୩୫ କୋଟିର ଘରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ… ଘରରକୁ ଦେଖି ଲୋକେ ଆଶ୍ଚର୍ଯ୍ୟ…ରାଜମହଲରେ ଏବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଜାଣିଲେ ଆପଣଙ୍କର ହସ ଉଡିଯିବ। ଶପଥ ନେଉ ନେଉ ରାଜମହଲରେ ରହିଲେ। ୩୫ କୋଟି ଘରେ ରହୁଛନ୍ତି ଏହି ମୁଖ୍ୟମନ୍ତ୍ରୀ। ଘରକୁ ଦେଖିଲେ ଲାଖିଯାଉଛି ଆଖି।ହଁ ଆଜ୍ଞା ବନ୍ଧୁଗଣ ଆଜି ଶପଥ ଗ୍ରହଣ କରିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ। ପୁଣି ଫେରିଛନ୍ତି ଆନ୍ଧ୍ରକୁ। ପୁଣି ନାଇଡୁଙ୍କ ରାଜ ଆନ୍ଧ୍ରରେ ଚାଲିବ।

ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଜୟବାଡ଼ା କେଶର ପଲ୍ଲୀ ଆଇଜି ପାର୍କରେ ତାଙ୍କର ଶପଥ ଗ୍ରହଣ ସମାରୋହ ଆଜି ସାରା ଦେଶରେ ଦୃଷ୍ଟି ଆକର୍ଷଣ କରୁଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ସାହ ନିତିନ ଗଡ଼କରି ଓ ସାଉଥ ଇଣ୍ଡଷ୍ଟ୍ରିଜର ସୁପରଷ୍ଟାର ଉପସ୍ଥିତ ଥିଲେ।

ପୁଣି ଥରେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ପାଠ ନେଇଛନ୍ତି ଚନ୍ଦ୍ରବାବୁ ନାଇଡୁ। ତେବେ ଆପଣ ଜାଣିଛନ୍ତି କି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଥିବା ଚନ୍ଦ୍ରବାବୁ ନାଇଡୁ ୩୫ କୋଟି ଟଙ୍କାର ଘରେ ରହୁଛନ୍ତି। ଘରଟି ଦେଖିବାକୁ ପୁରା ରାଜମହଲ ଭଳି । ଯିଏ ଦେଖୁଛି ସେ ଚକିତ ହୋଇଯାଉଛି। ହଁ ଆଜ୍ଞା ଚତୁର୍ଥ ଥର ପାଇଁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଚନ୍ଦ୍ରବାବୁ ନାଇଡୁ ଦେଶର ଧନୀ ନେତାଙ୍କ ମଧ୍ୟରୁ ଜଣେ। ନିର୍ବାଚନୀ ଖଲତନାମା ଅନୁଯାୟୀ ତାଙ୍କର ନେଟୱାର୍କ ୯୩୧ କୋଟି ରୁ ଅଧିକ ରହିଛି। ହେଲେ ତାଙ୍କ ଉପରେ ୧୦ କୋଟିର କରଜ ଥିବା ଉଲ୍ଲେଖ କରାଯାଉଛି।

ଚନ୍ଦ୍ରବାବୁ ନାଇଡୁଙ୍କ ଅପେକ୍ଷା ତାଙ୍କର ପତ୍ନୀଙ୍କ ସମ୍ପତି ଗତ ୫ ବର୍ଷରେ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ତାଙ୍କର ନେଟ୍ୱାର୍ଥ ୩୯% ବଢିଛି। ଚତୁର୍ଥ ଥର ପାଇଁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚନ୍ଦ୍ରବାବୁ ନାଇଡୁ। ତାଙ୍କର ପତ୍ନୀ ଭୁବେଶ୍ୱରୀଙ୍କ ପାଖରେ ସୁନା ରୂପା ସହ ୩ କୋଟି ଟଙ୍କାର ଧାତୁ ଅଳଙ୍କାର ରହିଛି। ଦାଖଲ ହୋଇଥିବା ସମ୍ପତି ଅନୁସାରେ ଚନ୍ଦ୍ରବାବୁ ନାଇଡୁଙ୍କ ପାଖରେ ୨୦୧୯ରେ ୬୬୮ କୋଟିର ସମ୍ପତି ଥିବା ବେଳେ ୨୦୨୪ ରେ ତାଙ୍କ ସମ୍ପତି ୩୯% ବଢିଛି। ଅର୍ଥାତ ଏହା ୯୬୧ କୋଟିରେ ପହଁଚିଛି। ଚନ୍ଦ୍ରବାବୁ ନାଇଡୁଙ୍କ ସମ୍ପତି ହାଇଦ୍ରାବାଦ ସହ ତାମିଲନାଡୁ ଓ ଜିନ୍ଦରରେ ରହିଛି।

Leave a Reply

Your email address will not be published. Required fields are marked *