ପୁଣି ବିଜେପି ରେ ମିଶିବେ ସୁର ରାଉତ ରାୟ

ମୁଁ ଲୋକଙ୍କ କାମ ପାଇଁ ଫୁଲ ପାଇଁ ବି କରିବି କିଛି କଥା ନାହିଁ, ଏହି ଯେଉଁ ଛୋଟ ଛୋଟ କଥା ଗୁଡ଼ାକ ରହିଥିଲା କ୍ଲିଅର୍ ହେଇଯାଉଛି ମୋହନ ବାବୁ କରିଯାଅ ଆମେ ତମ ପଛରେ ଅଛୁ। ୫୭ ବର୍ଷ ରହି କଂଗ୍ରେସ ରେ କାମ କରି ମୋ ପୁଅ ଏଇଥର ଟିକେ ସାହାର୍ଯ୍ୟ କରିଲି ବୋଲି ମୋତେ ବାହାର କରିଦେବ। ଯାହା ହେଉ ମୁଁ ଅତ୍ୟନ୍ତ ଖୁସି ସିଏମ୍ ସେଦିନ ମିଟିଂ କରୁଥିଲେ ତାଙ୍କ ପାଖକୁ ମେସେଜ୍ ଗଲା ସୁର ଭାଇ ଆସିଛନ୍ତି ସେ ସାଙ୍ଗେ ସାଙ୍ଗେ ମୁଁ ଯେଉଁ ରୁମ୍ ରେ ବସିଥିଲି ମୋ ରୁମ୍ କୁ ଆସିଲେ ଅଭିନନ୍ଦନ ଜଣାଇଲେ ତାଙ୍କର ମୋର ସମ୍ପର୍କ ୨୦,୨୫ ବର୍ଷର। ୧୫,୨୦ ବର୍ଷ ଆମେ ଦୁଇଜଣ ଜାକ ଥିଲୁ ଏମେଲେ।

ବଢ଼ିଆ ପାର୍ଟିସିପେଟ୍ କରନ୍ତି ହାଉସ୍ ରେ ବହୁତ ଭଲ ମନ ଅଛି ଭଲ ଲୋକ,ସରଳ ଲୋକ, ଆଦିବାସୀ ଲୋକ ତାଙ୍କୁ ଦାବି ପତ୍ର ଦେଲି ୫ ଟି ପଏଣ୍ଟ କରି ତମେ ଆଦିବାସୀ କୋଳରେ ଜନ୍ମ ଆମର ଏଠି ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲା,କଟକ ଜିଲ୍ଲା ସବର ଜାଗାରେ ସହର ହେଇଯାଇଛି ଯେଉଁ ଜାଗାରେ ପିଲାମାନେ ଆଡିମିଶନ୍‌‌ ପାଇ ପାରୁନାହାଁନ୍ତି ଚାକିରି ପାଇପାରୁ ନାହାଁନ୍ତି

ସେମାନଙ୍କୁ ଯେଉଁ ସାର୍ଟିଫିକେଟ ମିଳି ପାରୁନାହିଁ ମୁଁ ଏଥିପାଇଁ ଜୁଏଲ୍ ଓରାମ୍ ଙ୍କୁ ଏକ ଦାବି ପତ୍ର ଲେଖିକି ଦେଇଥିଲି ୟାଙ୍କୁ ବି ଦାବି ପତ୍ର ଲେଖିକି ଦେଲି ସେ କହିଲେ ନାଇଁ ନାଇଁ ସୁର ଭାଇ ଏଇଟା ଠିକ୍ କଥା।ତମେ ବହୁତ୍ ଦିନ ହେଲା ଲାଗିଛ ଏଥିପାଇଁ ଏଇଟାକୁ ସବର ଉଠେଇକି ସହର କରିଦେବା। ଦ୍ଵିତୀୟ ହେଉଛି ଆମ ଅଞ୍ଚଳରେ ଜଙ୍ଗଲ ଜମି ଆଦିବାସୀ ଘର ସେମାନେ ଜଙ୍ଗଲରେ ରହୁଥିଲେ ସେମାନଙ୍କୁ ପଟା ଦିଆଯାଏନି ମୁଁ କହିଲି ସେମାନେ ଗରିବ ଲୋକ ସେମାନଙ୍କୁ ତାଙ୍କର ପଟା ଦିଅ।

ତୃତୀୟ ହେଉଛି କୀର୍ତ୍ତିମାନ ସମ୍ପତ୍ତି ଯାହା ଜଗନ୍ନାଥଙ୍କ ନାମରେ ହେଇଛି ୮୪ ଗାଁ କୁ ଫେରେଦେଲେ ଆଉ ୨୩ ଗାଁ କୁ ଫେରେଇ ନାହାଁନ୍ତି ସେଇଟାକୁ ଫେରାଇ ଦେବା ପାଇଁ ମୁଁ କହିଲି। ସେ ଭଲଭାବରେ ଜାଣିଛନ୍ତି ମୁଁ ସବୁବେଳେ ବିଧାନସଭା ରେ ପ୍ରସ୍ତାବ ରଖେ ସେ କହିଛନ୍ତି ନାହିଁ ଏଇଟା କରିବା।

Leave a Reply

Your email address will not be published. Required fields are marked *