କେତେ ବୟସର ମହିଳାଙ୍କୁ ମିଳିବ ସରକାରଙ୍କ ସୁଭଦ୍ରା ଟଙ୍କା, ଦରକାର କେଉଁ କେଉଁ ପ୍ରମାଣ ପତ୍ର?

କାହାକୁ ମଳିବ ସୁଭଦ୍ରା ଟଙ୍କା? ସୁଭଦ୍ରା ଟଙ୍କା କିଏ ପାଇବାକୁ ଯୋଗ୍ୟ ହେବେ ? ପାଖକୁ ଆସିବ ୫୦ ହଜାର ଟଙ୍କାର ଭାଉଚର୍ । କେଉଁ ମହିଳା ଯୋଜନାରେ ହେବେ ଅନ୍ତର୍ଭୁକ୍ତ । ପଥମ କ୍ୟାବେନଟ ବୌଠକ ପରେ ମୋହନ ମାଝୀଙ୍କ ସରକାର ନେଉଛନ୍ତି ବଡ଼ ବଡ଼ ପଦକ୍ଷେପ । ଆଜ୍ଞା ହଁ ବନ୍ଧୁଗଣ ଦୀର୍ଘ ୨୫ ବର୍ଷ ପରେ ବଦଳିଲା ଓଡ଼ିଶା ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ ।

ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଥମ କ୍ୟାବିନେଟରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ଟି ବଡ଼ ପ୍ରସ୍ତାବ ଉପରେ ମୋହର ମାରିଛି ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ୍ । ତା ଭିତରେ ମହିଳାଙ୍କ ପାଇଁ ଏକ ବଡ଼ ଘୋଷଣା ହୋଇଛି । ମହଳାଙ୍କର ଶଶକ୍ତିକରଣ କରିବା ଲାଗି ଘୋଷଣା କରିଛନ୍ତି । ମହିଳା ପାଇବେ ସୁଭଦ୍ରା ଟଙ୍କା । ଯାହକି ୫୦ ହଜାର ଟଙ୍କାର ଭାଉଚର୍ । ନିର୍ବାଚନ ପୂର୍ବରୁ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା ଯେ, ଓଡ଼ିଶାରେ ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନା ଲାଗୁ କରାଯିବ । ଶେଷରେ ତାହା ହିଁ ହେବାକୁ ଯାଉଛି ।

ହେଲେ କାହାକୁ କାହାକୁ ମଳିବ ଏହି ସୁବିଧା, କ’ଣ ରହିଛି ଏହି ଜୋଜନାରେ ନିୟମ କିଏ କିଏ ହୋଇପାରିବେ ଅନ୍ତର୍ଭୁକ୍ତ ? ଆଗାମୀ ଶହେ ଦିନ ମଧ୍ୟରେ ଓଡ଼ିଶାରେ ଲାଗୁ ହେବ ଶୁଭଦ୍ରା ଯୋଜନା । ତେବେ ଏନେଇ ଘୋଷଣା କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଦୁଇ ବର୍ଷ ମଧ୍ୟରେ ସେମାନେ ଏହି ରାଶିକୁ ଖର୍ଚ୍ଚ କରିପାରିବେ । ଏହି ଯୋଜନା ଉଭୟ ଅଫ୍ ଲାଇନ ଓ ଅନ୍ ଲାଇନ୍ ହୋଇ ପାରିବ । ବିବାହିତ ମହିଳା ପାଇବେ ଏହି ଯୋଜନାର ସୁବିଧା ।

ଏହି ଯୋଜନାର ମୂଳ ଲକ୍ଷ ସମାଜରେ ମହିଳାଙ୍କ ସ୍ଥିତିକୁ ସୁଦୃଢ କରିବା ଓ ସେମାନଙ୍କୁ ଆର୍ଥିକ ସ୍ଵାଧୀନତା ପ୍ରଦାନ କରିବା । ଯାହା ବିଜେପି ସରକାର ଦ୍ୱାରା ଆରମ୍ଭ କରାଯାଇଛି । ବିବାହିତ ମହିଳାମାନେ ଏହି ବ୍ୟବସ୍ଥା ଅନୁଯାୟୀ ନଗଦ ପୁରସ୍କାର ରାଶି ପାଇବେ । ଦୁଇ ବର୍ଷ ମଧ୍ୟରେ ବ୍ୟବହୃତ ହେବାକୁ ଥିବା ମହିଳାମାନଙ୍କୁ ୫୦,୦୦୦ ଟଙ୍କାର କୁପନ୍ ଦିଆଯିବ । ତେବେ ଏହି ଯୋଜନାରେ ଆବେଦନ କରିବା ପାଇଁ ଏହି ସବୁ ଡକ୍ୟୁମେଣ୍ଟ ସବୁ ଆବଶ୍ୟକ । ଅଧାରକାର୍ଡ, ବ୍ୟାଙ୍କ୍ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ୍ ନମ୍ବର, ପାସପୋର୍ଟ ଫଟୋ, ଇନକମ୍ ସାର୍ଟିଫିକେଟ, ରାସନ କାର୍ଡ ଆଦି ଆବଶ୍ୟକ ।

Leave a Reply

Your email address will not be published. Required fields are marked *