଲା ତିଆରି କରୁଛି। ସେ ବର୍ଷା ହୁଅନ୍ତୁ କି ଅନୁଭବ ହୁଅନ୍ତୁ କି ଭାରତ ବର୍ଷରେ ଯେତେ ଡାଇଭୋର୍ସ୍ କେଶ୍ ପେଣ୍ଡିଂ ଅଛି ସେମାନେ ହୁଅନ୍ତୁ।

ଏବଂ ଜଜମେଣ୍ଟ ଯେବେ ପ୍ରକାଶ ପାଇଥିଲା ଆମେ ବି ଅସନ୍ତୋଷ ପ୍ରକାଶ କରିଥିଲୁ। ଯେହେତୁ ମୁଁ ପୁରୁଷ ମାନଙ୍କ ରାଇଟସ୍ ପାଇଁ କାମ କରୁଛି ମୁଁ ବେଶୀ ଅସନ୍ତୋଷ ପ୍ରକାଶ କରିଥିଲି। ଗୋଟେ ଲୋକ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସେକ୍ସଟା ହେଉଛି ଗୋଟେ ବାଇଓଲୋଜିକାଲ୍ ନିଟ। ସେଇଟା ବିବାହ ପରେ ଆପଣ ଜାଣିଥିବେ ଘରେ ବାପା ମାଆ ଜାଣିଥିବେ, ଭାଈ ଜାଣିଥିବେ , ବନ୍ଧୁ ଜାଣିଥିବେ, ଟୋଟାଲ ସୋସାଇଟି ଜାଣିଥିବେ ଯେ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଗୋଟେ ରିଲେସନଟା ରୁହେ। ବାହାଘର ପରେ ଯଦି ସେ ଝିଅ ହେଉଥାଉ କି ପୁଅ ହେଉଥାଉ, କି ସ୍ଵାମୀ ହେଉଥାଉ କି ସ୍ତ୍ରୀ ହେଉଥାଉ ଯଦି ସେ କନ୍ଜୁଗେସନ୍ ପାଇଁ ଏଗ୍ରି କରୁନାହିଁ ତାହେଲେ ଆପଣ ସେଠି ଫିଲ୍ କରିବେ ଯେ ସେ ପୁଅ ଚାହୁଁଛି ସେ ଝିଅକୁ ଟର୍ଚର୍ କରିବା ପାଇଁ କି ସେ ଝିଅ ଚାହୁଁଛି ପୁଅକୁ ଟର୍ଚର୍ କରିବା ପାଇଁ।

ଯଦି ଜଣେ ଲୋକ ଆଉ ଜଣଙ୍କୁ ଚଟକଣିଟେ ମାରିଦେଲା ସେ ତମକୁ ଓଲଟି ଚଟକଣିଟେ ମାରିଲା। ମୋତେ କିଛି ସମୟ ପାଇଁ ସେଇ ପର୍ଯ୍ୟନ୍ତ କଷ୍ଟ ହବ। କିନ୍ତୁ ଯଦି ଆପଣ ମୋର ହାର୍ଟକୁ ମାରିବେ , ମାନସିକ ଭାବେ କୁଟାରଘାତ କରିବେ ସେଇ ଯେଁଉ କଷ୍ଟଟା ଆପଣ ବଞ୍ଚିଥିବା ପର୍ଯ୍ୟନ୍ତ ଭୁଲି ପାରିବେ ନାହିଁ। ଯେଉଁଟାକୁ କୁହାଯାଏ ମାନସିକ ନିର୍ଯ୍ୟାତନା। ଯେଉଁ ମାନସିକ ନିର୍ଯାତନାଟାକୁ ମାନ୍ୟବର କୋର୍ଟ ନିଜେ ଫିଲ୍ କରିଛନ୍ତି ଆଉ ତାଙ୍କର ଓପିଲଟିକୁ ଗ୍ରହଣ କରିଛନ୍ତି। ଆଉ ବିଚାର ପରେ ନିଶ୍ଚିତ ଭାବେ ଡାଇଭୋର୍ସଟା ଆଗକୁ ଫାଇନାଲ ରୂପେ ଆଲାଓ ମଧ୍ଯ ହବ। ଅନୁଭବ ଆଉ ବର୍ଷା କଉଁଠି ଯୋଡ଼ାଯୋଡ଼ି ହେଇକି ଥିଲେ କି। ବିବାହର ଫୋଟୋଗ୍ରାଫି ଦିନ ଅନୁଭବ ଆଉ ବର୍ଷାଙ୍କୁ ମେଳ କରିଦବନି ବୋଲି ତ ସିଏ ଥାର୍ଡ ପାର୍ଟି ହେଇକି ଆସିଛି ଯୌତୁକ ହିସାବରେ। ସେମାନେ ପରା ମୂଳରୁ ଅଲଗା ଅଲଗା। ବର୍ଷା ଯଦି ମେନ୍ଟେନାନ୍ସ୍ ନ ମାଗିବେ ତାଙ୍କ ନାଁ ଭାରତ ଇତିହାସରେ ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେଇ ରହିବ ।

Leave a Reply

Your email address will not be published. Required fields are marked *