ଜିଜୁଙ୍କୁ ଯେତେ ଟ୍ରୋଲ କରୁଛନ୍ତି ସେ ସେତେ ଦେଶ ବୁଲୁଛନ୍ତି

ଶାଶ୍ଵତ ଯୋଶୀ ମୋର ଭିଣୋଇ ହେବେ ବୋଲି ମୁଁ ଆଗରୁ ଜାଣିଥିଲି। ହଁ ତାଙ୍କୁ ମୁଁ ବହୁତ ଆଗରୁ ଜାଣିଛି। ବାହାଘର ପୂର୍ବରୁ ଜିଜୁ ଆଉ ମୁଁ କେବେ କଥା ହେଇ ନଥିଲୁ। କିନ୍ତୁ ଜିଜୁ ବି ତାଙ୍କୁ ଜାଣିଥିଲେ ଆଉ ମୁଁ ବି ସେଇ ପ୍ରୋଗ୍ରାମରେ ଦେଖା ହେଇଥିଲି। କିନ୍ତୁ ଜିଜୁଙ୍କ ମାଇଣ୍ଡରେ କଉଁଠି ନା କଉଁଠି ଥିଲା ଯେ ସ୍ବରାଜଙ୍କ ଭଳିଆ ପୁଅଟେ ଜାଗୃତି ପାଇଁ ଭଲ ହୁଅନ୍ତା। କିନ୍ତୁ ପରେ ପରେ ସେଇଟା ହେଲା। ଫ୍ୟାମିଲିରେ କିଏ କାହାକୁ ଇମ୍ପ୍ରେସ୍ କରେ।

ଶାଶ୍ଵତ ଦାଦା ମୋ ପାଇଁ ଫ୍ୟାମିଲି ଭଳିଆ। କିନ୍ତୁ ଆଜି ଯାହା ହେଲା ତାଙ୍କ ପାଇଁ ମୁଁ ବହୁତ୍ ଖୁସି। ଆଉ ଗୋଟେ ଏକ୍ସଟେଣ୍ଡେଡ୍ ଫ୍ୟାମିଲି ପାଇ ମୁଁ ବହୁତ୍ ଖୁସି। ଫାଷ୍ଟ ଦେଖାରେ ଜଣଙ୍କ ବିଷୟରେ କିଛିଟା ଜାଣି ହେଇଯାଏ। ବହୁତ୍ କଥା କହିଲେ ରିଲେସନରେ କଣ ହବ ଜାଣେନି କିନ୍ତୁ କମ୍ କଥା କହିଲେ ଜଣଙ୍କୁ ପରଖି ହେଇଯିବ। କଣ ହୁଏନା ବହୁତ୍ ଜଣ ବାହାଘର ପରେ ଡିସିସନ୍ ନିଅନ୍ତି କି ମୁଁ ଏଇ କାମ କରିବି କି ମୋତେ ଏଥିପାଇଁ ଫ୍ରିଡମ୍ ଦରକାର୍। କିନ୍ତୁ ସେତେବେଳକୁ ବହୁତ୍ ଲେଟ୍ ହେଇ ଯାଇଥାଏ।

ମୁଁ ଭାବେ କି ବାହାଘର ଆଗରୁ ଡିସିସନ୍ ନେବା ଦରକାର। ତାପରେ ମ୍ୟାରେଡ୍ ଲାଇଫ ସ୍ମୁଥଲି ଚାଲିବ, ପୂର୍ବରୁ ଡିସିସନ୍ ନେଲେ କିଛି ହବନି।ଯେତେବେଳେ ମୋ ପାଇଁ ଝିଅ ଦେଖା ଚାଲିଥିଲା ମୁଁ ସେତେବେଳେ ଜବ୍ କରୁଥିଲି। ଆଉ ମୋତେ କହିଲେ କି ତୋର ଯଦି କଉ ଝିଅ ପସନ୍ଦ ଅଛି ତ କହ, ମୁଁ କହିଲି ହଁ ମୋର ଗୋଟେ ଝିଅ ପସନ୍ଦ। ତାକୁ ବି ଦେଖିଥିବ ଟିଭିରେ।

ଆମ ଘରେ ସନ୍ଧ୍ୟା ହେଲା ମାତ୍ରେ ମୋ ଜେଜେମା ପ୍ରାର୍ଥନା ଚାନେଲ୍ ଦେଖନ୍ତି। ତ ସେଥିରେ ବି ତାଙ୍କୁ ଦେଖିଥିଲେ। ସେଥିପାଇଁ ଆମ ଘରେ ସମସ୍ତେ ତାଙ୍କୁ ଦେଖିଥିଲେ। ସେମାନେ ବହୁତ୍ ବୁଝିଛନ୍ତି ଅନସ୍କ୍ରିନ ଆକ୍ଟିଂଟା କଣଆଉ ରିଏଲ୍ ଲାଇଫଟା କଣ, ସେଇଟା ହିଁ ଆର୍ଟିଷ୍ଟ୍ ପାଇଁ ବହୁତ୍ ଦରକାର୍। ସେମାନେ ମୋତେ ବହୁତ୍ ସପୋର୍ଟ କରନ୍ତି। କହିବାକୁ ଗଲେ ମୋ ଶାଶୁ ଶଶୁରଙ୍କର ମୁଁ ଗୋଟିଏ ବୋହୂ। କିନ୍ତୁ ଆମର ଯୋଏଣ୍ଟ ଫ୍ୟାମିଲି। ମୁଁ ଏବେ ରିସେଣ୍ଟଲି ବାରିପଦା ଯାଇଥିଲି।ତ ସେଠୁ ଆସିଲା ବେଳକୁ ମୁଁ ଦୁଇଟାରେ ପହଞ୍ଚିଲି ଘରେ।

