ସମସ୍ତେ ଆସିଲେ ତୁମେ ଆସିଲ ନାହିଁ।
ସାମି ମନରେ ଦୁଃଖ ଆଜି ସବୁଠି ଚର୍ଚା। ଅନୁଷ୍କା,ରିଭା,ରିତିକା ଏମିତିକି ସାରା ବି ଆସିଲେ, ହେଲେ ତୁମେ ଆସିଲନି।ସେମାନଙ୍କ ପାଇଁ ସମସ୍ତେ ଅଛନ୍ତି। ଆଉ ମତେ ଲାଗୁଛି ସତେ ଯେମିତି ମୋ ପାଇଁ କେହି ନାହାଁନ୍ତି। ଯେତେବେଳେ ଷ୍ଟାଡିୟମ ସାରା ସାମି ସାମି ସାମି ଆଉ ସାମି ସେତେବେଳେ ସାମିଙ୍କ ଆଖି ଖୋଜୁଛି ଜଣଙ୍କୁ। କାରଣ ସାମି ଦେଖିଛି ଯେତେବେଳେ ବିରାଟ କୋହଲି ସତକ ମାରିଲେ। ସାମି ଦେଖିଛି ବିରାଟ କୋହଲି ଯେତେବେଳେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ସେତେବେଳେ ଅନୁଷ୍କା ଶର୍ମା ତାଙ୍କ ସ୍ତ୍ରୀ ଫ୍ଲାଇଙ୍ଗ କିସ ଦେଉଥିଲେ। ଅନୁଷ୍କା ଶର୍ମାଙ୍କ ଖୁସି ପଡିଆ ଭିତରେ ଥାଇ ସାମି ସବୁ ଅନୁଭବ କରୁଥିଲେ।
ସାମି ଦେଖିଛନ୍ତି ଯେତେବେଳେ ଜାଡେଜା ଲଗାତାର ୨ ଟି କ୍ୟାଚ ଧରିଲେ ସେତେବେଳେ ଜାଡେଜାଙ୍କ ସ୍ତ୍ରୀ କେତେ ଖୁସି ହୋଇଥିଲେ। ଆଉ ଯେତେବେଳେ ଗୋଟିଏ ପରେ ଗୋଟିଏ ମ୍ୟାଚ ଅଧିନାୟକ ରୋହିତ ଶର୍ମା ଜିତି ଚାଲିଛନ୍ତି ସେତେବେଳେ ତାଙ୍କ ସ୍ତ୍ରୀଙ୍କ ଖୁସି ପଡିଆ ଭିତରେ ଥାଇ ପଢିପାରିଛନ୍ତି ସାମି।
ଏଇ କାଲି କାଲି ଖେଳ ଆରମ୍ଭ କରିଥିବା ଗିଲ ଯେତେବେଳେ ସତକ ମାରିଚାଲିଛି ଛକା ମାରି ଚାଲିଛି ଚୌକା ମାରି ଚାଲିଛି କଥା କଥିତ ତାଙ୍କ ପ୍ରେମିକା ସାରା କେତେ ଖୁସି ହେଉଛନ୍ତି ତାହା ପଡିଆ ଭିତରେ ଥାଇ ସାମି ଅନୁଭବ କରିପାରିଛନ୍ତି। ସାମି ମନେ ମନେ ଭାବୁଛନ୍ତି ସେମାନଙ୍କ ପାଇଁ ସମସ୍ତେ ଅଛନ୍ତି ମୋ ପାଇଁ କେହି ନାହାଁନ୍ତି।
କିନ୍ତୁ ଏହାରି ଭିତରେ କିନ୍ତୁ ସାରା ଭାରତରେ ସେହି ଗୋଟିଏ ଚର୍ଚ୍ଚା ସେମି ଫାଇନାଲ ନୁହେଁ ସାମି ଫାଇନାଲ। ଗୋଟିଏ ନୁହେଁ ଦୁଇଟି ନୁହେଁ ୭ ଟି ୱକେଟ ନେଇ ସାମି ପ୍ରମାଣ କରିଦେଇଛନ୍ତି ସାମି ହିଁ ବିରାଟ ସାମି ହିଁ ଶ୍ରେଷ୍ଠ ସାମି ସାମି ସାମି କେବଳ ସାମି। ଏସବୁ ଚର୍ଚ୍ଚା ଭିତରେ କିନ୍ତୁ ଯେତେବେଳେ ଗୁମ ଖାଇ ସାମି ବସୁଛନ୍ତି ଏସବୁ ଭାବନା ନିଶ୍ଚିତ ଭାବରେ ତାଙ୍କ ମନକୁ ଆସୁଥିବ ସେମାନଙ୍କ ପାଇଁ ସତେ ଯେମିତି ସମସ୍ତେ ଅଛନ୍ତି ସେମାନେ ଛକା ମାରିଲେ ଚୌକା ମାରିଲେ ୱକେଟ ନେଲେ କ୍ୟାଚ ଧରିଲେ ସେମାନଙ୍କୁ ତାଳି ମାରିବା ପାଇଁ ଉସ୍ୟହିତ କରିବା ପାଇଁ ଆଗକୁ ଯିବା ପାଇଁ ପ୍ରେଣଣା ଦେବା ପାଇଁ ସତେ ଯେମିତି ତାଙ୍କ ସ୍ତ୍ରୀ ପ୍ରେମିକା ସମସ୍ତେ ଅଛନ୍ତି କିନ୍ତୁ ମୋ ପାଖରେ କେହି ନାହାଁନ୍ତି।
ଏ ହେଉଛି ଏକାକିର ଭାବନା। ଏ ହେଉଛି ଏକାକୀ ବସୁଥିବା ବେଳେ ମନକୁ ଇଆଡୁ ସିଆଡୁ ପ୍ରଶ୍ନ ଯେତେବେଳେ ଆନ୍ଦୁଳିତ କରେ ସେ ଭାବନା। କିନ୍ତୁ ଏସବୁ ଭିତରେ କିନ୍ତୁ ଯେତେବେଳେ ଭାରତ ବାସୀଙ୍କ ଭଲପାଇବା ମିଳିଛି ଯେତେବେଳେ ବିଶ୍ୱବାସୀଙ୍କର ନଜର ପଡିଛି ସେତେବେଳେ ସମସ୍ତେ କହୁଛନ୍ତି ସେମି ଫାଇନାଲ ନୁହେଁ ସାମି ଫାଇନାଲ। ସାମି ସାମି ସାମି କେବଳ ସାମି। ସାମି ହେ ତ ଉଇନ ହେ। ସାମି ହେ ତ ୱକେଟ ହେ।
ସାମି ଯେତେବେଳେ ଏକାକୀ ବସୁଥିବେ ଶେଷ ଥର ପାଇଁ ବୋଧେ ଭାବୁଥିବେ ଲିଂଗ ମ୍ୟାଚ ଗଲା ସେମି ଫାଇନାଲ ମ୍ୟାଚ ଗଲା ଶେଷ ଫାଇନାଲ ମ୍ୟାଚରେ ମୁଁ ତୁମକୁ ଅପେକ୍ଷା କରିଛି। ନିଶ୍ଚୟ ଅପେକ୍ଷା କରିବି। ମୁଁ ପଡ଼ିଆରେ ଥିବି ତୁମେ କ୍ୟାଭିଲନରେ ବସି ମୋ ପାଇଁ ତାଳି ମାରୁଥିବ। ଆଉ ଏମିତି କିଛି ଦୃଶ୍ୟକୁ ସମସ୍ତେ ଚାହିଁ ବସିଛନ୍ତି।