“ରାତିରେ କବାଟ ଭାଙ୍ଗି ୭-୮ ଜଣ ପଶିଆସିଲେ । ହାତ, ଗୋଡକୁ ବାନ୍ଧି ବାଥରୁମ୍ ଭିତରକୁ ନେଇଗଲେ” ।
ବନ୍ଧୁଗଣ ସୂଚନା ମୁତାବକ ରାଜଧାନୀରେ ସଶ-ସ୍ତ୍ର ଡକା-ୟତି । ସ୍ବାମୀ ସ୍ତ୍ରୀ ଓ ପିଲାଙ୍କୁ ଆକ୍ର-ମଣ କଲେ, ଆଉ ବାଥ୍ ରୁମରେ ବାନ୍ଧି ଘରୁ ଲୁ-ଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ନନ୍ଦନକାନନ ଥା-ନା ଭୋଳା ରେସିଡେନ୍ସିରେ ଡକାୟତି ହୋଇଛି । ଆଜ୍ଞା ହଁ ସେଠାରେ ରହୁଥିବା ଏହି ପରିବାର ସହ ଯେଉଁ ଘ-ଟଣା ଘ-ଟିଛି ତାହା ଯେତିକି ହୃଦୟବିଦାରକ ସେତିକି ଭ-ୟଙ୍କର । ଖବର ଅନୁଯାୟୀ, ନନ୍ଦନକାନନ ଥା-ନା ଅନ୍ତର୍ଗତ ମାରୁତି ବିହାରର ସ୍ଥିତ ଭୋଳା ରେସିଡେନ୍ସିରେ ଥିବା ଚାନ୍ଦ୍ ନିବାସରେ ହୋଇଛି ସଶ-ସ୍ତ୍ର ଡକା-ୟତି । ଆଇଟି ଇଞ୍ଜିନିୟର ଭାବେ କାମ କରନ୍ତି ରାକେଶ ଚାନ୍ଦ । ପତ୍ନୀ ଏଲିଶ୍ରୀ ଓ ଦୁଇ ସନ୍ତାନଙ୍କ ସହ ଏହି ଘରେ ରହନ୍ତି ।
ସବୁଦିନ ଭଳି ରାତ୍ରୀ ଭୋଜନ ପରେ ପୂରା ପରିବାର ବେଡରୁମରେ ଶୋଇଥିଲେ । ଏହି ସମୟରେ ରୋଷେଇ ଘର ଝରକା ଭାଙ୍ଗି ୮ ରୁ ୯ ଜଣ ଲୁ-ଟେରା ପରିବାର ଲୋକଙ୍କ ଉପରେ ବିଭିନ୍ନ ମାର-ଣାସ୍ତ୍ର ଧରି ଆକ୍ର-ମଣ କରିଥିଲେ । ପତ୍ନୀଙ୍କ କହିବା ମୁତାବକ ପ୍ରଥମେ ଜୋର୍ ଧ-କ୍କା ହୋଇଥିଲା । ଶୋଇ ପଡ଼ିଥିବାରୁ ଏତେ ଭଲସେ ଜାଣି ପାରିନଥିଲେ । ଆଉ ଦ୍ଵିତୀୟ ଥର ଜୋର୍ ଧ-କ୍କା ହେଲା ବେଳେ ଆମେ କିଛି ଭାବିବା ବେଳକୁ ସେମାନେ ବେଡ଼ରୁମ ଭିତରକୁ ପଶି ଆସିସାରିଥିଲେ ।
ଦୁଇଟା ଛୋଟ ଛୁଆ ଥିବାରୁ ସ୍ଵାମୀ ସ୍ତ୍ରୀ ଦୁହେଁ କୌଣସି ପାଟି କରିନଥିଲେ । କାରଣ ସମସ୍ତ ଦୁର୍ବୃତ୍ତଙ୍କ ହାତରେ ମାର-ଣାସ୍ତ୍ର ଥିଲା । ଲୁ-ଟେରା ଘରଲୋକଙ୍କ ମୁଣ୍ଡରେ ତକିଆ ଖୋଳ ପୂରେଇ ଦେବା ସହିତ ବେଡସିଟ ଚିରି ଗୋଡ଼ ହାତ ସେଥିରେ ବାନ୍ଧି ଦେଇଥିଲେ । ତାପରେ ବେଡ଼ରୁମରୁ ନେଇ ବାଥରୁମ୍ ଭିତରେ ସମସ୍ତଙ୍କ ହାତ ଗୋଡ଼ ବାନ୍ଧି ପକେଇ ଦେଇଥିଲେ । ଏହାପରେ ଘରେ ଥିବା ସବୁ ଲକରରୁ ନେଇଗଲେ ସୁନା ଅଳଙ୍କାର । ଘରର ଆସବା ପତ୍ର ସବୁ ଖେଳାଇ ଦେଇଥିଲେ । ତେବେ ସେଦିନ ଗୋଟେ ବିବାହ ଭୋଜି ଥିବାରୁ ପତ୍ନୀ ଜଣକ ଯାହା ଅଳଙ୍କାର ପିନ୍ଧିଥିଲେ ତାହା ମଧ୍ୟ ନେଇଗଲେ ।
ଆହୁରି ଲୁ-ଟେରା ସୂଚନା ଦେଇଥିଲେ ତାଙ୍କୁ ଇନ୍ଫର୍ମେସନ୍ ମିଳିଥିଲା ଯେ ତାଙ୍କ ଘରେ ଟଙ୍କା ଅଛି ବୋଲି । ତେବେ କିଏ ଏହି ସୂଚନା ଯୋଗାଉଛି ତାହା ଚିନ୍ତାଜନକ ବିଷୟ । ସେପଟେ ଖବର ପାଇ ଘଟ-ଣାସ୍ଥଳରେ ନନ୍ଦନକାନନ ଥା-ନା ଅଧିକାରୀ, ଜୋନ ଏସିପି ଏବଂ ଭୁବନେଶ୍ୱର ଡିସିପି ଘଟ-ଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି । ରାଜଧାନୀରେ ପୂର୍ବରୁ ଆପର୍ଟମେଣ୍ଟରୁ ସିରିଜ ଲୁ-ଟ୍ ପରେ ଏବେ ଲୁ-ଟେରା ମାନେ କଲୋନୀ ମୁହାଁ ହୋଇଛନ୍ତି।