କଥା କହିଲା ମୂଷା ; ଏବେ କାନ୍ଦୁଛନ୍ତି ଯୁବତୀ ! ଯୁବତୀଙ୍କୁ ବୁଝାଇଲେ ସେବାୟତ, କହିଲେ…

ଆଜିକାଲିର ସମୟରେ କିଛି ଏମିତି ପ୍ରକାରର କାର୍ଯ୍ଯ କଳାପର ଭିଡ଼ିଓ ସବୁ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ । ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରେ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନାର ବିଷୟ ପାଲଟିଯାଏ । ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରିନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ ।

ଆଜ୍ଞା ହଁ ନିକଟରେ ଏପରି କିଛି ଦେଖିବାକୁ ମିଳିଥିଲା ଯେ ମୂଷା କହୁଥିଲା ଜୟ ଜଗନ୍ନାଥ । ଜଗା ଦର୍ଶନ ପାଇଁ ଜଣେ ମହିଳା ଦୁଇ ମୂଷାଙ୍କୁ ଧରି ଆସିଥିଲେ । ସିଂହଦ୍ୱାରରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିଲେ ମୂଷା ଦୁଇଟି । ଏହି ଦୃଶ୍ୟ ଦେଖିଲେ କାହାରିକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । ତେବେ ଏହି ମୂଷା କହୁଥିବାକୁ ନେଇ ନିକଟରେ ଅନେକ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଯାହାକୁ ନେଇ ଉକ୍ତ ଯୁବତୀ ଜଣକ କୁଆଡ଼େ ବହୁତ୍ ମନ ଦୁଃଖ କରିଛନ୍ତି । ଆଉ ଯୁବତୀଙ୍କ ଦୁଃଖ ସହି ପାରି ନାହାଁନ୍ତି ସେବାୟତ ।

ଆଉ ୟେ ହେଉଛନ୍ତି ସେହି ସେବାୟତ ଯିଏ ସେଦିନ ପାଖରେ ଛିଡା ହୋଇଥିଲେ ଏବଂ ନିଜ ଦୁଇ ଆଖିରେ ଦେଖିଥିଲେ ଦୁଇଟି ମୂଷାଙ୍କୁ । ଯେ ମୂଷା ଗୁଡ଼ିକ କିଭଳି ପ୍ରଶ୍ନର ଉତ୍ତର ଦେଉଥିଲେ । ଆଉ ଏହାକୁ ଦେଖି ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ ସେବାୟତ । ସେବାୟତ କହିଥିଲେ ସେ ଝିଅର ପ୍ରତ୍ୟେକ କଥାରେ ରେସପୋନ୍ସ ଦେଉଛି ସେଇଟା ହିଁ ବଡ଼କଥା । ଝିଅଟି ଜଣେ ଭକ୍ତ ହିସାବରେ ଦର୍ଶନ ପାଇଁ ଯାଇଥିଲା ଭାଇରାଲ୍ ହେବାକୁ ଆସି ନଥିଲା କିନ୍ତୁ ହଁ ଝିଅକୁ ଖରାପ୍ କହିକି କିଛି ୟୁ ଟ୍ୟୁବର ଲୋକ ନିଜେ ଭାଇରାଲ ହେବା ପାଇଁ ଚାହୁଁଛନ୍ତି ବୋଲି ସେବାୟତ କହିଛନ୍ତି । ଯାହାକି କେବେ ପ୍ରଭୁ ଜଗନ୍ନାଥ ସହିବେ ନାହିଁ ନିଶ୍ଚୟ ତା ଫଳ ଭୋଗିବେ ସେମାନେ ।

ସେବାୟତ ସମସ୍ତ ୟୁ-ଟ୍ୟୁବରଙ୍କୁ ଅନୁରୋଧ କରି ଆହୁରି ମଧ୍ୟ କହିଛନ୍ତି ଯେ, ଜଗନ୍ନାଥଙ୍କ ଶରଣରେ ଯିଏ କେହି ଭି ଆସିଛି, ସେ ମଣିଷ, ଛେଳି, ମେଣ୍ଢା କୁକୁର ଯିଏ କେହି ଭି ହେଉ ନା କାହିଁକି ତାଙ୍କୁ ଭୁଲ୍ ରେ ମଧ୍ୟ ଟ୍ରୋଲ କରିବେନି । ଯଦି ଟ୍ରୋଲ କରିବେ ତାର ପରିଣାମ ବହୁତ୍ ଖରାପ୍ ହେବ ଓ ଆପଣଙ୍କୁ ଭୋଗିବାକୁ ପଡ଼ିବ । ମୂଷାଟି କେବେ ବି ମଣିଷ ପରି କଥା କହିବନି କିନ୍ତୁ ଆଶ୍ଚର୍ୟ୍ଯକର କଥା ହେଉଛି ସେ ଯୁବତୀଙ୍କ ସବୁ ପ୍ରଶ୍ନର ଉତ୍ତର ଠିକ୍ ସମୟରେ ଦେଉଥିଲା ଯାହାକି ଦୁହିଁଙ୍କ ମଧ୍ୟରେ ଭଲ ତାଳ ମେଳ ଦେଖାଉଥିଲା।

Leave a Reply

Your email address will not be published. Required fields are marked *