ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ପାଇଁ କେମିତି ବର ଦରକାର ଖୋଲି କହିଦେଲେ ଗଜପତି ।

ବନ୍ଧୁଗଣ ବାହା ହେବେ ରାଣୀ ପଣ୍ଡା.. । ଏ କୌଣସି ଯାତ୍ରା ବହିର ନାଁ ନୁହେଁ କି ଡାଏଲଗ ନୁହେଁ । ତେବେ ଚର୍ଚ୍ଚିତ ଅଭିନେତ୍ରୀ ରାଣୀ ପଣ୍ଡାକୁ କିଏ ବା ନ ଜାଣେ । ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଆନ୍ତି । ଆଉ ଏବେ ଠିକ୍ ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାରେ ଅଛନ୍ତି ମାତ୍ର ତାହା ଖଣ୍ଡିଗିରି ପେଣ୍ଡାଲର ଘଟଣା ନୁହେଁ ବରଂ ନିଜ ଜୀବନ ସାଥୀ ଖୋଜିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସବୁବେଳେ ସୋସିଆଲ ମିଡ଼ିଆରେ ରାଣୀଙ୍କୁ ନିଜ ବାହାଘରକୁ ନେଇ ଖୁବ୍ ଆଲୋଚନା ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ ।

ମାତ୍ର ଏବେ ଆଉ ନୁହେଁ । ସେ ସବୁର ଅନ୍ତ ଘଟାଇ ଜୀବନ ସାଥୀ ଖୋଜୁଛନ୍ତି ରାଣୀ । ଷ୍ଟେଜରେ ଅଭିନୟ ପାଇଁ ନୁହେଁ ବରଂ ବାସ୍ତବ ଦୁନିଆରେ ଏକ ସାଥୀ ଖୋଜୁଛନ୍ତି । ସୁଖ ଦୁଃଖର ସାଥୀଟିଏ ଖୋଜୁଛନ୍ତି । ଯିଏ ତାଙ୍କୁ ବୁଝିପାରୁଥ‌ିବ, ତାଙ୍କ ଅଭିନୟଙ୍କୁ ସମ୍ମାନ ଜଣାଉଥିବ, ହୃଦୟରୁ ଭଲ ପାଉଥୂବ ସେହିଭଳି ଏକ ସାଥୀଟିଏ ଖୋଜୁଛନ୍ତି । ତେବେ ରାଣୀ ବିବାହ ପ୍ରସ୍ତାବ ଦେଇ ଏକ ଭିଡ଼ିଓ ଜାରି କରି ସୋସିଆଲ ମିଡ଼ିଆରେ ସ୍ୱୟଂମ୍ବର ପାଇଁ ଘୋଷଣା କରିଛନ୍ତି । ଆଉ ଏହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ଗଜପତି । ସେ କହିଛନ୍ତି ତାଙ୍କ ରାଣୀ ଦିଦିର ବର୍ତ୍ତମାନ୍ ସ୍ଵୟଂବର ଚାଲିଛି ତେଣୁ ସେ ବହୁତ୍ ଖୁସି ଅଛନ୍ତି ।

ସେ ଭଗବାନ୍ ଙ୍କୁ ଡାକୁଛନ୍ତି ଯେ ତାଙ୍କ ରାଣୀ ଦିଦି ପାଇଁ ସେଇଭଳି ଗୋଟିଏ ପୁଅ ମିଳୁ ଯିଏକି ଗୋଟେ ଭଲ ଟୋକା ଟେ ହୋଇଥିବ । ଯେଉଁଟା ତାଙ୍କ ରାଣୀ ଦିଦି ଖୋଜୁଛନ୍ତି । ସେଇଭଳି ପୁଅ ଟେ ଦରକାର ଯାହାର ମନ, ହୃଦୟ ସବୁକିଛି ଖୋଲା ଥିବ । ଯେମିତି କି ରାଣୀ ପଣ୍ଡା କୁଆଡ଼େ ଡ୍ୟାନ୍ସ ପ୍ରୋଗ୍ରାମକୁ ଯିବେ କିମ୍ଵା କେଉଁ ଗରିବ ଲୋକକୁ ସାହାର୍ଯ୍ୟ କରିବେ ସେ ପୁଅ ସବୁ କଥାର ଅନୁମତି ଦେଉଥିବା ଦରକାର । ତାର କୌଣସି ଜିନିଷରେ ଯେମିତି କିଛି ପ୍ରତିବନ୍ଧକ ନଥିବ । ରାଣୀ ଦିଦି ସେମିତିରେ କୌଣସି ଖରାପ୍ ଝିଅ ନୁହଁନ୍ତି । ଆଉ ଠିକ୍ ଯଦି ସେଇଭଳି ପୁଅଟେ ମିଳିବ ତାହେଲେ ବାହାଘର ନିଶ୍ଚିତ ହେବ ।

ତେଣୁ ଯଦି ସେମିତି କେହି ପୁଅ ଅଛନ୍ତି ତେବେ ତାଙ୍କର ରାଣୀ ପଣ୍ଡା ଫ୍ୟାନ କ୍ଳବ୍ ବୋଲି ଗୋଟେ ଆଇଡ଼ି ଅଛି ସେଇଥିରେ ଯାଇ ମେସେଜ କଲେ ପାଇ ପାରିବେ ବୋଲି ଗଜପତି କହିଥିଲେ । ସ୍ୱୟଂବର କାହାର ହୁଏ ବୋଲି ଉତ୍ତରରେ ଗଜପତି କହିଥିଲେ ଯେ ଯିଏ ଧରାପୃଷ୍ଠକୁ ଅଲଗା ଗୋଟେ ଅବତାର ନେଇ ଆସିଥାଏ ତାର ହିଁ ସ୍ଵୟଂବର ହୁଏ । କାଇଁ ତାଙ୍କର ହେଉନି କି ଆଉ କେଉଁ ସାଧାରଣ ଲୋକଙ୍କର ହେଉନି । ତେଣୁ ଯିଏ ଗୋଟେ ସ୍ପେଶାଲ୍ ମୋମେଣ୍ଟରେ ଆସିଥାଏ ଭଗବାନଙ୍କ ବିଶେଷ କୃପା ଥାଏ ତାଙ୍କର ସ୍ଵୟଂବର ହୁଏ । ରାଣୀ ପଣ୍ଡା ନାଁଟା କୋଟି କୋଟି ଲୋକଙ୍କ ହୃଦୟରେ ସ୍ଥାନ ପାଇଛି ଆଉ ତାକୁ ଜିତିବା ପାଇଁ ହେଲେ ସେଭଳି ଜଣେ ହୀରା ଦରକାର ବୋଲି ଗଜପତି କହିଥିଲେ ।

Leave a Reply

Your email address will not be published. Required fields are marked *