ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବାର କାରଣ ଖୋଲି କହିଦେଲେ ସୁରଜ ସୂର୍ଯ୍ୟବଂଶୀ ।
ବନ୍ଧୁଗଣ ୨୪ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଓଡ଼ିଶାରେ ବିଜେପି ସରକାର ଗଠନ ହୋଇଛି । ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ମୁଣ୍ଡରେ ସୁନା କଳସ ଢାଳିଛି ପଦ୍ମ ଦଳ । ଓଡ଼ିଶାର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ବର ଜନତା ମୈଦାନରେ ୧୨ ତାରିଖ ଦିନ ମୋହନ ମାଝୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହେବା ପରେ ସମସ୍ତେ ନିଜ ନିଜର ମନ୍ତବ୍ୟ ରଖୁଛନ୍ତି ।
ନିକଟରେ ସୂରଜ ସୂର୍ଯ୍ୟବଂଶୀ ଏକ ସାକ୍ଷାତକାର ସମୟରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବାର କାରଣ ଖୋଲି କହିଛନ୍ତି । ମୋହନ ମାଝିଙ୍କ କର୍ମ ନିଷ୍ଠା ଓ ଦଳ ପ୍ରତି ତାଙ୍କ ସମର୍ପଣକୁ ବିଚାର କରି କେନ୍ଦ୍ର ନେତୃତ୍ୱ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରିଛନ୍ତି । ତାଙ୍କୁ ତାଙ୍କର କର୍ମନିଷ୍ଠାର ଫଳ ମିଳିଛି ବୋଲି କହିଛନ୍ତି ସୂରଜ ସୂର୍ଯ୍ୟବଂଶୀ । ଆଜ୍ଞା ହଁ ବନ୍ଧୁଗଣ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ଆଜି ନରେନ୍ଦ୍ର ମୋଦୀ ଜୀ ଆଉଥରେ ଓଡିଶାରେ ଅନୁସୂଚିତ ଜନଜାତିର ଚେହେରାକୁ ଓଡ଼ିଆ ଲୋକଙ୍କର ପ୍ରତିନିଧିତ୍ଵ କରିବା ପାଇଁ ଯେଉଁ ସୁଯୋଗ ଦେଇଛନ୍ତି ଏହା ଏକ ଐତିହାସିକ ନିଷ୍ପତି ।
ଅନୁସୂଚିତ ଜନଜାତିର ଜଣେ ପ୍ରତିନିଧି ଭାବରେ ପୁର୍ବରୁ ଭାରତୀୟ ଜନତା ପାର୍ଟି ଦେଶର ସର୍ବୋଚ୍ଚ ପଦବୀରେ ଅନସୂଚିତ ଜନଜାତିର ଚେହେରାଙ୍କୁ ସ୍ଥାନିତ କରି ସାରିଛି ