ସେକେଣ୍ଡ ମ୍ୟାରେଜ୍ କଲେ ମୋ ଝିଅକୁ…

ଗୋଟେ ଲୋକ ସିନା ଚାଲିଗଲା ତା ସ୍ମୃତି ସବୁକିଛି ମୋ ପାଖରେ ରହିଗଲା। ବହୁତ୍ ବାଧେ। ଲାଇଫରେ ସେ ୱର୍ଡଟା କେବେ ଲାଗିବ ବୋଲି ମୁଁ ଭାବି ନଥିଲି। ବିଧବା ୱାର୍ଡ଼ଟା କଣ ସେଇଟା ମୋ ସ୍ଵାମୀ ମୋତେ ଦେଇ ଦେଇକି ଚାଲିଗଲେ। ବହୁତ୍ କଷ୍ଟ, ଭଗବାନ୍ କରନ୍ତୁ ସେ ୱାର୍ଡ଼ଟା କାହା ପାଖରେ ନ ଲାଗୁ। ସବୁ ପୁରୁଷମାନଙ୍କୁ ମୁଁ ହାତ ଯୋଡୁଛି ଯେ କେବେ ପିଅନ୍ତୁନି। ଦେଖନ୍ତୁ ପିଇକି ଆଜି ଦେଖ ମୋର ଅବସ୍ଥା କଣ ହେଇଛି। କାହାର ମାଆ କାହାର ଭଉଣୀ କାହାର ସ୍ଵାମୀ ହାତ ଯୋଡ଼ୁଛି ଭାଇମାନଙ୍କୁ ଏମିତି ପିଅନ୍ତୁନି କି ଏମିତି କରନ୍ତୁନି।

ମୋ ଝିଅଟା ଯେମିତି ଭାସି ଯାଇନି ଆପଣଙ୍କର ଏହି ଛୋଟିଆ ଭୁଲ୍ ପାଇଁ କେତେ ଘର ସଂସାର ଉଜୁଡ଼ି ନଯାଉ। ମଣିଷର ବଡ଼ ସମ୍ପତ୍ତି ହେଉଛି ମାଆ,ବାବା। ମୋ ଝିଅ ତା ମାଆ ପାଖରେ ସିନା ଅଛି କିନ୍ତୁ ତା ପାଖରେ ତା ବାବା ନାହିଁ। ସମସ୍ତେ କୁହନ୍ତି ନା ପାପା କି ପରୀ। ମୋ ଝିଅ ପାଖରେ ସେ ୱାର୍ଡ଼ଟା ଲାଗିବନି। ମୁଁ ବି ଆଉ କାନ୍ଦିବା ପାଇଁ ଚାହୁଁନି କାରଣ ମୁଁ କାନ୍ଦିଲେ ଦୁର୍ବଳ ହେଇଯାଉଛି।

ମୁଁ ଯଦି ଦୁର୍ବଳ ହେଇଯିବି ମୋ ଝିଅ ବି ଦୁର୍ବଳ ହେଇଯିବ। ମୁଁ ଚାହୁଁନି ମୋ ଭୁଲ୍ ଦ୍ଵାରା ମୋ ଝିଅର କିଛି ଭୁଲ୍ ହଉ। ମୋର ଯାହା ହେଇଛି ଭଗବାନ୍ କାହାର ସେମିତି ନ କରନ୍ତୁ। ସମସ୍ତଙ୍କୁ ଖୁସିରେ ରଖନ୍ତୁ। ଭଗବାନ୍ କାହା ଆଖିରେ ଲୁହ ବି ଦିଅନ୍ତୁନି। ଗୋଟେ ସ୍ଵାମୀ ବିନା ତ ଗୋଟେ ସ୍ତ୍ରୀ ବଞ୍ଚି ପାରିବ ନାହିଁ।

କିନ୍ତୁ ଯଦି ଗୋଟେ ପିଲା ଅଛି ତାହେଲେ ସେ ପିଲା ପାଇଁ ନିହାତି ବଞ୍ଚନ୍ତୁ। ସେ ପିଲାକୁ ନିହାତି ବଞ୍ଚିବା ଦରକାର୍। ଗୋଟେ ହଜବେଣ୍ଡର ଯେତିକି ଦାୟିତ୍ଵ ଥାଏ ତାଠୁ ବେଶୀ ଦାୟିତ୍ଵ ଥାଏ ସ୍ତ୍ରୀମାନଙ୍କର। ଗୋଟେ ଛୁଆକୁ ଅଧିକ ବେଶୀ ଭଲପାଏ ତା ମାଆ। ସେକେଣ୍ଡ ମ୍ୟାରେଜ ସେଇଟା ହିଁ ବଡ଼ ମୂର୍ଖାମୀ। ମୁଁ ଭାବିଛି ଝିଅ ବଡ଼ ହେଲେ ତାର ମ୍ୟାରେଜ କରିଦେବି। ଯାହା ସଞ୍ଚିଥିବି ସବୁ ଦେଇଦେବି। ଆଉ ହାତ ଗୋଡ଼ ଚାଲିଥିବା ଅବସ୍ଥାରେ ଆଶ୍ରମ ଚାଲିଯିବି। ମୋର ସେକେଣ୍ଡ ମ୍ୟାରେଜ୍ କରିବାର ନାହିଁ କି ଆଉ ସେ ଦୁଃଖକୁ ଡାକିବାର ନାହିଁ। ଏବେ ବୟସ ଅଛି ସମସ୍ତେ କହିବେ ସେକେଣ୍ଡ ମ୍ୟାରେଜ୍ କରିବାକୁ ।

