ପରୀକ୍ଷା ଦେଇ ଫେରିଲେ ଅର୍ଚ୍ଚନା ନାଗ । କହିଲେ ମୁଁ ଫାଇଟ କରିବି, ଗୋଟି ଗୋଟି କରି ବଦଲା ନେବି, କାହାକୁ ଛାଡିବିନି… ।
ବନ୍ଧୁଗଣ ସୂଚନା ମୁତାବକ ୧୪ ମାସ ପରେ ଝାରପଡ଼ା ଜେ-ଲରୁ ବାହାରିଲେ ଅର୍ଚ୍ଚନା ନାଗ । ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେ-ଲକୁ ଆସିଥିଲେ । ଝାରପଡ଼ା ଜେ-ଲ୍ରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତି-କ୍ରିୟା ଦେଇ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ କହିଛନ୍ତି ଯେ ସେ କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବେ ଏବଂ ତଦ-ନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ । ତେବେ ଜେଲରୁ ବାହାରିବା ପରେ ପରୀକ୍ଷା ଦେବାକୁ ଗଲେ ଅର୍ଚ୍ଚନା ନାଗ । କ୍ୟାପିଟାଲ ଲ’ କଲେଜରେ ଲ’ କରୁଛନ୍ତି ଅର୍ଚ୍ଚନା ।
ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମ-ଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ । ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥା-ନାର ଦୁଇ ମାମ-ଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିବା ବେଳେ ଇଡି ମାମ-ଲାରେ ଜାମିନ ମଞ୍ଜୁର ପରେ ଜେ-ଲରୁ ବାହାରିବା ପାଇଁ ତାଙ୍କ ପଥ ପରିଷ୍କାର ହୋଇଥିଲା । କହି ରଖିବୁ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋ-ଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥା-ନାରେ ଏ-ତଲା ଦେଇଥିଲେ । ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ପୁଲିସ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋ-ଧରେ ମାମ-ଲା ରୁଜୁ କରିଥିଲା ।
ଏଥି ସହିତ ଖଣ୍ଡଗିରି ଥା-ନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତ-ଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋ-ଧରେ ମାମ-ଲା ରୁଜୁ ହୋଇଥିଲା । ୨୦୨୨, ଅକ୍ଟୋବର ୬ରେ ଅର୍ଚ୍ଚନା ଗି-ରଫ ହୋଇ ଜେଲ ଯାଇଥିଲେ । ଅର୍ଚ୍ଚନାଙ୍କ ବେଆ-ଇନ କାର୍ଯ୍ୟକଳାପ ଓ କଳାଟଙ୍କା ପ୍ରସଂଗ ସମ୍ମୁଖକୁ ଆସିବା ପରେ ଇଡି ଘଟ-ଣାର ତ-ଦନ୍ତ କରିଥିଲା । ୨୦୨୨, ଡିସେମ୍ବର ୧୩ରେ ଇଡି ଅର୍ଚ୍ଚନାଙ୍କୁ ଗି-ରଫ କରିଥିଲା ।
ଆଉ ଏବେ ଜେ-ଲ୍ ରୁ ବାହାରିବା ପରେ ଗଣ ମାଧ୍ୟମ ସାମ୍ନାରେ ପ୍ରତି-କ୍ରିୟା ରଖି ଅର୍ଚ୍ଚନା ନାଗ କହିଛନ୍ତି ଜେ-ଲ୍ ଯିବା ମୋ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା ଆଉ ସେଠାରୁ ମୁଁ ଅନେକ କଥା ଶିଖିଲି ବୋଲି ଗଣମାଧ୍ୟମ ଆଗରେ କହିଲେ ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗ । ଆଇନ ଉପରେ ମୋର ଭରସା ଅଛି ଆଉ ମୋତେ ନିଶ୍ଚିତ ଭାବେ ନ୍ୟା-ୟ ମିଳିବ । ଯେଉଁମାନେ ମୋ ପାଇଁ କଣ୍ଟା ବିଛାଇଥିଲେ ଏବେ ତାହା ଫୁଲରେ ପରିଣତ ହୋଇଛି । ଆଇନ ପାଠ ପଢୁଛି ଆଉ ଜେ-ଲରେ ରହିବା ଯୋଗୁଁ ମୋତେ ଏହି ଆ-ଇନ ପାଠର ଅଭିଗ୍ୟତା ଆସିଲା । ଜେ-ଲରେ ରହିବା ମୋ ପାଇଁ ଗୋଲ୍ଡେନ୍ ଅପର୍ଚୁନିଟି ସାବ୍ୟସ୍ତ ହୋଇଛି । ନିଶ୍ଚିତ ଦିନେ ସମସ୍ତଙ୍କର ମୁଖା ଖୋଲିବି ବୋଲି ଗଣମାଧ୍ୟମ ଆଗରେ କହିଲେ ଅର୍ଚ୍ଚନା ନାଗ ।