ଟି-ଟ୍ୱେଣ୍ଟି ବିଶ୍ୱକପ୍ କ୍ୟାପଟେନ୍ ପାଇଁ ସୌରଭ ଗାଙ୍ଗୁଲି ବାଛିଲେ ଏମିତି ଖେଳାଳି । ସମସ୍ତେ ଜାଣି ହେଲେ ଆଶ୍ଚର୍ଯ୍ୟ ।

ବିଶ୍ବକପ୍ ଫାଇନାଲରେ ପରାଜୟ ପରେ ଭାରତୀୟ କ୍ରିକେଟ୍ ଟିମ୍ ରେ ଅନେକ କିଛି ଏପଟ ସେପଟ ହେଉଥିବା ଲକ୍ଷ୍ୟ କରାଯାଉଅଛି । ପୂରା ଟୁର୍ଣ୍ଣାମେଣ୍ଟରେ ସାନଦାର୍ ଫର୍ମରେ ଥିବା ଟିମ୍ ଇଣ୍ଡିଆର ବିଶ୍ବକପ୍ ଚାମ୍ପିୟନ ହେବାରୁ ବଞ୍ଚିତ ହେବା କଥାକୁ ବିସିସିଆଇ ମଧ୍ୟ ହଜମ କରି ପାରିନି । ତେଣୁ ଆଗାମୀ ଭବିଷ୍ୟତକୁ ଲକ୍ଷ୍ୟ ରଖି ଦଳରେ ଅନେକ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଅଛି । ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର୍ ବ୍ୟାଟର ବିରାଟ କୋହଲି କିଛିଦିନ ପାଇଁ ଟିମ୍ ରୁ ବାହାରେ ରହିଛନ୍ତି ।

ଏପରିକି ଗତକାଲି ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ରେ ମଧ୍ୟ ଦଳର କୌଣସି ବରିଷ୍ଠ ଖେଳାଳିଙ୍କୁ ଦେଖିବାକୁ ମିଳି ନଥିଲା । ରୋହିତ ଶର୍ମା ସୀମିତ ଓଭର ମ୍ୟାଚ୍ ଅର୍ଥାତ୍ ଦିନିକିଆ ଓ ଟି-୨୦ରୁ ନିଜକୁ ଦୂରେଇ ରଖି କେବଳ ଟେଷ୍ଟ ଖେଳିବାକୁ ଇଚ୍ଛା କରିଛନ୍ତି । ସେହିପରି ବିରାଟ କୋହଲି ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟିମ୍ ଇଣ୍ଡିଆରୁ ବିରତୀ ନେଇଛନ୍ତି । ସେ କେବେ ଦଳରେ ସାମିଲ ହେବେ ସେନେଇ ମଧ୍ୟ କୌଣସି ସ୍ପଷ୍ଟ କରି ନାହାଁନ୍ତି ।

ଏଭଳି ସ୍ଥିତିରେ ଆସନ୍ତା ବର୍ଷକୁ ଖେଳା ଯିବାକୁ ଥିବା ଟି-୨୦ ବିଶ୍ଵକପରେ କେଉଁ ମାନେ ଖେଳିବେ ଏବଂ କିଏ ସେ ଦଳର ନେତୃତ୍ବ ନେବ ତାକୁ ନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ । ୨୦୨୪ ଟି-୨୦ ବିଶ୍ଵକପreb ଦଳର ମଙ୍ଗ କିଏ ସମ୍ଭାଳିବ ତାକୁ ନେଇ ବିସିସିଆଇ ଚିନ୍ତାରେ ରହିଛି । ଆଉ ଏହାରି ଭିତରେ ପୂର୍ବତନ ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲି ଏ ସମ୍ପର୍କରେ ଏକ ପରାମର୍ଶ ଦେଇଛନ୍ତି । ଆଗାମୀ ଟି-୨୦ ବିଶ୍ବକପ୍ ରେ କିଏ ଭରତୀୟ ଦଳର ଅଧିନାୟକ ହେବ ବୋଲି ସାମ୍ବାଦିକ ମାନେ ତାଙ୍କୁ ପ୍ରଶ୍ନ କରିବା ପରେ ସେ ଏମିତି ଜଣେ ଖେଳାଳିଙ୍କ ନାଁ କହିଛନ୍ତି ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ୟ୍ଯ ହୋଇ ଯାଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ରେ ସୂର୍ଯ୍ୟକୁମାର ଯାଦବ ନେତୃତ୍ବ ନେଇ ଦଳକୁ ବିଜୟୀ କରାଇଥିଲେ ମଧ୍ୟ ସୌରଭ କିନ୍ତୁ ତାଙ୍କୁ ସମର୍ଥନ କରିନାହାନ୍ତି । ସୌରଭ ଗାଙ୍ଗୁଲି କହିଥିଲେ ସେ ଚାହୁଁଛନ୍ତି ରୋହିତ ଶର୍ମା ପୁଣିଥରେ ଭାରତ ପାଇଁ ୩ଟି ଯାକ ଫର୍ମାଟରେ ଖେଳନ୍ତୁ ଆଉ ଦଳର ନେତୃତ୍ୱ ନିଅନ୍ତୁ ।

Leave a Reply

Your email address will not be published. Required fields are marked *