ମନ୍ଦିରରେ ବାହା ହେଲେ ବର୍ଷା ଓ MR ଗୁଲୁଆ।

ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧି ହେଲେ ମିଷ୍ଟର ଗୁଲୁଆ ଓ ତାଙ୍କ ବାନ୍ଧବୀ ବର୍ଷା।ନାଁ ଆଜି କେଉଁ କମେଡି ସିନ ସୁଟିଂ ହେଉଛି ନାଁ ଏ ହେଉଛି କୌଣସି ଫିଲ୍ମର ଦୃଶ୍ୟ। ସିଧାସଳଖ ଏଠାରେ ଜଣେଇଦେବାକୁ ଚାହିଁବୁ କି ମିଷ୍ଟର ଗୁଲୁଆ ଆପଣଙ୍କର ପ୍ରିୟ କମେଡିଆନ ଆଜି ବାହା ହୋଇଯାଇଛନ୍ତି।

ହଁ ଆଜ୍ଞା ଆପଣ ବି ଏହି ଫୋଟରେ ଥିବା ଦୃଶ୍ୟକୁ ଦେଖିପାରୁଥିବେ ଏ ଦୁଇଜଣ ବାହାଘର ଯୋଡିରେ ଅଛନ୍ତି। ଆଉ ଏ ଦୁହିଁଙ୍କର ବାହାଘର ସରିଯାଇଛି। ହେଲେ ନିଜର ବାହାଘରକୁ ନେଇ ଗଣମାଧ୍ୟମ ଆଗରେ ଆଗରୁ କୌଣସି ପ୍ରତିକ୍ରିୟା ଦେଇନଥିଲେ MR ଗୁଲୁଆ। କିନ୍ତୁ ଏଭଳି ଫୋଟ ସାମ୍ନାକୁ ଆସିବା ପରେ ଫ୍ୟାନମାନେ ଅନେକ ଚର୍ଚ୍ଚା କରୁଛନ୍ତି। ଆଉ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ MR ଗୁଲୁଆ କାହିଁକି ଏମିତି ଲୁଚି ବାହା ହୋଇଗଲେ।

ତେବେ ଏହି ଫୋଟଟିକୁ ଦେଖିପାରୁଥିବେ ବାହାଘର ଯୋଡ଼ାରେ ଦୁଇଜଣ ଉପସ୍ଥିତ ଅଛନ୍ତି ଆଉ ଦୁଇଜଣଙ୍କର ବାହାଘର ମଧ୍ୟ ସରିଯାଇଛି। ବେଦୀ ଉପରେ ଥିବା ଫୋଟର ଦୃଶ୍ୟକୁ ବି ଦେଖି ପାରୁଥିବେ ଯେଉଁଠି ତାଙ୍କର ବାହାଘର ସରିଛି। ତେବେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ଗୋଟିଏ ମନ୍ଦିରରେ ଦୁଇଜଣ ବାହା ହୋଇଛନ୍ତି।

MR ଗୁଲୁଆ ବାହା ହୋଇଛନ୍ତି ବର୍ଷାଙ୍କୁ। ଯିଏକି ବହୁତ ସମୟ ଧରି MR ଗୁଲୁଆଙ୍କ ସହିତ ରହିଥିଲେ। ତାଙ୍କ ସହଯୋଗୀ ଭାବେ ପ୍ରତ୍ୟକ ସମୟରେ ତାଙ୍କୁ ସାହାର୍ଯ୍ୟ କରୁଥିଲେ ଓ ତାଙ୍କ ସହିତ ରହୁଥିଲେ ଏମିତିକି ଗୋଟେ ସମୟରେ MR ଗୁଲୁଆ କହୁଥିଲେ ଯେ ବର୍ଷା ତାଙ୍କ ପାଖରେ ରହି ସବୁବେଳେ ତାଙ୍କୁ ପ୍ରେଣନା ଦିଅନ୍ତି ଆଉ ତାଙ୍କୁ ସାହସ ଦିଅନ୍ତି ଆଉ ଯେଉଁଥିରେ କି ଏତେ ଭଲ ଭଲ କମେଡି ଭିଡିଓ ସବୁ ଆମ ସାମ୍ନାକୁ ଆସୁଥିଲା। ଆଉ ଲୋକମାନେ ଦେଖି ବହୁତ ଖୁସି ଅନୁଭବ କରୁଥିଲେ। ଆଉ ସେଇ ପଛରେ ରହିଥିଲା ବର୍ଷାଙ୍କର ଏକ ବଡ଼ ହାତ ଯାହାକୁ ଏବେ MR ଗୁଲୁଆ ବାହା ହୋଇଛନ୍ତି।

ବର୍ଷା MR ଗୁଲୁଆ ବହୁ ଦିନ ଧରି ଏକାଠି ରହୁଥିଲେ ଆଉ ପୁରା ଟିମକୁ ନେଇ କାମ କରୁଥିଲେ ଆଉ ଯେଉଁ ଟିମ ପ୍ରସ୍ତୁତ କରୁଥିଲା ଭଲ ଭଲ କମେଡି ଭିଡିଓ। ଏମିତିକି କରନା ସମୟରୁ ଗୁଲୁଆ ବହୁ କମେଡି ଭିଡିଓ ଭେଟି ଦେଇଛନ୍ତି ଓଡ଼ିଆ ଦର୍ଶକଙ୍କୁ। ଯେଉଁଥିରେ ଦର୍ଶକମାନେ ବି ବହୁତ ଖୁସି ହେଉଛନ୍ତି। ହେଲେ ଏବେ ଦେଖିବାକୁ ମିଳିଛି ଏଭଳି ଭାବେ MR ଗୁଲୁଆ ବାହା ହୋଇଛନ୍ତି ବର୍ଷାଙ୍କୁ।

ତେବେ କେଉଁ ମନ୍ଦିରରେ ବାହା ହୋଇଛନ୍ତି MR ଗୁଲୁଆ ସେ ବାବଦରେ କୌଣସି ସୂଚନା ମିଳିନାହିଁ। କିନ୍ତୁ ଏହି ଦୃଶ୍ୟରେ ଜଣା ପଡୁଛି ଯେ ଗୋଟିଏ ମନ୍ଦିରରେ ବାହାଘର ସରିଛି ଦୁହିଁଙ୍କର।ତେବେ ଦେଖିବାକୁ ବାକି ରହିଲା MR ଗୁଲୁଆ ଏବଂ ବର୍ଷା ନିଜ ବାହାଘରକୁ ନେଇ ଆଗକୁ ଯାଇ କଣ ପ୍ରତିକ୍ରିୟା ଦେଉଛନ୍ତି।

Leave a Reply

Your email address will not be published. Required fields are marked *