କିନ୍ତୁ ବୟସ ଗଡ଼ିଗଲେ ସେକେଣ୍ଡ ମ୍ୟାରେଜ କଲେ ମୋ ଝିଅକୁ କିଏ ଆଡମିଟ କରିବ କି। ସେଥିପାଇଁ ସେ ଫାଲତୁ ଧନ୍ଦାରେ କଣ ପାଇଁ ପଶିବି। ମୋ ଶାଶୁଙ୍କ ପାଖରେ ତାଙ୍କ ପୁଅ ନାହିଁ। ଆଉ ମୁଁ ସେଇ ଭଳିଆ ମୂର୍ଖ ବୋହୂ ନୁହେଁ ଯେ ଏଭଳି ସମୟରେ ଶାଶୁକୁ ଆହୁରି କଷ୍ଟ ଦେବି। କାରଣ ସେ ଯଦି ଟିକେ ବଞ୍ଚିବାର ସାହାରା ପାଇଛନ୍ତି ସେ ହେଉଛି ତାଙ୍କର ନାତୁଣୀ।

ତାଙ୍କ ନାତୁଣୀ ହେଉଛି ତାଙ୍କ ପୁଅର ଡୁପ୍ଲିକେଟ। ଆଉ ତାଙ୍କୁ ସବୁବେଳେ କୁହେ ମୁଁ ଯେତେଦିନ ବଞ୍ଚିଛି ମୋ ଦେହରେ ଯେତେଦିନ ପର୍ଯ୍ୟନ୍ତ ଜାହାନ ଅଛି ତମ ପୁଅ ତମକୁ ଯେମିତି ଚାହୁଁ ଥିଲେ ମୁଁ ଠିକ୍ ସେମିତି ଚାହିଁବି। ମୁଁ ତିନିଟା ବେଳକୁ ଦୋକାନ ଖୋଲେ କାରଣ ମୁଁ ଏକୁଟିଆ ସେଥିପାଇଁ ପ୍ରିପାରେସନ କରିବାକୁ ଗୋଟେ ଘଣ୍ଟା ଲାଗେ। ଆଗରୁ ଯେତେବେଳେ ମୋ ହଜବେଣ୍ଡ୍ ଥିଲେ ସେତେବେଳେ ରାତି ଏଗାରଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଥିଲା।

ହେଲେ ଏବେ ଏକୁଟିଆ ହେଇ ଯିବାରୁ, କାଳେ ଡ୍ରିଙ୍କରମାନେଆସି ପ୍ରୋବଲେମ୍ କରିବେ ବୋଲି ମୁଁ ଟିକେ ସଂଜତ ହେଇ ରାତି ସାଢ଼େ ଦଶଟା ବେଳକୁ ଦୋକାନ ବନ୍ଦ କରିଦିଏ। ଆପଣମାନଙ୍କ ମାଧ୍ୟମରେ ମୁଁ କହିବାକୁ ଚାହୁଁଛି ଯେ ମୋତେ କିଛି ସାହାଯ୍ୟ ଦରକାର ନାହିଁ ଖାଲି ମୋ ଝିଅକୁ ସମସ୍ତେ ଆଶୀର୍ବାଦ କରନ୍ତୁ ଯେ ସେ ଏ ଦୁନିଆଁରେ ଜିଇଁ ବଞ୍ଚି ରହୁ। ଏଇ ଦୋକାନ ଆଉ ମୋ ଝିଅ ଏମାନେ ହେଉଛନ୍ତି ମୋ ନିଜସ୍ଵ ସମ୍ପତ୍ତି। ଆପଣଙ୍କ ମାଧ୍ୟମରେ ମୁଁ କହିବାକୁ ଚାହୁଁଛି ଯେ ମୋର ଏଇ ଦୋକାନଟା ଉଠାନ୍ତୁନି କାରଣ ଏଇଟା ହେଉଛି ମୋର ବଞ୍ଚିବାର ସାହାରା।

ଆଉ ଗୋଟେ ଝିଅ ମଥାରେ ସିନ୍ଦୂର ନ ଲାଗିଛି ଠିକ୍ ଅଛି କିନ୍ତୁ ଲାଗି ସାରି ପୋଛି ଯିବାଟା ଭାରି କଷ୍ଟ।ଏ ଥିଲା ରଶ୍ମିତା ଲେଙ୍କାଙ୍କର କାହାଣୀ। ଯିଏକି ହାତରେ ପକୋଡ଼ା ବନାଉଛନ୍ତି ।ଆଉ ଆଜିବି ତାଙ୍କ ଆଖିରେ ଲୁହ ଗଡ଼ି ଯାଉଛି। ଇଏତ ହେଉଛି ଗୋଟେ ଝିଅର ଭାଗ୍ୟ ଯିଏକି ସ୍ଵାମୀ ଉପରେ ସେ ନିର୍ଭର ହେଇଯାଏ ଯେତେବେଳେ ସେ ହାତ ଧରି ଘରୁ ବାହାରକୁ ପଳେଇ ଆସେ। କଣ ଥାଏ ତା ଜୀବନ। ସ୍ଵାମୀ ବିନା ବଞ୍ଚିବା ଯେ କେତେ କଷ୍ଟ ବୋଧ ହୁଏ ଏମାନେ ହିଁ କହି ପାରିବେ। ଯେଉଁ ମାନେ ଡ୍ରିଙ୍କସ୍ କରୁଛନ୍ତି, ମଦରେ ବୁଡ଼ିକି ରହୁଛନ୍ତି,ସେମାନେ ବୁଝିବା ଦରକାର ଯେ ଘରେ କିଏ ଜଣେ ଅପେକ୍ଷା କରିଛି। ମୁଁ ଗଲେ ସେ ଦିପାଟି ଖାଇବ ବୋଲି।

Leave a Reply

Your email address will not be published. Required fields are marked *