ସାନ ଭଉଣୀ ପାଇଁ ଜୀବନ ଦେଲା ବଡ଼ ଭଉଣୀ।
ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବଡ଼ ଭଉଣୀର ଜୀବନ। କା-ନ୍ଦୁଛନ୍ତି ପରିବାର ଲୋକେ କାନ୍ଦୁଛନ୍ତି….ମୋତେ ବଞ୍ଚାଇବାକୁ ଯାଇ ମୋ ଦିଦି ପାଣିରେ ଭାସିଗଲା। ମୁଁ ତ ସେ ପାଣିରୁ ଉଧାର ହୋଇଗଲି କିନ୍ତୁ ମୋ ଦିଦି ସେ ପାଣି ସୁଅରେ କୁଆଡେ ଚାଲିଗଲା ଯେ ଆମେ ତାର କିଛିବି ପତା ପାଇଲୁନି। ଆଜି ମୋ ଦିଦିର ମିଳିଛି ମୃ-ତ ଦେହ।ହଁ ଆଜ୍ଞା ଏମିତି କିଛି କହି ବାହୁନି ବାହୁନି କା-ନ୍ଦୁଛି ସାନ ଭଉଣୀ। ସେଦିନ ସାନ ଭଉଣୀ ପାଣିରେ ବୁଡି ଯାଉଥିବାର ଦେଖି ନିଜକୁ ସମ୍ଭାଳି ପାରି ନଥିଲା ବଡ଼ ଭଉଣୀ। ସାନ ଭଉଣୀକୁ ସେ ଅକାତ ଅକାତ ପାଣିରୁ ଛାଣି ଆଣିବା ପାଇଁ ନିଜେ ପାଣିକୁ କୁଦି ପଡିଥିଲା। ଆଉ ସାନ ଭଉଣୀକୁ ଉ-ଦ୍ଧାର କରିବା ପାଇଁ ତାର ନିଜ ଜୀବନ ଲଗାଇ ଦେଇଥିଲା ହେଲେ ଭଗବାନଙ୍କ କୃପାରୁ ସିନା ସାନ ଭଉଣୀ ଉ-ଦ୍ଧାର ହୋଇଗଲା ହେଲେ ବଡ଼ ଭଉଣୀ କୁଆଡେ ଚାଲିଗଲା ଯେ ତାର କିଛି ବି ପତା ମିଳିଲାନି।
ଦିନେ ଗଲା ଦୁଇ ଦିନ ଗଲା ପରିବାର ଲୋକେ ଗାଁ ସାହି ପଡିସା ଲୋକେ ଏମିତିକି ଅଗ୍ନିଶମ ବିଭାଗ ବି ବଡ଼ ଭଉଣୀର କୌଣସି ପତା ପାଇନଥିଲା ୩ ଦିନ ପରେ ମିଳିଛି ବଡ଼ ଭଉଣୀର ମୃ-ତ ଦେହ।ଥାଟ ପତ୍ର ଭାଙ୍ଗୁଛନ୍ତି ଲୋକେ। ନଦୀ କୂଳରେ ରୁଣ୍ଡ ହୋଇଛନ୍ତି। ଝିଅର ମୃ-ତ ଶରୀର ପାଇବା ପରେ ପୁରା ଗାଁରେ ପଡି ଯାଇଛି କା-ନ୍ଦ ବୋବାଳି। କାହାରି ପେଟକୁ ଦାନା ଯାଉନି। ଏଭଳି ଝିଅର ଅକାଳ ମୃ-ତ୍ୟୁରେ ସମସ୍ତେ ଆଜି ଭାଙ୍ଗି ପଡିଛନ୍ତି। ଚାରିଆଡେ ଶୋକା-କୁଳ ପରିବେଶ। ଗହଳି ଭିତରେ ଥାଇ ବି ଖାଁ ଖାଁ ଲାଗୁଛି। ୩ ଦିନ ପରେ ଝିଅର ମୃ-ତ ଦେହ ମିଳିବା ପରେ କା-ନ୍ଦି କା-ନ୍ଦି ପଥର ପାଲଟି ଯାଇଛି ମା’।ହଁ ଆଜ୍ଞା ଏମିତି ଏକ ହୃଦୟ ବିଦାରକ ଦୃ-ଶ୍ୟ ଦେଖିବାକୁ ମିଳିଛି ଡେରାବିସ ବ୍ଲକ ବାବୁପାଟଣା ଗାଁରେ।