ମୁଁ ଆସିଲା ବେଳେ ରାସ୍ତାରେ ଭାବି ଭାବି ଆସୁଥିଲି କି କଣ ଗୋଟେ ଅର୍ଡର କରି ଖାଇଦେବା। କିନ୍ତୁ ଏତେ ଟ୍ରାଭେଲ ପରେ ନା ବାହାର ଖାଇବା ଇଚ୍ଛା ହୁଏନି। ତ ମୁଁ ମନେ ମନେ ଚାହୁଁଥିଲି ଘରେ ଟିକେ ଶାନ୍ତିରେ ଖାଆନ୍ତି। ଠିକ୍ ଅଛି ଦୁଇଟା ବେଳେ ପହଞ୍ଚି ରୋଷେଇ କରି ତିନିଟା ବେଳେ ଖାଇବୁ ଆଉ। କିନ୍ତୁ ଆସିକି ଦେଖିଲା ବେଳକୁ ସ୍ୱାମୀ ମୋର ଦହି ପଖାଳ, ଭଜା, ବଡ଼ି ଚୁରା ସବୁ ରେଡି କରିକି ରଖି ଦେଇଥିଲେ। ମୁଁ ଦେଖିକି ପୁରା ଶୋକ୍। କାହିକିଁ ନା ସେଦିନ ତାଙ୍କର ଛୁଟି ଥିଲା।

ଇଣ୍ଡଷ୍ଟ୍ରିଟା ସେତେବେଳେ ମୋ ପାଇଁ ନୂଆ ଥିଲା। ଆଜିକା ଡେଟରେ ଯେଉଁ ସବୁ ହିରୋଇନ୍ ମାନେ ଯାଉଛନ୍ତି ସୁଟିଂ ପାଇଁ ତାଙ୍କ ସହ କେହି ନା କେହି ତାଙ୍କର ଗାର୍ଡିଆନ୍ ଯାଉଥିବେ। ମୋର ବାପାମାଆ ରହିଲେ ବଲାଙ୍ଗୀରରେ ତେଣୁ ମୋର ଜିଜୁ ମୋତେ ବହୁତ୍ ଗାଇଡ କରିଛନ୍ତି। କେଉଁ କାମ ମୋର କରିବା କଥା ,କଉଁଟା ନ କରିବା କଥା , କେଉଁମାନଙ୍କ ସହ ମିଶିବା କଥା ଏଗୁଡ଼ିକ ମୋତେ ସେ ପଛପଟୁ ରହି ବହୁତ୍ ହେଲ୍ପ କରିଛନ୍ତି। ଜିଜୁ ଯେତେବେଳେ ରେଡି ହେଇକି ଆସନ୍ତି ତାଙ୍କ ଝିଅ ତାଙ୍କୁ ଆଗେ ପ୍ରଶଂସା କରେ

ବହୁତ୍ ଲୋକ ତାଙ୍କୁ ଟ୍ରୋଲ କରନ୍ତି।ମୁଁ ସେଠି ଭାବେ କି ତାଠୁ ତ ଲୋକଙ୍କ କଥା ମ୍ୟାଟର କରେନି। ଆଉ ଯେଉଁମାନେ ଟ୍ରୋଲ୍ କରନ୍ତି, ସେମାନଙ୍କର କୌଣସି ଆଇଡେନ୍ଟିଟି ନଥାଏ। ସେମାନେ କେବଳ ଲୋକଙ୍କୁ ଟ୍ରୋଲ କରିବା ପାଇଁ ଫେକ୍ ଆକାଉଣ୍ଟ ଖୋଲିଥାଆନ୍ତି। ଯଦି ଏତିକି ଅଛି କହିବାର ତାହେଲେ ସାମ୍ନାରେ ଆସି କୁହ। କିନ୍ତୁ ମୁଁ ଭାବେ କି ଯଦି ନେଗେଟିଭିଟିକୁ ଆମେ ଦୁରେଇ ଦେଇ ପାରିବା ତାହେଲେ ଯାଇ ଆମେ ଆଗକୁ ବଢ଼ି ପାରିବା।

Leave a Reply

Your email address will not be published. Required fields are marked *