ହାଇକୋର୍ଟରୁ ନ୍ୟାୟ ମିଳିବା ପରେ ଆଖିରୁ ଲୁହ ପୋଛିଲେ ସୁପରଷ୍ଟାର ଅନୁଭବ ମହାନ୍ତି ।

ଆଜି ଆଖିରେ ଲୁହ ପୋଛି ଖୁସି ହେଲେ ଅନୁଭବ । ହେଇ ପାରୁନଥିଲା ଛାଡ଼ପତ୍ର ଆଉ ଆଜି ମିଳିଲା ନ୍ୟାୟ । ୨୦୨୦ରୁ ଲଗାତାର ଭାବରେ ୩/୪ ବର୍ଷ ହେଲା କୋର୍ଟରେ ମାମଲା ଚାଲିଥିଲା । ଏମିତି କି କେତେବେଳେ ଫେମିଲି କୋର୍ଟ ପରେ କେତେବେଳେ ହାଇକୋର୍ଟ ତ ସୁପ୍ରିମ କୋର୍ଟ ସବୁଆଡ଼େ ଦୌଡୁଥିଲେ ଆଉ ଚାଲିଥିଲା ଛାଡ଼ପତ୍ର ପାଇଁ ଆବେଦନ । ହେଲେ ହୋଇ ପାରୁନଥିଲା ଛାଡ଼ପତ୍ର । ହେଲେ ଅନୁଭବ ମହାନ୍ତିଙ୍କ ପାଇଁ ଆସିଛି ଏଭଳି କିଛି ଖୁସି ଖବର । ଆଜ୍ଞା ହଁ ବନ୍ଧୁଗଣ ସାଂସଦ ଅନୁଭବ ମହାନ୍ତି-ବର୍ଷା ବିବାହ ବିଚ୍ଛେଦ ମାମଲା ।

ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିବାର ଅଦାଲତ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ପୂର୍ବରୁ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ । ହେଲେ ଏବେ ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି ମିଳିଛି । ପୂର୍ବରୁ ଦୁଇ ଓଲିଉଡ୍‌ ଷ୍ଟାରଙ୍କ ଘରକଳି ବାରମ୍ବାର ପଦାରେ ପଡ଼ିଛି । ଅନେକ ଥର ଦୁହେଁ ଦୁହିଁଙ୍କ ବିରୋଧରେ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଏଇ ନିକଟରେ ମଧ୍ୟ ସୋସିଆଲ୍ ମିଡିଆରେ ପୁଣି ଭିଡିଓ ଛାଡ଼ି ଛାଡ଼ପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ଦୀର୍ଘ ୩ ବର୍ଷରୁ ଅଦାଲତରେ ଚାଲିଥିବା ପାରିବାରିକ କଳହରେ ବିଜୟୀ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହି ଲମ୍ବା ବିବାହ ବିଚ୍ଛେଦ ମାମଲାର ଫଳାଫଳ ଶେଷରେ ଅନୁଭବଙ୍କ ସପକ୍ଷରେ ରହିଛି । ପତ୍ନୀ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପାଇଁ ଅଦାଲତରୁ ମିଳିସାରିଛି ଅନୁମତି । ଏହି ରାୟ ପରେ ଅନୁଭବଙ୍କ ଆଖିରେ ଳୁହ ଆସିଯାଇଛି । ତେବେ ନିଜକୁ ସମ୍ଭାଳିବା ପରେ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ସେ ପ୍ରସ୍ତୁତ ହୋଇଛନ୍ତି । ଏହାସହ ସେ ନିଜର ଦ୍ୱିତୀୟ ବିବାହ ପାଇଁ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ।

ରାଜଧାନୀ ଦିଲ୍ଲୀରେ ଥାଇ ଏ ସମ୍ପର୍କରେ ସେ ଏକ ବଡ଼ ଖବର ଦେଇଛନ୍ତି । ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ କହିଛନ୍ତି ଯେ, ବର୍ଷା ଏବଂ ତାଙ୍କ ଭିତରେ ଚାଲିଥିବା ବିବାଦର ଅନ୍ତ ହୋଇ ସାରିଛି । ବିବାହ ବିଚ୍ଛେଦ ପାଇଁ କୋର୍ଟରୁ ଅନୁମତି ମିଳିସାରିଛି । କିନ୍ତୁ ତାଙ୍କ ବାପା ଏବେ ବି ଅସୁସ୍ଥ ଥିବାରୁ ଏହି ମୁହୂର୍ତ୍ତକୁ ହୃଦୟଙ୍ଗମ କରି ପାରିନାହାନ୍ତି । ତେଣୁ ବାପା ସୁସ୍ଥ ହେଲେ ଏବଂ ଏହି ମୁହୂର୍ତ୍ତକୁ ଭଲ ଭାବରେ ଅନୁଭବ କରିବା କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *