ଖୁସି ଖବର। ଭାରତକୁ ମିଳିଗଲା ନୂଆ M. S ଧୋନି।

ଭାରତ କ୍ରିକେଟକୁ ମିଳିଗଲା ନୂଆ ମହେନ୍ଦ୍ର ସିଂ ଧୋନୀ। ବିଶ୍ୱକପ ହାରିଗଲା ପରେ ଭାରତରେ ସମସ୍ତେ ଧୋନୀଙ୍କୁ ଖୋଜିଲେ।ବିଶ୍ୱକପ ଶେଷ ହେବା ପରେ ଭାରତର ସମସ୍ତ କ୍ରିକେଟ ଫ୍ୟାନ ଦୁଃଖରେ ଥିଲେ କିନ୍ତୁ ଏବେ ଯେଉଁ ମ୍ୟାଚ ଗଲା ଏଥିରୁ ସେମାନେ ଜଣେ ନୂଆ ଧୋନୀକୁ ପାଇଛନ୍ତି। ହଁ ଆଜ୍ଞା ବିଶ୍ୱକପ ଶେଷ ହେବା ପରେ ସମସ୍ତେ ମନେ ପକାଇଥିଲେ ମହେନ୍ଦ୍ର ସିଂ ଧୋନୀଙ୍କୁ। କାରଣ ତାଙ୍କର ଯେଉଁଭଳି ଭାବରେ ସେ ଖେଳ ପରିଚାଳନା କରୁଥିଲେ ଯେଉଁ ଭଳି ଭାବେ କ୍ୟାପଟେନ ହୋଇ ଦଳକୁ ନିୟନ୍ତ୍ରଣ କରି ମ୍ୟାଚ ଜିତୁଥିଲେ ଓ ବିଶ୍ୱକପ ହାତେଇଥିଲେ। ସେଥିପାଇଁ ସମସ୍ତେ ଝୁରି ହେଉଥିଲେ ସେହି ପୁରୁଣା ଦିନକୁ। ସେଇ ମହେନ୍ଦ୍ର ସିଂ ଧୋନୀଙ୍କୁ।

ଏବେ ଟି-୨୦ ମ୍ୟାଚରେ ଜଣେ ଖେଳାଳିଙ୍କୁ ଦେଖିବା ପରେ ସମସ୍ତେ କହୁଛନ୍ତି ଆମକୁ ମିଳିଗଲା ନୂଆ ଧୋନୀ। ହଁ ଆଜ୍ଞା ଯେଉଁ ଧୋନୀଙ୍କୁ ସେମାନେ ମିଶ କରୁଥିଲେ ସେମିତିକା ଧୋନୀ ଏବେ ଭାରତ ପାଇଁ ଖେଳୁଛନ୍ତି। ବିଶ୍ୱକପ ଶେଷ ହେବା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଘରୋଇ ଟି-୨୦ ସିରିଜ ଖେଳୁଛି।

ପ୍ରଥମ ମ୍ୟାଚ ବିଶାଖାପାଟଣାରେ ଖେଳା ଯାଇଥିଲା। ଏଥିରେ ଭାରତ ୨୦୦ ରୁ ଅଧିକ ରାନ ସଂଗ୍ରହ କରି ଜିତି ଯାଇଥିଲା। ହେଲେ ଭାରତରେ ବିଜୟ ପଛରେ ରୀଙ୍କୁ ସିଂଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଯାହା ପରେ ଏବେ ଅନେକ କଥା ଉଠୁଛି। ଚାପ ପରିସ୍ଥିତିରେ ଲୟର ଅଡ଼ର ବ୍ୟାଟ୍ସମ୍ୟାନଙ୍କ ସହିତ ଧର୍ଯ୍ୟ ବଜାୟ ରଖିଥିଲେ ଏବଂ ସେ ଶେଷ ବୋଲରେ ୪ ଟି ଚୌକା ସହ ଦଳକୁ ବିଜୟ ପ୍ରଦାନ କରିଥିଲେ।

ରୀଙ୍କୁ ସିଂଙ୍କ ଇନିଜ ଦେଖି ପୁଣି ଥରେ ମହେନ୍ଦ୍ର ସିଂ ଧୋନୀଙ୍କ କଥା ସମସ୍ତଙ୍କର ମନେ ପଡିଯାଇଛି। ମହେନ୍ଦ୍ର ସିଂ ଧୋନୀ ପ୍ରାୟ ୧୫ ବର୍ଷ ଧରି ଲୟର ଅଡ଼ରରେ ବ୍ୟାଟିଂ କରୁଥିବା ବେଳେ ଅନେକ ଥର ଭଲ ଇନିଂସ ଖେଳିଛନ୍ତି ଏବଂ ନିଜ ଦଳକୁ ଅସୁବିଧାରୁ ବାହାର କରି ବିଜୟ ଆଡ଼କୁ ନେଇଛନ୍ତି। ତେବେ ଅବସର ପରେ କୌଣସି ଖେଳାଳି ତାଙ୍କ ଭୂମିକା ଆଜି ପର୍ଯ୍ୟନ୍ତ କେହି ଗ୍ରହଣ କରିପାରିନଥିଲେ। କିନ୍ତୁ ବର୍ତ୍ତମାନ ବୋଧେ ଭାରତରେ ପରବର୍ତୀ M.S ଧୋନୀଙ୍କୁ ରୀଙ୍କୁ ସିଂଙ୍କ ରୂପରେ ଦେଖିବାକୁ ମିଳିଛି। ଯାହାକି ଲୋକମାନେ ଏବଂ କ୍ରିକେଟ ଫ୍ୟାନ ମାନେ ଏବେ ଆଲୋଚନା ଏବଂ ଚର୍ଚ୍ଚା କରୁଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ ୨୦୯ ରନରେ ଏକ ବଡ଼ ଲକ୍ଷ୍ୟକୁ ପିଛା କରୁଥିଲା ଆଉ ରୀଙ୍କୁ ସିଂଙ୍କର ଭଲ ପରଫାମାନ୍ସ ଯୋଗୁ ଆଜି ଟିମ ଇଣ୍ଡିଆ ଜିତିଯାଇଛି।ହଁ ଆଜ୍ଞା ମ୍ୟାଚରେ ଶେଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଭାରତର ୮ ୱକେଟ ନେଇ ପ୍ରତ୍ୟବର୍ତନକୁ ଚେଷ୍ଟା କରିଥିଲା କିନ୍ତୁ ରୀଙ୍କୁ ସିଂ ଅନ୍ୟ ପଟେ ଦୃଢ଼ ଭାବରେ ଠିଆ ହୋଇଥିଲେ। ରୀଙ୍କୁ ସିଂ ୧୪ ବଲରେ ୨୨ ରାନ କରି ଇନିଂସ ଖେଳି ତାଙ୍କ ଦଳକୁ ୧୯.୫ ଓଭରରେ ବିଜୟ ଆଡ଼କୁ ନେଇ ଯାଇଥିଲେ। ଆଉ ଏବେ ଏଥିପାଇଁ ସମସ୍ତେ ରୀଙ୍କୁ ସିଂଙ୍କୁ ଦେଖି କହୁଛନ୍ତି ଆମକୁ ମିଳିଗଲା ଭାରତରେ ନୂଆ ଧୋନୀ।

Leave a Reply

Your email address will not be published. Required fields are marked *