ପାକିସ୍ତାନୀଙ୍କୁ ସାମୀ ଦେଲେ ଚେତାବନୀ। ଯେତେ ଶୀଘ୍ର….।
ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କୁ ଚେତାବନୀ ଦେଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ।ପାକିସ୍ତାନୀଙ୍କୁ ଚେତାବନୀ ଦେଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ। ହଁ ଆଜ୍ଞା ବିଶ୍ୱକପ ଚାଲିଥିବା ବେଳେ ଭାରତୀୟ କ୍ରିକେଟର ଓ BCCIକୁ ପାକିସ୍ତାନର କିଛି ପୂର୍ବତନ କ୍ରିକେଟର ବେଶ ସମାଲୋଚନା କରିଥିଲେ ଯାହାକୁ ନେଇ ଭାରତୀୟ ପ୍ରେସର ମହମ୍ମଦ ସାମୀ ସେମାନଙ୍କୁ କଡା ଜବାବ ଦେବା ସହିତ ଚେତାବନୀ ମଧ୍ୟ ଦେଇଛନ୍ତି।
ଭାରତରେ ଖେଳାଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପ ଗତ ରବିବାର ଶେଷ ହୋଇଥିବା ବେଳେ ଏଥିରେ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ ମହମ୍ମଦ ସାମୀ। ୭ ଟି ମ୍ୟାଚ ଖେଳି ସେ ୨୪ ଟି ୱକେଟ ନେଇଥିଲେ। ଭାରତରେ ୪ ଟି ବିଶ୍ୱକପ ମ୍ୟାଚରେ ପ୍ଲେଇଂଇଲେଭେନରେ ସୁଯୋଗ ମିଳିନଥିଲା। କିନ୍ତୁ ବାଙ୍ଗଲାଦେଶ ବିପକ୍ଷ ମ୍ୟାଚରେ ହାର୍ଦିକ ପାଣ୍ଡିଆ ଆହତ ହେବାରୁ ସାମୀଙ୍କୁ ନ୍ୟୁଜଲାଲଣ୍ଡ ବିପକ୍ଷ ମ୍ୟାଚରେ ସୁଯୋଗ ମିଳିଥିଲା। ଏହା ପରେ ସେ ଟୋର୍ଣ୍ଣାମେଣ୍ଟରେ ସର୍ବାଧିକ ୱେକେଟ କାରୀ ଦଖଲର ମାନ୍ୟତା ପାଇ ବିଶ୍ୱକପ ଅଭିଯାନ ଶେଷ କରିଛନ୍ତି।
ସାମୀ ୭ଟି ମ୍ୟାଚରେ ୩ ଥର ୫ କିମ୍ବା ତା ଠାରୁ ଅଧିକ ୱକେଟ ନେଇଛନ୍ତି। ସେଥିପାଇଁ ସେ ଦ୍ରୁତତମ ବୋଲର ଭାବେ ବିଶ୍ୱକପରେ ୫୦ ୱକେଟ ଦଖଲ କରିବାର ରେକର୍ଡ ମଧ୍ୟ କରିଛନ୍ତି। ତେବେ ବିଶ୍ୱକପ ଫାଇନାଲରେ ସାମୀ ତାଙ୍କ ଜଲବା ଦେଖାଇ ପାରିନଥିଲେ। ଆଉ ଭାରତ ୬ ୱକେଟରେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା।
