ଅଷ୍ଟ୍ରେଲିଆ ଜିତିବା ପରେ ଭାରତକୁ ଗାଳି କଲେ ରିକି ପୋଣ୍ଟିଂ।
ଅହଙ୍କାରୀ ରିକି ପୋଣ୍ଟିଂ ଭାରତକୁ ଦେଲେ ଅପମାନ। ବିସିସିଆଇ ବିରୋଧରେ କହିଲେ ସାଙ୍ଘାତିକ ଶବ୍ଦ।ନିଜର ଅସଲ ରଙ୍ଗ ଦେଖାଇଦେଲେ ରିକି ପୋଣ୍ଟିଂ। ଅଷ୍ଟ୍ରେଲିଆ ଜିତିବା ପରେ ପୋଣ୍ଟିଂ ଅହଙ୍କାର ଦେଖାଇଲେ। ଭାରତ ବିରୋଧରେ ବିଷ ଓଗାଳିଲେ। BCCIକୁ ଗାଳି କରି ଅପମାନ ଦେଲେ।ହଁ ଆଜ୍ଞା ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ୨୦୨୩ ବିଶ୍ୱକପ ଚାମ୍ପିୟାନ ହେବା ପରେ ନିଜର ଅସଲ ରଙ୍ଗ ଦେଖାଇଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପୋଣ୍ଟିଂ। ପୂର୍ବରୁ ବି ଖେଳ ପଡ଼ିଆରେ ନିଜର ଆଚରଣ ତଥା ଅଭଦ୍ରାମି ପାଇଁ ବଦନାମ ଥିବା ରିକି ପୋଣ୍ଟିଂ ଭାରତ ବିରୋଧରେ ପୁଣି ଥରେ ବିଷ ଓଗାଳି ଛନ୍ତି।
ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆକୁ ହରାଇ ପୁଣି ଥରେ ବିଶ୍ୱ ଚମ୍ପିୟାନ ହୋଇଛି କଙ୍ଗାରୁଦଳ। ବ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ଷଷ୍ଠ ଥର ପାଇଁ I C C ଦିନିକିଆ ପୁରୁଷ ବିଶ୍ୱକପ ଟ୍ରଫି ହାତେଇ ନେଇଛି। ହେଲେ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ଜିତିବା ପରେ ବିଶ୍ୱକପ ଆୟୋଜନ କରିଥିବା ଭାରତ ବିରୋଧରେ ହିଁ ମନ୍ତବ୍ୟ ଦେଇଛନ୍ତି ରିକି ପୋଣ୍ଟିଂ।
ଏଥର ସେ ସିଧା ସଳଖ ଭାରତୀୟ କ୍ରିକେଟ ବୋର୍ଡ BCCI କୁ ଟାର୍ଗେଟ କରିଛନ୍ତି। ପୋଣ୍ଟିଂ ଏକ ଅନ୍ତର୍ଜାତୀୟ ସ୍ପଷ୍ଟସ ଚ୍ୟାନେଲକୁ ସାକ୍ଷତକାର ଦେବା ବେଳେ ଭାରତ ବିରୋଧରେ କିଛି ଏମିତି କଥା କହିଛନ୍ତି ଯାହା ଶୁଣିଲେ ଜଣା ପଡୁଛି କି ତାଙ୍କ ମନରେ ଭାରତ ବିରୋଧରେ କେତେ ବିଷ ଭରି ରହିଛି। ତାଙ୍କ ଦଳ ବିଶ୍ୱକପ ଜିତିବା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଏହା ହେଉଛି କ୍ରିକେଟ ମାଫିଆଙ୍କ ବିରୋଧରେ ନ୍ୟାୟର ବିଜୟ। ତୁମର ଅର୍ଥ ଆଉ କ୍ଷମତା ତୁମ ପାଇଁ ବିଶ୍ୱକପ ଜିତିପାରୁନାହିଁ।କେତେ ଲଜ୍ୟାଜନକ।
ହଁ ଆଜ୍ଞା ରିକି ପୋଣ୍ଟିଂ ଏହି କଥା ସବୁ BCCIକୁ ଟାର୍ଗେଟ କରି କହିଛନ୍ତି। ତାଙ୍କ ମନ୍ତବ୍ୟରେ ସେ BCCIକୁ କ୍ରିକେଟ ମାଫିଆ ବୋଲି କହିବାକୁ ମଧ୍ୟ ପୋଛାଇ ନାହାଁନ୍ତି। ପୋଣ୍ଟିଂଙ୍କ କହିବା ଅନୁସାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିଶ୍ୱ କ୍ରିକେଟରେ ମାଫିଆ ଗିରି କରୁଛି। ପ୍ରଚୁର ଅର୍ଥ ଏବଂ କ୍ଷମତା ବଳରେ ଏହା ବିଶ୍ୱ କ୍ରିକେଟକୁ ନିୟନ୍ତ୍ରଣ କରୁଛି କିନ୍ତୁ ଏତେ ଟଙ୍କା ଓ କ୍ଷମତାର ଅଧିକାର ହୋଇ ବି ଏହା ଦ୍ବାରା ବିଶ୍ୱକପ ଜିତି ପାରୁନାହିଁ। ଏହା ଠାରୁ ଲଜ୍ୟାଜନକ କଥା ଆଉ କଣ ଥାଇପାରେ।ଖାଲି ଏତିକି ନୁହେଁ ଏହା ମଧ୍ୟ ପୋଣ୍ଟିଂ ଆହୁରି କହିଛନ୍ତି ଯେ ବିଶ୍ୱ କ୍ରିକେଟ ଉପରେ ଭାରତର ବହୁତ ଅଧିକ ନିୟନ୍ତ୍ରଣ ରହିଛି। ଏହା ସ୍ୱତେ ଭାରତ ଆଉ ଏକ ଟୋର୍ଣ୍ଣାମେଣ୍ଟରେ ହାରି ଯାଇଛି।
ଟଙ୍କା ଦ୍ୱାରା ସଫଳତା ଏବଂ ସମୟକୁ କିଣା ଯାଇପାରିବ ନାହିଁ। ଯାହା ଅଷ୍ଟ୍ରେଲିଆ ନିୟୁଜିଲାଣ୍ଡ ଓ ପାକିସ୍ତାନ ଭଳି ଦଳ ପ୍ରମାଣ କରିଦେଇଛି। ଏଭଳି ଅନେକ କଥା କହି ଭାରତକୁ ଆଉ BCCIକୁ କ୍ରିକେଟ ମାଫିଆ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ପୋଣ୍ଟିଂ। କ୍ରିକେଟ ମାଫିଆଙ୍କ ଅନ୍ୟାୟ ବିରୋଧରେ ଏହା ଅଷ୍ଟ୍ରେଲିଆର ବିଜୟ ବୋଲି କହି BCCI ପରୋକ୍ଷରେ ଭାରତକୁ ମଧ୍ୟ ଅପମାନିତ କରିଛନ୍ତି ଏହି ପୂର୍ବତନ ଅଷ୍ଟ୍ରେଲିଆର ଅଧିନାୟକ ରିକି ପୋଣ୍ଟିଂ।