“ଲମ୍ବା ସମୟ ଧରି ଖେଳ ଚାଲିଛି । ଗୋଟେ କୋର୍ଟରୁ ଆଉ ଗୋଟେ କୋର୍ଟ, ବେଟର ୨ଜଣ ଜଣ ଅଲଗା ହୋଇଯାଅ”…।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ନିଶ୍ଚୟ ଯେ ବହୁତ୍ ଦିନ ଧରି ଥମିବାର ନାଁ ନେଉଥିବା ବର୍ଷା ଓ ଅନୁଭବ ପାରିବାରିକ କଳି । କିନ୍ତୁ ବର୍ତମାନ ସମୟରେ ଅନୁଭବ ମହାନ୍ତିଙ୍କ ପାଇଁ ଆସିଛି ଖୁସି ଖବର । ଶେଷରେ ଆଖିର ଲୁହ ପୋଛି ଖୁସି ହେଲେ ଅନୁଭବ । ହେଇ ପାରୁନଥିଲା ଛାଡ଼ପତ୍ର କିନ୍ତୁ ଏତେ ଦିନ ପରେ ମିଳିଲା ନ୍ୟାୟ । ୨୦୨୦ରୁ ଲଗାତାର ଭାବରେ ୩/୪ ବର୍ଷ ହେଲା କୋର୍ଟରେ ମାମଲା ଚାଲିଥିଲା । ଏମିତି କି କେତେବେଳେ ଫେମିଲି କୋର୍ଟ ପରେ କେତେବେଳେ ହାଇକୋର୍ଟ ତ ସୁପ୍ରିମ କୋର୍ଟ ସବୁଆଡ଼େ ଦୌଡୁଥିଲେ ଆଉ ଚାଲିଥିଲା ଛାଡ଼ପତ୍ର ପାଇଁ ଆବେଦନ । ହେଲେ ହୋଇ ପାରୁନଥିଲା ଛାଡ଼ପତ୍ର । କିନ୍ତୁ ଏବେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ ।
ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଦୁଇ ଓଲିଉଡ୍ ଷ୍ଟାରଙ୍କ ଘରକଳି ବାରମ୍ବାର ପଦାରେ ପଡ଼ିଛି । ଅନେକ ଥର ଦୁହେଁ ଦୁହିଁଙ୍କ ବିରୋଧରେ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ଦୀର୍ଘ ୩ ବର୍ଷରୁ ଅଦାଲତରେ ଚାଲିଥିବା ପାରିବାରିକ କଳହରେ ବିଜୟୀ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହି ଲମ୍ବା ବିବାହ ବିଚ୍ଛେଦ ମାମଲାର ଫଳାଫଳ ଶେଷରେ ଅନୁଭବଙ୍କ ସପକ୍ଷରେ ରହିଛି ।
ଏହାକୁ ନେଇ ଜଣେ ସମାଜସେବୀ ନିକଟରେ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ, ଅଧିକ ଲମ୍ବା ସମୟ ଧରି କେଶ୍ କୋର୍ଟରେ ଚାଲୁଛି ତାହା ପାଇଁ ବହୁତ୍ ଲୋକ ସଫର୍ ହେଉଛନ୍ତି । ତେଣୁ ଏବିକା ସମୟରେ ଲ’ ଅପଗ୍ରେଟ୍ ହେବା ଦରକାର । ଅନୁଭବ ବର୍ଷାଙ୍କ ଘଟଣାରେ ଏବେ ହାଇକୋର୍ଟ ଅନୁମତି ଦେଇଛନ୍ତି ସବୁ ପ୍ରୁଫ ଦେଖିଲା ପରେ । ଗୋଟିଏ ଲମ୍ବା ସମୟ ଧରି ଖେଳ ଚାଲିଥିଲା । ପ୍ରଥମେ ତଳ କୋର୍ଟ, ହାଇକୋର୍ଟ ତାପରେ ସୁପ୍ରିମ କୋର୍ଟ । ତେଣୁ ବର୍ତମାନ ସମୟ ରେ ଏହା ହିଁ ଭଲ ହେବ ଯେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯିବା ଦରକାର ।
ହାଇକୋର୍ଟର ଯେଉଁ ରାୟ ଆସିଛି ତାହାକୁ ଗ୍ରହଣ କରିକି ଦୁହେଁ ଦୁଇଜଣଙ୍କ ଜୀବନରେ ଆଗକୁ ବଢନ୍ତୁ କାହିଁକି ନା ବହୁତ୍ ହେଇଗଲା । ଏତେ ଲମ୍ବା ଟାଇମ୍ ଧରି ଯେଉଁ ଚାଲିଥିଲା ସେଥିରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କିନ୍ତୁ ଏହା ଆମ ସୋସାଇଟ ଉପରେ ମଧ୍ୟ ଖରାପ୍ ପ୍ରଭାବ ପକାଉଛି ଯେ ଆମ ଲ’ ଟା କଣ ବୋଲି । ଲ’ ଉପରେ ଲୋକଙ୍କ ଭରସା ମଧ୍ୟ ରହୁନି । ତେବେ କେବଳ ଅନୁଭବ ଜଣେ ସାଂସଦ ଓ ସେଲିବ୍ରିଟି ବୋଲି ହେଉଛି ତାହା ନୁହେଁ ସାଧାରଣ ଲୋକଙ୍କ ଜୀବନରେ ମଧ୍ୟ ହେଉଛି । ଓକିଲ ମାନେ ପଇସା ଲୋଭରେ କେଶ୍ ଏତେ ଲମ୍ବା ଟାଣୁଛନ୍ତି ଆଉ ଆଗକୁ ସେପରି ନହେବା ପାଇଁ ଲ’ ଅପଗ୍ରେଟ୍ ହେବା ଦରକାର ବୋଲି ସମାଜସେବୀ ଯୁବତୀ ଜଣକ କହିଛନ୍ତି ।