“ସବୁ ପୁରୁଷଙ୍କୁ ମୋର ଅନୁରୋଧ ପିଅନ୍ତୁନି । ପିଇକି ଆଜି ମୋ ଅବସ୍ଥା କଣ ହୋଇଛି ..ମୋ ଝିଅ ପାପାକି ପରୀ ହେଇପାରିବନି” ।

ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘ-ଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ପୁରୁଷ ମ-ଦ ପିଏ ଆଉ ଶାରିରୀକ ତଥା ମାନସିକ ଯ-ନ୍ତ୍ରଣା ଭୋଗିବାକୁ ପଡ଼େ ସ୍ତ୍ରୀକୁ । ଏଇ ମ-ଦ ଯୋଗୁଁ କେତେ ଯେ ସୁନାର ସଂସାର ଭାଙ୍ଗୁଛି ତାର ହିସାବ ନାହିଁ । ଝିଅଟି ଯେତେବେଳେ ବାହା ହୁଏ ସ୍ଵାମୀ ହିଁ ତାର ସବୁକିଛି ହୋଇଥାଏ । ସ୍ଵାମୀ ଉପରେ ସେ ନିର୍ଭର କରି ତାର ଘରଦ୍ୱାର କୁ ପରକରି ଚାଲିଆସେ । କିନ୍ତୁ ଭଗବାନଙ୍କର ଯଦି ଦ-ଣ୍ଡ ଦେବାର ଥାଏ ସେ ଝିଅକୁ ତାହେଲେ ସ୍ଵାମୀଟାକୁ ତା’ଠାରୁ ଛଡ଼େଇ ନିଅନ୍ତି।

ତାପରେ ସମସ୍ତଙ୍କ ଠାରୁ ତାନା ଶୁଣି ଜୀବନ ଏକାକୀ ବଞ୍ଚିବାକୁ ପଡ଼ିଥାଏ । ଆଜି ଆମେ ସେପରି ଜଣେ ମହିଳାଙ୍କ ବିଷୟରେ କହୁଛୁ ଯିଏ ବିନା ସ୍ଵାମୀରେ, ନିଜ ଝିଅକୁ ବଡ଼ କରି ଅଧ୍ୟାପିକା କରିବା ପାଇଁ ଆଜି ରାସ୍ତା କଡ଼ରେ ଚିକେନ ପକୋଡା ବିକୁଛନ୍ତି । ଆଖିରୁ ଲୁହ ଧାର ଧାର ଗଡ଼ି ଯାଉଛି କିନ୍ତୁ ହାତ ଚାଲିଛି ପିଆଜ କାଟି-ବାରେ କାରଣ ତାଙ୍କୁ ଝିଅ ପାଇଁ ପଇସା ମଧ୍ୟ ରୋଜଗାର କରିବାର ଅଛି । ନିକଟରେ ଏକ ସାକ୍ଷାତକାର ସମୟରେ ମହିଳା ଜଣଙ୍କ କହିଛନ୍ତି, ତାଙ୍କ ଦୁଃ-ଖ ପ୍ରକାଶ କରିବାକୁ ତାଙ୍କ ପାଖରେ କିଛି ଶବ୍ଦ ନାହିଁ ।

ଭଗବାନ୍ ତାଙ୍କୁ ଯେଉଁ ଦୁଃ-ଖ ଦେଇଛନ୍ତି ତାହା ଆଉ କୌଣସି ନାରୀଙ୍କୁ ନ ଦିଅନ୍ତୁ । ଆଉ ବିଶେଷ କରି ତାଙ୍କ ଝିଅକୁ ଯେଉଁ ଦୁଃ-ଖ ଦେଇଛନ୍ତି ତାହା ଆଉ କୌଣସି ଛୁଆକୁ ମଧ୍ୟ ନଦିଅନ୍ତୁ । ଦୁନିଆର ସବୁଠାରୁ ବଡ଼ ସମ୍ପତି ବାପା ମା । କିନ୍ତୁ ତାଙ୍କ ଝିଅ ପାଖରେ ମା ଅଛି ହେଲେ ବାପା ନାହିଁ ବୋଲି ମହିଳା କହିଛନ୍ତି । “ପାପା କି ପରୀ” ଲାଇନ୍ ଟା ତାଙ୍କ ଝିଅ ପାଖରେ ଲାଗି ପାରିବନି ବୋଲି ମହିଳା କହିଛନ୍ତି । ୨ ମାସ ୬ଦିନ ହୋଇଗଲା ତାଙ୍କ ସ୍ୱାମୀଙ୍କ ମୃ-ତ୍ୟୁକୁ । ଆଉ ଛା-ଡ଼ଖା-ଇ ଦିନ ଠାରୁ ମହିଳା ଜଣଙ୍କ ଦୋକାନଟିକୁ ଆରମ୍ଭ କରିଛନ୍ତି ନିଜର ପେଟ ପୋଷିବା ପାଇଁ । ଆହୁରି ମଧ୍ୟ ତାଙ୍କ ଝିଅର ପାଠପଢା ବନ୍ଦ ହୋଇଯିବ । ମହିଳା କହିଛନ୍ତି ସେ ଏମ୍.ଏ ପାସ କରିବା ପରେ ଲଭ୍ ମ୍ୟାରେଜ୍ କରିଥିଲେ ୨୦୧୪ରେ ।

ତାଙ୍କ ସ୍ଵାମୀଙ୍କ ଜୀବନ ମ-ଦ ପିଇବା ଯୋଗୁଁ ହିଁ ଗଲା । ଏତେ ମ-ଦ ପିଇଲେ ଯେ ହାର୍ଟ ଚୋକ୍ କରିଗଲା । ତେବେ ମହିଳା ଜଣଙ୍କ ରାଜନୀତି ବିଜ୍ଞାନରେ ବାଣୀବିହାରରୁ ପାସ୍ କରିଛନ୍ତି କିନ୍ତୁ ପରିସ୍ଥିତି ଏବେ ତାଙ୍କୁ ବାଧ୍ୟ କରିଛି ରାସ୍ତା କଡ଼ରେ ପକୋଡ଼ା ବିକିବା ପାଇଁ । ତେଣୁ ସେ ସମସ୍ତ ପୁରୁଷଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ମ-ଦ ନ ପିଇବା ପାଇଁ । ନହେଲେ ତାଙ୍କ ପରି ଆହୁରି ବହୁତ୍ ସଂସାର ଉଜୁଡ଼ିଯିବ” ।

Leave a Reply

Your email address will not be published. Required fields are marked *