ଜେ-ଲରୁ ଫେରିବା ପରେ ମୁହଁ ଖୋଲିଲେ ଟୁଟୁ ନାୟକ

ଜେଲରୁ ଆସିଲା ପରେ ଟୁଟୁ ନାୟକ ଏଭଳି କିଛି କହିଛନ୍ତି। ହଁ ଆଜ୍ଞା ଜେଲରୁ ଆସି ଏବେ ମୁଁହ ଖୋଲିଛନ୍ତି ଟୁଟୁ ନାୟକ। “ଯେଉଁଥିରେ ସେ ନିଜେ ଅନୁତାପ କରି ଏଭଳି କିଛି ଲେଖିଛନ୍ତି। ଯେ ବେଳେ ବେଳେ ଜୀବନରେ ଏଭଳି ପରିସ୍ଥିତି ଭୋଗିବା ଦରକାର । କାରଣ ଏଥିପାଇଁ ନୁହେଁ ଯେ ତୁମେ କିଭଳି ଖରାପ ମଣିଷ। ଏଥିପାଇଁ ଯେ ତୁମେ ସମସ୍ତଙ୍କ ସହିତ ଭଲ ହେଲେ କଣ ଅସୁବିଧା ହୁଏ ,ତାହା ତୁମକୁ ଏହି ଦିନ ହିଁ ଶିଖାଇଦିଏ। ସେଥିପାଇଁ ବନ୍ଦ କରିଦେବା ଦରକାର ସମସ୍ତଙ୍କ ସହିତ ଭଲ ହେବା”। ହଁ ଆଜ୍ଞା ପ୍ରଥମ ଥର ପାଇଁ ଜେଲରୁ ଯେତେବେଳେ ଆସିଛନ୍ତି ପ୍ରୋଡ୍ୟୁସର୍ ଟୁଟୁ ନାୟକ ଏଭାଳି କିଛି ନିଜ ସୋସିଆଲ ମିଡ଼ିଆ ଷ୍ଟାଟସରେ ଦେଇଛନ୍ତି। ଯାହାକୁ ଦେଖିଲେ ଜଣା ପଡୁଛି ଯେ ଟୁଟୁ ନାୟକ ଭିତରୁ କେତେ ଭାଙ୍ଗି ପଡିଛନ୍ତି । ତଥାପି ମନବଳ ରଖି ଏଭଳି କିଛି ଷ୍ଟାଟସ୍ ଦେଇଛନ୍ତି।

ତେବେ ଏଠାରେ କହି ରଖିବାକୁ ଚାହିଁବୁ ଯେ ଘଟଣା କଣ ଘଟିଥିଲା ଯେଉଁଥିପାଇଁ ଏଭଳି ଷ୍ଟାଟସ୍ ଦେଇଛନ୍ତି। ଏହି ଷ୍ଟାଟସକୁ ଆଉ ଏ ଘଟଣାକୁ ଲିଙ୍କ କରାଯାଏ ତାହେଲେ ସମ୍ପର୍କ କେତେଦୂର ରହିଛି। ହଁ ଆଜ୍ଞା ସେଦିନ ଘଟଣା କିଛି ଏମିତି ହୋଇଥିଲା ମଲରୁ ଯେତେବେଳେ ଟୁଟୁ ନାୟକ ବାହାରି ଯାଉଥିଲେ ସେତେବେଳେ ସାମ୍ବାଦିକା ଜଣକ ଗେଟ୍ ମୁହଁରେ ଛିଡ଼ା ହୋଇଥିଲେ। ଆଉ ତାଙ୍କୁ ହାତରେ ଥାପୁଡ଼ାଇ ଡାକିଥିଲେ। ଆଉ ବୁଲି ଚାହିଁଲା ବେଳକୁ ସାମ୍ବାଦିକା ଜଣକର ବୁମ୍ ଆଉ ମୋବାଇଲ୍ ତଳେ ପଡିଯାଇଥିଲା। ଆଉ ଟୁଟୁ ନାୟକ ତାକୁ ନ ଉଠାଇ ତାଙ୍କ ପିଠିକୁ ପୁଣିଥରେ ଥପୁଡ଼ାଇ ଗାଲକୁ ଥାପୁଡ଼ାଇ ଚାଲିଯାଇଥିଲେ। ଆଉ ଏପଟେ ସାମ୍ବାଦିକା ଜଣକ ସିଧାଯାଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ। ଆଉ ତାପରେ ଗିରଫ ହେଇଥିଲେ ଟୁଟୁ ନାୟକ।

ସେପଟେ ସାମ୍ବାଦିକା ଜଣକ କହୁଥିଲେ ଟୁଟୁ ନାୟକ ମୋତେ ପିଟିଛନ୍ତି ଆଉ ମୋ ସହିତ ମିସବିହେବ୍ କରିଛନ୍ତି। ଆଉ ଏପଟେ ଟୁଟୁ ନାୟକ କହିଥିଲେ ଯେ ମୁଁ ଗେଲ କରିଥିଲି ଆଉ ଗାଲକୁ ଆଉଁଶି ଦେଇଥିଲି । ଆଉ କହିଥିଲି ମୋବାଇଲ୍ ଗୋଟେଇ ଦିଅ। ଯେଉଁଠି ଟୁଟୁ ନାୟକ କହୁଥିଲେ ଯେ ମୁଁ କେବଳ ଆଉଁଶି ଦେଇଥିଲି ଆଉ ଥାପୁଡ଼ାଇ ଦେଇଥିଲି। ସେଇଠି କିନ୍ତୁ ସାମ୍ବାଦିକା ଜଣକ କହିଥିଲେ ଯେ ମୋତେ ମାଡ଼ ମାରିଥିଲେ। ସି.ସି ଫୁଟେଜ୍ ଆପଣ ବି ଏବେ ଦେଖିପାରୁଥିବେ। ତେବେ ସାମ୍ବାଦିକା ଜଣକର ଅଭିଯୋଗ ପରେ ସିଧାସଳଖ ଜେଲ୍ ଯାଇଥିଲେ ଟୁଟୁ ନାୟକ ।

ଆଉ ଏବେ ଜାମିନରୁ ଆସିଲା ପରେ ନିଜର ମନର କଥାକୁ ଏଭଳି କିଛି ଷ୍ଟାଟସରେ ଦେଇଛନ୍ତି ଏହାକୁ ଆପଣ ଦେଖିପାରୁଛନ୍ତି। ଯେଉଁଥିରେ ଲେଖାଯାଇଛି Karma said ,” sometimes you have to suffer in life ,not because you were bad , but because you didn’t realise where and when to stop being good “. ଜୀବନରେ ବେଳେ ବେଳେ ଏମିତି ଦିନ ଦେଇ ଗତି କରିବାକୁ ପଡ଼େ। କାରଣ ଏଥିପାଇଁ ନୁହେଁ ଯେ ତୁମେ ଜଣେ ଖରାପ ମଣିଷ। କାରଣ ଏଥିପାଇଁ ଯେ ତୁମେ କେବେ ଜାଣିନାହିଁ ଯେ ସମସ୍ତଙ୍କ ସହିତ ଭଲ ହୋଇଗଲେ କଣ ଅସୁବିଧା ହୁଏ। ଆଉ ସେଥିପାଇଁ ସମସ୍ତଙ୍କ ସହିତ ଭଲ ହେବା ବନ୍ଦ କରିଦିଅ। ଏଭଳି କିଛି କହିଥିଲେ ଟୁଟୁ ନାୟକ ।

Leave a Reply

Your email address will not be published. Required fields are marked *