ପୁଣି ସାମ୍ନାକୁ ଆସିଲା ମନୋଜ ମିଶ୍ରଙ୍କ ଭିଡିଓ,ସବୁବେଳେ ଆମର ଆମର କହୁଥିଲେ ଏବେ କିନ୍ତୁ ଭାଷା…
ଓଡ଼ିଆ ସିନେମାକୁ ଉଦ୍ଧାର କରିବା ପାଇଁ କହୁଥିଲ । ଓଡ଼ିଆ ସିନେମାକୁ ଏକ ସ୍ୱର୍ଣୀମ ଅଧ୍ୟାୟ ଦେବ ବୋଲି କହୁଥିଲ। କିନ୍ତୁ ଏବେ ନିଜ ସିନେମା ପଚାଶ ଦିନରେ ପହଞ୍ଚିଲା ବୋଲି କହୁଛ।ଯେତେବେଳେ ଓଡ଼ିଆ ସିନେମାକୁ ନେଇ ରାଜରାସ୍ତାରେ ସମସ୍ତେ ଠିକ୍ ସେତିକି ବେଳେ ଆପଣ ସନ୍ଧ୍ୟାରେ ଏକ ମହାମିଳନ କରିବେ। ଆପଣଙ୍କ ଟିକେଟ କମେଇ ଆପଣ ହାଉସ୍ ଫୁଲ୍ କରିବେ। ସୋସିଆଲ ମିଡିଆରେ ଏମିତି କିଛି କଥା କହିଛନ୍ତି ମନୋଜ ମିଶ୍ର। ଦର୍ଶକବନ୍ଧୁ ଯେତେବେଳେ ଗାନ୍ଧୀ ମାର୍ଗରେ ସନଲିଶା ପଟେଲ ଧାରଣାରେ ବସିଛନ୍ତି ,ଯେତେବେଳେ ବୁଦ୍ଧାଦିତ୍ୟ ଯୋଗ ଦେଇଛନ୍ତି , ପପୁ ପମପମ୍ ଆହୁରି କଳାକାର ମଧ୍ୟ ସନଲିଶାଙ୍କ ସହ ଅଛନ୍ତି।
କାରଣ ପାଞ୍ଚ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଗର୍ଜୁଛନ୍ତି କଳାକାରମାନେ। କୁହାଯାଉଛି କି ଓଡ଼ିଆ ସିନେମାକୁ ବଞ୍ଚେଇବା ପାଇଁ , ଓଡ଼ିଆ ସିନେମାକୁ ନ୍ୟାୟ ଦେବା ପାଇଁ ସମସ୍ତେ ଧାରଣା ଦେଉଛନ୍ତି। ସିନେମା ହଲ୍ ଗୁଡ଼ିକ ଗଢ଼ି ଉଠିବା ପାଇଁ ସମସ୍ତେ ଧାରଣାରେ ବସିଛନ୍ତି। କିନ୍ତୁ ଯେଉଁ ବାବୁ ଏ କଥା ଉଠାଇଥିଲେ, କିନ୍ତୁ ଯେଉଁ ବାବୁ ହୃଦୟରୁ ଏହା ହେଉ ବୋଲି ଚାହୁଁଥିଲେ ଯିଏ ସବୁବେଳେ କହୁଥିଲେ ଯେ ଆମେ କିଛି ଗୋଟେ କରିବା , ଓଡ଼ିଆ ସିନେମାକୁ ଆଗକୁ ନେବା ପାଇଁ ଚିନ୍ତା କରିବା, ଓଡ଼ିଆ ସିନେମାକୁ ସେଇମାନେ ଦେଖିବେ ଯେଉଁମାନେ ପଚାରୁଛନ୍ତି ,ତମ ଓଡ଼ିଶାରେ କଣ ଏମିତି ସିନେମା ହେଉଛି ?
ସେହି ବ୍ୟକ୍ତି ଏବେ ନିଜ ସିନେମା ପାଇଁ କହୁଛନ୍ତି । ଦର୍ଶକବନ୍ଧୁ ଖବର ଭିତରକୁ ଯିବା ପୂର୍ବରୁ ମନୋଜ ମିଶ୍ର ସୋସିଆଲ ମିଡ଼ିଆରେ କଣ କହିଛନ୍ତି ଟିକେ ଶୁଣି ନିଅନ୍ତୁ। ମନୋଜ ବାବୁ କହୁଛନ୍ତି ଆଜି ସନ୍ଧ୍ୟା ଛଅଟାରେ ଆମ ସିନେମା ‘ମାଇଣ୍ଡ ଗେମ୍’ କୁ ପଚାଶ ଟଙ୍କା କରଯାଇଛି। ପଚାଶ ଦିନ ଅତିକ୍ରମ କରିସାରିଛି ‘ମାଇଣ୍ଡ ଗେମ୍’। ସେଥିପାଇଁ ‘ମାଇଣ୍ଡ ଗେମ୍’କୁ ଆଜି ପୁଣିଥରେ ହାଉସ୍ ଫୁଲ୍ କରେଇବା। ଏମିତି କିଛି ଡାକରା ଦେଉଛନ୍ତି ବାବୁ ମନୋଜ ମିଶ୍ର।
ଆଉ ଏ ସବୁ ଭିତରେ କିନ୍ତୁ ସମସ୍ତେ କହୁଛନ୍ତି ଗାନ୍ଧୀ ମାର୍ଗରେ ଯେଉଁ ଓଡ଼ିଆ ସିନେମାକୁ ନେଇ ଚର୍ଚ୍ଚା କରାଯାଉଛି, ଓଡ଼ିଆ ସିନେମାକୁ ନ୍ୟାୟ ଦେବା ପାଇଁ ଯେଉଁ ପାଞ୍ଚ ଦଫା ଦାବି ନେଇ ଧାରଣାରେ ବସାଯାଇଛି। କିନ୍ତୁ ସେଇ ବ୍ୟାନର୍ ଆଉ ପ୍ଲାକାର୍ଡରେ କିନ୍ତୁ ପଦୁଟିଏ ବି ଓଡ଼ିଆ ଭାଷାରେ ଲେଖା ଯାଇନାହିଁ। ଯେଉଁଠି ଓଡ଼ିଆ ଭାଷା ପାଇଁ ଦଣ୍ଡ ବିଧାନ ଅଛି , ଯେଉଁଠି ଓଡ଼ିଆ ସିନେମା ପାଇଁ ଆନ୍ଦୋଳନ କରାଯାଉଛି , ଯେଉଁଠି ଓଡ଼ିଆ ଭାଷାକୁ ଆଗକୁ ନେବା ପାଇଁ ଚିତ୍କାର କରାଯାଉଛି ।ସେଠି ମଧ୍ୟ ହାତରେ ଇଂରାଜୀରେ ପ୍ଲାକାର୍ଡ ଧରାଯାଇଛି। ଏହାକୁ ବି ମଧ୍ୟ ଲୋକେ ସମାଲୋଚନା କରୁଛନ୍ତି।