ତେବେ ବିଶ୍ୱକପ ଫାଇନାଲରେ ହାରିବା ସାମୀଙ୍କୁ ଯେତିକି କଷ୍ଟ ଦେଇନାହିଁ ତାଠାରୁ ଅଧିକ ଯନ୍ତ୍ରଣା ସେ ପାକିସ୍ତାନର ପୂର୍ବତନ କ୍ରିକେଟର ମାନେ ଦେଇଥିବା ଅଜବ ବୟାନରୁ ପାଇଛନ୍ତି। ବିଶେଷ କରି ପାକିସ୍ତାନର ପୂର୍ବତନ ବ୍ୟାଟର ହାସନ ରାଜାଙ୍କ ବୟାନ ସବୁଠାରୁ ବେସି ଚର୍ଚ୍ଚାରେ ରହିଥିଲା।
ଭାରତୀୟ ବୋଲର ମାନେ ବିଶ୍ୱକପରେ ଚମତ୍କାର ବୋଲିଂ କରୁଥିବାରୁ ହାସନ ରାଜା ଅଜବ କଥା କହିଥିଲେ। ଭାରତୀୟ ବୋଲରଙ୍କୁ ଭିନ୍ନ ଏକ ବୋଲ ଦିଆଯାଉଛି ବୋଲି ସେ ଦାବି କରିଥିଲେ। ଏହା ଉପରେ ସାମୀ କହିଛନ୍ତି କି ବିଶ୍ୱକପ ଆରମ୍ଭରୁ ମୁଁ ଖେଳୁନଥିଲି ଯେତେବେଳେ ମୁଁ ଖେଳିଲି ସେତେବେଳେ ମୁଁ ପ୍ରଥମେ ୫ ୱକେଟ ପରେ ୪ ୱକେଟ ଓ ପରବର୍ତୀ ମ୍ୟାଚରେ ୫ ୱକେଟ ପାଇଲି।
କିଛି ପାକିସ୍ତାନୀ ଖେଳାଳି ହଜମ କରିପାରୁନାହାନ୍ତି। ମୁଁ ଏଥିରେ କଣ କରିପାରିବି। ମତେ କେବେହେଲେ କାହାର ପ୍ରଦର୍ଶନରେ ଇର୍ଷା ହୁଏନାହିଁ। ଅନ୍ୟମାନଙ୍କ ସଫଳତାକୁ ଯେତେବେଳେ ଆପଣମାନେ ଉପଭୋଗ କରିବେ ସେତେବେଳେ ଯାଇ ଆପଣମାନେ ଭଲ ଖେଳାଳି ହୋଇପାରିବେ। କିଛି ପାକିସ୍ତାନୀ ଖେଳାଳି ଭାବି ନେଇଛନ୍ତି କି ସେମାନଙ୍କ ଠାରୁ କେହି ଭଲ ନାହାନ୍ତି ସେମାନେ ହିଁ ଶ୍ରେଷ୍ଠ। କିନ୍ତୁ ଶ୍ରେଷ୍ଠ ସିଏ ଯିଏ ଠିକଣା ସମୟରେ ଭଲ ପ୍ରଦର୍ଶନ କରେ। କିନ୍ତୁ ଆପଣମାନେ କେବଳ ଭଲ ପ୍ରଦର୍ଶନରୁ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି।
ଏଥିପାଇଁ ଭାରତୀୟ ବୋଲରଙ୍କୁ ଭିନ୍ନ ରଙ୍ଗ ଓ ଭିନ୍ନ କମ୍ପାନୀର ବୋଲ ଦିଆଯାଉଥିବା କହୁଛନ୍ତି। ଏସବୁ ଛାଡ଼ନ୍ତୁ ଆଉ ଯେତେ ଶୀଘ୍ର ପାରୁଛନ୍ତି ସୁଧରି ଯାଆନ୍ତୁ। ସାମୀ ଆହୁରି କହିଛନ୍ତି ଯଦି ଜଣେ ଖେଳାଳି ଏପରି କହିଥାନ୍ତେ ତେବେ ସେ କଥା ମୁଁ ବୁଝି ପାରିଥାନ୍ତି କିନ୍ତୁ ବୟାନ ଦେଇଥିବା ବ୍ୟକ୍ତି ଜଣଙ୍କ ପୂର୍ବତନ ଖେଳାଳି। ଏକଥା ଶୁଣି ଲୋକମାନେ ହସିବା ଛଡା ବୋଧେ ଆଉ କିଛି ଭାବୁ ନଥିବେ।