ମୂଷା ପାଟିରୁ ଜୟ ଜଗନ୍ନାଥ ଶୁଣି ଚମକି ପଡିଲେ ଲୋକେ,ମାଣବସା ଗୁରୁବାରରେ ଦେଖିବାକୁ ମିଳିଛି ଏଭଳି ଅଦ୍ଭୁତ ଦୃଶ୍ୟ।
ମୂଷା କରୁଛି ମନ୍ତ୍ରପାଠ ଆଉ କହୁଛି ଜୟ ଜଗନ୍ନାଥ। ସିଂହ ଦୁଆରରେ ପିହଁଚି ମୁଣ୍ଡିଆ ମାରି ପ୍ରଭୁ ଜଗନ୍ନାଥଙ୍କୁ ଜଣାଉଛି ଦୁଃଖ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆଖିରେ ଦେଖିଲେ ଚମକି ପଡିବେ। ମୂଷା ତୁଣ୍ଡରୁ ଅନର୍ଗଳ ବାହାରୁଛି ପ୍ରଭୁ ଜଗନ୍ନାଥଙ୍କ ନାମ। ଆଉ ତା ପାଟିରୁ ବାହାରୁଥିବା ସେଇ ଜୟ ଜଗନ୍ନାଥ ଧ୍ୱନିକୁ ଶୁଣିବା ପାଇଁ ରୁଣ୍ଡ ହୋଇଛନ୍ତି ଲୋକେ।
ହଁ ଆଜ୍ଞା ମୂଷାଟି କହୁଛି ଜୟ ଜଗନ୍ନାଥ। ଗାଉଛି ଜଗନ୍ନାଥଙ୍କ ଭଜନ। ଖାଲି ସେତିକି ନୁହେଁ ମଣିଷଙ୍କ ଭଳି ସେ ସିଂହ ଦ୍ୱାରରେ ପହଁଚି ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରୁଛନ୍ତି ମୂଷା ଦୁଇଟି। ଆଜିର ଏଇ କଳିଯୁଗରେ ଯେଉଁଠି ମଣିଷ ଭଗବାନଙ୍କ ନାଁ ନେବାକୁ ସମୟ ପାଉନି ଭଗବାନଙ୍କ କଥା ଭୁଲି ଯାଉଛି ସେଇଠି ମୂଷା ତା ତୁଣ୍ଡରୁ ଜଗନ୍ନାଥଙ୍କ ନାମ ସ୍ମରଣ କରି ସମସ୍ତଙ୍କୁ ଚକିତ କରିଦେଇଛି। ଏଥି ସହିତ ମଣିଷଙ୍କ ଭଳି ସବୁ ପ୍ରକାରର କଥା ହେଉଛି। କଥା ହେବା ସହ ସବୁ କଥାର ଉତ୍ତର ମଧ୍ୟ ଦେଉଛି। ଯେଉଁ ଦୃଶ୍ୟକୁ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି।
ହଁ ବନ୍ଧୁଗଣ ଏ ଦୃଶ୍ୟ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି କୌତୁହଳ ମଧ୍ୟ ଲାଗୁଛି। ଗତ କାଲି ଭଳି ଏକ ପବିତ୍ର ଦିନରେ ଅର୍ଥାତ ଗୁରୁବାର ଦିନ ଶ୍ରୀମନ୍ଦିର ସମୁଖରେ ଏଭଳି ଦୃଶ୍ୟ ସମସ୍ତଙ୍କ ମନ ମୁଗ୍ଧ କରିଛି। ଆଉ ଯିଏ ଦେଖୁଛି ସିଏ କହୁଛି ସତରେ ଭଗବାନଙ୍କ ଲୀଳା ଅପାର। କାରଣ ଏଠି ମୂଷା ଦୁଇଟି ଯେଉଁଭଳି ଭାବରେ କଥା କହୁଛନ୍ତି ଜିଏବି ଦେଖିବ ସିଏ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବ।
ଟିକେ ଭଲ ଭାବରେ ଦେଖନ୍ତୁ ଏଇ ଫୋଟଟିକୁ ଜଣେ ମହିଳାଙ୍କ ହାତରେ ରହିଛି ଏଇ ମୂଷା ଦୁଇଟି। ଗୋଟେ କଳା ଆଉ ଗୋଟେ ଧଳା ରଙ୍ଗର ମୂଷା। ଆଉ ମହିଳା ଜଣଙ୍କ ବେଶ ସ୍ନେହ ଆଦରରେ ଦୁଇ ମୂଷାଙ୍କୁ କୋଳେଇ ଧରିଛନ୍ତି। ଏଥି ସହିତ ଶୀତ ଲାଗୁଥିବାରୁ ସେମାନଙ୍କୁ ସୁଇଟର ମଧ୍ୟ ପିନ୍ଧାଇ ଦେଇଛନ୍ତି। ଯେଉଁ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଦେଉଛି। ଏମାନେ ମଣିଷ ନୁହଁନ୍ତି ସତ କିନ୍ତୁ ଏମାନେ ମଣିଷଙ୍କ ଭଳି ତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି ଜୟ ଜଗନ୍ନାଥଙ୍କ ଧ୍ଵନି।
ଏଠାରେ ଜଣେ ମହିଳା ମୂଷା ଦୁଇଟିକୁ ନିଜ ପିଲାଙ୍କ ଭଳି କୋଳେଇ ଧରିଛନ୍ତି। ନିଜର ସ୍ନେହ ମମତାକୁ ଏଇ ମୂଷା ଦୁଇଟି ଉପରେ ଅଜାଡି ଦେଇଛନ୍ତି। ସେମାନେ ମଧ୍ୟ ସ୍ନେହ ମମତା ପାଇ ଏ ମହିଳା ଜଣଙ୍କୁ ନିଜର ମା ବୋଲି ଭାବି ନେଇଛନ୍ତି। ସେ ଯାହାବି କହୁଛନ୍ତି ତାଙ୍କର ପ୍ରତ୍ୟକଟି କଥାର ଉତ୍ତର ଦେଉଛନ୍ତି। ଏଠାରେ ମହିଳା ଜଣଙ୍କ ଯାହା ଉଚ୍ଚାରଣ କରୁଛନ୍ତି ତାଙ୍କ କଥା ଶୁଣି ମୂଷା ଦୁଇଟି ମଧ୍ୟ ସେଇୟା ଉଚ୍ଚାରଣ କରୁଛନ୍ତି।
ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ ଅବିକକ କହିବା ପାଇଁ ଚେଷ୍ଟା କରୁଛନ୍ତି। ଖାଲି ସେତିକି ନୁହେଁ ସିଂହ ଦ୍ୱାର ସାମ୍ନାରେ ସେଇ ମୂଷା ଦୁଇଟି ମୁଣ୍ଡିଆ ମାରି ସାନିଧ୍ୟ ନେଇଛନ୍ତି।ଏଇ ମୂଷା ଦୁଇଟିକୁ ଦେଖିଲା ପରେ ଲୋକଙ୍କ ପାଟିରୁ ବି ନିଶ୍ଚୟ ଥରୁଟିଏ ପାଇଁ ବାହାରି ପଡୁଥିବ ଜୟ ଜଗନ୍ନାଥ। ଏଇ ମୂଷା ମାନଙ୍କ ଭଳି ପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ଥରୁ ଟିଏ ମୁଣ୍ଡିଆ ମାରିନିଅନ୍ତୁ ନିଶ୍ଚୟ ପ୍ରଭୁ ଜଗନ୍ନାଥଙ୍କ ସାନିଧ୍ୟ ପାଇବେ।