୧୭୦୦୦ ଫୁଟ ଉପରେ ଉଡୁଥିଲା ବିମାନ, ଝରକା ପଟରୁ ବାହାରି ପଡିଲେ ପାଇଲଟ, ଆଉ ତା ପରେ ଯାହା ହେଲା…।

ଉଡୁଥିଲା ବିମାନ ଝରକା ପଟେ ବାହାରି ପଡ଼ିଲେ ପାଇଲଟ। ୧୭ ହଜାର ଫୁଟ ଉପରେ ଭାଙ୍ଗିଗଲା ପାଇଲଟଙ୍କ ଝରକା। ଅଚାନକ ବିମାନ ନିୟନ୍ତ୍ରଣକୁ ହରାଇ ହରାଇ ବସିଲାହଠାତ ଖୋଲିଗଲା ପାଇଲଟଙ୍କ ଝରକା। ବିମାନ ଆଗରେ ଲାଗିଥିବା କାଚ ଭାଙ୍ଗିଗଲା। ସବୁକିଛି ବଦଳିଗଲା କିଛି କ୍ଷଣିକ ମଧ୍ୟରେ। ପାଇଲଟ ଅଧା ଲାଗିକି ବିମାନରେ ରହିଲେ। ହଁ ଆଜ୍ଞା ସବୁକିଛି ଠିକ ଥିଲା ଯାତ୍ରୀଙ୍କୁ ବସାଇ ଉଡାଣ ଭରେ ବିମାନ ଧୀରେ ଧୀରେ ଉପରକୁ ଉଠେ। ୧୭ ହଜାର ଫୁଟ ଉପରେ କ୍ଷିପ୍ର ଗତିରେ ଗନ୍ତବ୍ୟ ସ୍ଥଳକୁ ଉଡିବାକୁ ଲାଗେ। କିନ୍ତୁ ଅଚାନକ ସବୁକିଛି ବଦଳିଯାଏ।

ପାଇଲଟ ମିଡ଼ି ମିଡ଼ି ମିଡ଼ି କହିବାକୁ ଲାଗନ୍ତି। ବିମାନ ଭିତରେ ଅକ୍ସିଜେନ ଧୀରେ ଧୀରେ କମିବାକୁ ଲାଗେ। ଖୁବ ଜୋରରେ ଦହଲିବାକୁ ଲାଗେ ବିମାନ। ଆଉ ୨୦ ମିନିଟ ପର୍ଯ୍ୟନ୍ତ ବାହାରେ ଓହଳିକି ରୁହନ୍ତି ପାଇଲଟ। ବିମାନ ନାମ ହେଉଛି BRITISH AIRWAYS 5390।ସେଦିନର କାହାଣୀ ମନେ ପକାଇଲେ ଲୋମ ଟାଙ୍କୁରି ଉଠେ। କାରଣ ସେଦିନ ସେମିତି କିଛି ଘଟିଥିଲା। ସମୟ ଥିଲା ୧୯୯୦ ମସିହା ଅଧା ଆକାଶରେ ଉଡୁଥିବା ବିମାନରୁ କ୍ୟାପଟେନ ବାହାରକୁ ବାହାରି ଆସନ୍ତି। ଦୀର୍ଘ ୨୦ ମିନିଟ ପର୍ଯ୍ୟନ୍ତ ର-କ୍ତାତ ହୋଇ ସେଇ ବିମାନର ବାହାରେ ଅଟକି ରୁହନ୍ତି କ୍ୟାପଟେନ।