ଗତ ୩ ଦିନ ତଳେ ଗୋବରୀ ନଦୀକୁ ଦୁଇ ଭଉଣୀ ସାଙ୍ଗ ହୋଇ ଗାଧୋଇବା ପାଇଁ ଯାଇଥିଲେ। ଆଉ ଗାଧୋଉ ଗାଧୋଉ ସାନ ଭଉଣୀର ପାଦ ପାଣିରେ ଖସି ଯାଇଥିଲା। ଚାହୁଁ ଚାହୁଁ ବଡ଼ ଭଉଣୀ ଆଗରେ ଭାସି ଯାଉଥିଲା ସାନ ଭଉଣୀ। ଏହାକୁ ଦେଖି ନିଜକୁ ସମ୍ଭାଳି ପାରିନଥିଲା ବଡ଼ ଭଉଣୀ। କେମିତି ବା ସମ୍ଭାଳିବ ସେ ପରା ବଡ଼ ଭଉଣୀ। ଯେଉଁ ଭଉଣୀକୁ ସେ ତାର ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଛି ତାର ସାମାନ୍ୟ କ୍ଷ-ତି ସେ କେମିତି ସହି ପାରିବ। ସେଥିପାଇଁ କିଛି ଆଗପଛ ଚିନ୍ତା ନକରି ସାନ ଭଉଣୀକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲା। ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ ଭଉଣୀର ଜୀବନ ଚାଲିଗଲା।
ଏହାକୁ ଶୁଣି ଗ୍ରାମବାସୀ ଦୌଡ଼ି ଆସିଥିଲେ। ପରିବାର ଲୋକେ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ ଦ୍ୱାରା ବହୁତ ଖୋଜାଖୋଜି ପରେ ସାନ ଭଉଣୀକୁ ସଂଘ୍ୟାହୀନ ଅବସ୍ଥାରେ ଉ-ଦ୍ଧାର କରାଯାଇଥିଲା। ହେଲେ ବଡ଼ ଭଉଣୀର କୌଣସି ବି ପତା ମିଳିପାରିନଥିଲା।ଏ ଘଟ-ଣାକୁ ୩ ଦିନ ପରେ କେନ୍ଦ୍ରାପଡା ରଣପଡା ସ୍ଥିତ ହଚେରୀ ବଗିଚା ନିକଟରେ ବଡ଼ ଭଉଣୀର ମୃ-ତ ଶରୀର ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେବା ପରେ ଘଟ-ଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ମୃ-ତ ଶରୀରକୁ ଉ-ଦ୍ଧାର କରି ବିବେଛେଦ ନିମନ୍ତେ କେନ୍ଦ୍ରାପଡାରେ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।
ସେପଟେ ବଢ଼ିଲା ଝିଅର ମୃ-ତ୍ୟୁ ଖବର ପାଇବା ପରେ ପରିବାର ଲୋକେ ଆଜି ଯେମିତି ଭାଙ୍ଗି ପଡିଛନ୍ତି। ଘର କା-ନ୍ଦୁଛି ଘର ଅଗଣା କାନ୍ଦୁଛି। କା-ନ୍ଦୁଛନ୍ତି ପରିବାର ଲୋକେ। ସାହି ପଡ଼ିଶା ମଧ୍ୟ କା-ନ୍ଦୁଛନ୍ତି। ଆଜି ପୁରା ଗାଁ ଯେମିତି ନିଶବ୍ଦ ହୋଇଯାଇଛି। ବଡ଼ ଭଉଣୀର ସାନ ଭଉଣୀ ପାଇଁ ଏହି ବ-ଳିଦା-ନ ସବୁଦିନ ପାଇଁ ମନେ ରହିବ।