ଭାଙ୍ଗିଯିବ ମୁମ୍ବାଇ ଇଇଣ୍ଡିଆନ୍ସ ଦଳ। ନୂଆ ଅଧିନାୟକ ପାଣ୍ଡିଆ ହେବା ପରେ ଦଳ ଛାଡିବେ ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା।
ଭାଙ୍ଗିଯିବ ଆପିଏଲର ସବୁଠାରୁ ସଫଳ ଦଳ। ରୋହିତଙ୍କୁ ଅଧିନାୟକ ପଦରୁ ବିଦା କରିଛି MI। ଟଙ୍କା ସହ କ୍ୟାପଟେନ ହୋଇଛନ୍ତି ପାଣ୍ଡିଆ।ଆପିଏଲର ସବୁଠୁ ସଫଳ ଦଳ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ଅନ୍ୟତମ। ୨୦୨୩ ଆପିଏଲ ସିଯିନ ପର୍ଯ୍ୟନ୍ତ ଦଳ ୫ ଥର ଚମ୍ପିୟାନ ହୋଇସାରିଛି। ଏବେ ସବୁଠୁ ବଡ଼ କଥା ହେଉଛି ସେଇ ୫ ଥର ଚାମ୍ପିୟାନ ହେବା ପଛରେ ଜଣେ ଅଧିନାୟକଙ୍କର ହାତ ରହିଛି। ଆଉ ସେ ଅଧିନାୟକ ହେଉଛନ୍ତି ରୋହିତ ଶର୍ମା। କେବଳ ଆପିଏଲ ନୁହେଁ ବରଂ ଚାମ୍ପିୟାନ ଟ୍ରଫିରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସକୁ ଟାଇଟେଲ ଦେଇଥିଲେ ରୋହିତ।
ତେବେ ଗତ କାଲି ତାଙ୍କୁ ଲାଗିଛି ଜୋରରେ ଝଟକା। ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡିଆଙ୍କୁ ମିଳିଛି ଅଧିନାୟକ ପଦ। ଆଉ ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ନଭେମ୍ବର ୨୬ ତାରିଖରେ ଶୁଣା ଗଲା ଯେ କୁଆଡେ ମୁମ୍ବାଇରେ ଯୋଗ ଦେବେ ହାର୍ଦ୍ଦିକ ପାଣ୍ଡିଆ। ଆଉ ତାଙ୍କୁ ୧୫ କୋଟି ଟଙ୍କା ସହ MIରେ କ୍ୟାପଟେନ ପଦ ମିଳିବ। ହେଲେ ରିଟିଂ ଲିଷ୍ଟ ଆସିବା ପରେ ଦେଖାଗଲା ଯେ ଗୁଜୁରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡିଆଙ୍କୁ ରିଟନ କରିଛି। ହେଲେ ଲିଷ୍ଟ ବାହାରିବାର ୨ ଘଣ୍ଟା ପରେ ମୁମ୍ବାଇରେ ଯୋଗ ଦେଇଥିଲେ ହାର୍ଦ୍ଦିକ।
ତେବେ ମୁମ୍ବାଇରେ କ୍ୟାପଟେନ ହେବା ପାଇଁ କୁଆଡେ ପାଣ୍ଡିଆ ଡିଲ କରିଥିବା କ୍ରିକେଟ ପ୍ରେମୀମାନେ ଆଲୋଚନା କରୁଥିଲେ। ଆଉ ତାହା ଗତ କାଲି ସତ ପ୍ରମାଣିତ ହୋଇଛି। ତେବେ ଏମିତି କିଛି ହେବା ପରେ କ୍ରିକେଟ ପ୍ରସଂଶକ ମାନେ ଏବେ ଆଲୋଚନା କରିଛନ୍ତି ଯେ ମୁମ୍ବାଇ ଦଳ କୁଆଡେ ଭାଙ୍ଗିଯିବ। କାରଣ ଯେଉଁ କ୍ୟାପଟେନ ଦଳକୁ ୬ ଟି ଟ୍ରଫି ଜିତାଇଛନ୍ତି ତାଙ୍କୁ ପଦରୁ ହଟାଇ ଦିଆଯାଇଛି।
ଅନ୍ୟପଟେ କିଛି ଦିନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର instagram ଆକାଉଣ୍ଟକୁ ଅନଫ୍ଲୋ ମାରିଥିଲେ ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା। ତାହା ସହିତ ନିଜ ଆଇଡିରେ ଷ୍ଟୋରି ଦେଇଥିଲେ। ଆଉ ପ୍ରଥମ ଷ୍ଟୋରୀରେ ଲେଖିଥିଲେ ବେଳେ ବେଳେ ଲୋଭି ହେବା ଭଲ ଏବଂ ବିଶ୍ୱସ୍ତ ହେବା ନୁହେଁ। ଏମିତି ଲେଖି ହୁଏତ ସେ ହାର୍ଦ୍ଦିକ ପାଣ୍ଡିଆଙ୍କୁ ଟାର୍ଗେଟ କରିଥିଲେ। କାରଣ ୧୫ କୋଟି ଟଙ୍କା ନେଇ ପାଣ୍ଡିଆ ନିଜ ଦଳ ବଦଳାଇଥିଲେ। ଆଉ ଏବେ ଲୋକେ କହୁଛନ୍ତି ହାର୍ଦ୍ଦିକଙ୍କ ଦଳ ପରିବର୍ତ୍ତନ କୁଆଡେ ବୁମ୍ରାଙ୍କ ପାଇଁ କାଳ ହୋଇଛି। କାରଣ ରୋହିତ ଯଦି ଅଧିନାୟକ ନହୋଇଥାନ୍ତେ ତାହେଲେ ହୁଏତ ବୁମ୍ରାଙ୍କୁ ମିଳିଥାନ୍ତା ଅଧିନାୟକ ପଦ।
କିନ୍ତୁ ପାଣ୍ଡିଆ ଦଳକୁ ଫେରିବା ପରେ ତାହା ଏବେ ଅସମ୍ଭବ ହୋଇପଡିଛି। ତେବେ ସେ ଯାହା ହେଉନା କାହିଁକି ମୁମ୍ବାଇ ଇଣ୍ଡିଆନ୍ସରେ ଏବେ କିଛି ଭଲ ଚାଲିନି। ଆଉ କୁଆଡେ ହାର୍ଦ୍ଦିକଙ୍କ କ୍ୟାପଟେନ ହେବା ବୁମ୍ରାଙ୍କୁ ପସନ୍ଦ ନୁହେଁ। ଯେଉଁଥି ପାଇଁ ସେ କୁଆଡେ ନିଜ instagram ଆଇଡିରେ ଷ୍ଟୋରି ଦେଇଥିଲେ। ଯାହାକୁ ନେଇ ଲୋକମାନେ ଏବେ ଚର୍ଚ୍ଚା କରୁଛନ୍ତି।