ସୂଚନା ମୁତାବକ ବିମାନ ଯେଉଁ ସ୍ଥାନରୁ ବସି ପାଇଲଟ ଉଡାନ୍ତି ସେହି ସ୍ଥାନକୁ କପିଡ଼ ବୋଲି କୁହାଯାଏ। ସେଦିନ ବି ଭଲରେ ଭଲରେ ବିମାନ ଉଡାଇ ଥିଲେ କ୍ୟାପଟେନ ଲ୍ୟାଣ୍ଡ କ୍ୟାଷ୍ଟର ଏବଂ ନିଗେଲ ଉର୍ଗେନ। ବ୍ରିଟିଶ ଏୟାର ବିମାନ ପିରମିନ ଘାମରୁ ମାଲାଗାଁକୁ ଉଡାଣ କରେ। ଯେତେବେଳେ ବିମାନଟି ୧୭ ହଜାର ଫିଟରୁ ଉଡୁଥିଲା ସେତେବେଳେ କୌଣସି କାରଣରୁ କପଫିଟର ଝରକା ଖୋଲିଯାଇଥିଲା ଫଳରେ ପବନର ବେଗ ଏତେ ଥିଲା ଯେ କ୍ୟାପଟେନ ଲ୍ୟାଣ୍ଡ କାଷ୍ଟର ବିମାନର ବାହାରକୁ ଚାଲିଯାଇଥିଲେ।

ଏହାକୁ ଦେଖି ବିମାନରେ ଥିବା ଅନ୍ୟ ଜଣେ ପାଇଲଟ ନିଗେଲ ଉର୍ଗେନ ତାଙ୍କ ଗୋଡ଼କୁ ଟାଣି ଧରିଥିଲେ। ଯେଉଁଥିପାଇଁ କ୍ଷିପ୍ର ଗତିରେ ଉଡୁଥିବା ବିମାନରେ ଲାଗି ରହିଥିଲେ ପାଇଲଟ ଲ୍ୟାଣ୍ଡ କାଷ୍ଟର। ମଝି ଆକାଶରେ ଚାଲିଥିଲା ସ-ଙ୍ଘର୍ଷ। କ୍ୟାପଟେନକୁ ବଞ୍ଚାଇବା ପାଇଁ ଲ୍ୟାଣ୍ଡଙ୍କ ଗୋଡ଼କୁ ସମସ୍ତେ ଟାଣି ଧରିଥିଲେ। ଯଦି ହାତରୁ ଖସି ଥାନ୍ତେ ତାହେଲେ କ୍ୟାପଟେନଙ୍କର ନିଧନ ହୋଇଯାଇଥାନ୍ତା। ତେବେ ଦୀର୍ଘ ୨୦ ମିନିଟ ପର୍ଯ୍ୟନ୍ତ ତାଙ୍କର ଗୋଡ଼କୁ ପାଇଲଟ ମାନେ କ୍ୟାପଟେନକୁ ଟାଣି ଧରିଥିଲେ।

ଆଉ ଯେତେବେଳେ ଲ୍ୟାଣ୍ଡିଂ ହୋଇଥିଲା ସେତେବେଳେ ଲ୍ୟାଣ୍ଡ କାଷ୍ଟରଙ୍କ ଅବସ୍ଥା ଗୁରୁ-ତ୍ୱର ହୋଇଯାଇଥିଲା। କ୍ୟାପଟେନଙ୍କର ଦେହରୁ ହୋଇଥିଲା ୨୦ ରୁ ଅଧିକ ଆଘାତ। ମୁହଁ ନାକରୁ ର-କ୍ତ ବାହାରିବାକୁ ଲାଗିଲା। ସଙ୍ଗେ ସଙ୍ଗେ ଆରମ୍ଭ ହୁଏ ଚିକିତ୍ସା ଆଉ ବଞ୍ଚିଗଲା କ୍ୟାପଟେନଙ୍କ ଜୀବନ।ସେପଟେ ତ-ଦନ୍ତ ଆରମ୍ଭ ହୁଏ। ଦୀର୍ଘ ଦିନ ଧରି ତ-ଦନ୍ତ ହୁଏ। ଏହା ପରେ ଜଣା ପଡେ ଯେ କପସିଟରେ ଲାଗିଥିବା ନୋଟ ବୋର୍ଡ ଢିଲା ହୋଇଯାଇଥିବାରୁ ଏମିତି କିଛି ହୋଇଥିଲା।

Leave a Reply

Your email address will not be published. Required fields are marked *