ସତରେ କଥା କହୁଛି ଏହି ମୂଷା ! ତଳେ ଛିଡା ହୋଇ କହିବ ଜୟ ଜଗନ୍ନାଥ ! ସମସ୍ତଙ୍କ ସନ୍ଦେହ ହେବ ଦୂର ।
ଆଜିକାଲିର ସମୟରେ କିଛି ଏମିତି ପ୍ରକାରର କାର୍ଯ୍ଯ କଳାପର ଭିଡ଼ିଓ ସବୁ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ । ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରେ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନାର ବିଷୟ ପାଲଟିଯାଏ । ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରିନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ ।
ଆଜ୍ଞା ହଁ ନିକଟରେ ଏପରି କିଛି ଦେଖିବାକୁ ମିଳିଥିଲା ଯେ ମୂଷା କହୁଥିଲା ଜୟ ଜଗନ୍ନାଥ । ଜଗା ଦର୍ଶନ ପାଇଁ ଜଣେ ମହିଳା ଦୁଇ ମୂଷାଙ୍କୁ ଧରି ଆସିଥିଲେ । ସିଂହଦ୍ୱାରରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିଲେ ମୂଷା ଦୁଇଟି । ଏହି ଦୃଶ୍ୟ ଦେଖିଲେ କାହାରିକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । ତେବେ ଏହି ମୂଷା କହୁଥିବାକୁ ନେଇ ନିକଟରେ ଅନେକ ବିଶୃଙ୍ଖଳା ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ୍ ସମୟରେ ଖବର ରହିଛି ଯେ ଏବେ ପରୀକ୍ଷା ଦେବାକୁ ଯାଉଛି କଥା କୁହା ମୂଷା ।
ହଁ ଆଜ୍ଞା କେତେବଳେ ଦଶକ ପଣିକିଆ ସମ୍ପୂର୍ଣ କହି ଦେଉଛି ତୋ ଆଉ କେତେବେଳେ ଜୟ ଜଗନ୍ନାଥ କହୁଛି ଶ୍ରୀମନ୍ଦିର ଆଗରେ । କିନ୍ତୁ ଖାଲି କଥା ଏତିକି ଯୁବତୀ ଜଣକଙ୍କୁ ନିଜ ହାତରେ ଧରିବାକୁ ପଡୁଛି ମୂଷାଟିକୁ ତାପରେ ଯାଇ ମୂଷା କଥା କହୁଛି । ଆଉ ଅନ୍ୟପଟେ କିଛି ଲୋକ ଅଭିଯୋଗ କରୁଛନ୍ତି ଯେ ମୂଷାଟିର ପଛପଟେ ଯୁବତୀ ହାତ ମାରିଦେଲେ ସେ ଚୁଁ ଚୁଁ ହେଉଛି ଆଉ ସେଥିପାଇଁ କଥା କହିଲା ପରି ଲାଗୁଛି ।
କିନ୍ତୁ ପ୍ରକୃତରେ ମୂଷା କୌଣସି କଥା ବୁଝି ପାରୁନି କି କହି ପାରୁନି । ଏଭଳି ଅଭିଯୋଗ ଆସିଲା ପରେ ଜଣା ପଡ଼ିଛି ଯୁବତୀ ଜଣକ କୁଆଡ଼େ କହୁଛନ୍ତି ଦରକାର ପଡ଼ିଲେ ମୂଷା ନିଜେ ନିଜ ଗୋଡ଼ରେ ତଳେ ଛିଡ଼ା ହୋଇ ସବୁ ପ୍ରଶ୍ନର ଉତ୍ତର ଦେବ । ଯାହାକୁ ନେଇ ଏବେ ସମସ୍ତେ ଆଶ୍ଚର୍ୟ୍ଯ ହୋଇ ଯାଇଛନ୍ତି । ଆଉ ସମସ୍ତେ ଜଗି ବସିଛନ୍ତି ଯେ କେବେ ମୂଷା ନିଜେ ଗୋଟିଏ ଜାଗାରେ ଛିଡ଼ା ହୋଇ ଉତ୍ତର ଦେଉଛି । ଆଉ ଯୁବତୀ ଜଣକ ଦୂରେଇ ଛିଡ଼ା ହୋଇଥିବେ । ସେତେବେଳେ ହିଁ ଜଣା ପଡ଼ିବ ଯେ ମୂଷା କିଛି ବୁଝୁଛି ଓ ନିଜେ ଉତ୍ତର ଦେଇ ପାରୁଛି ନା ନାହିଁ ।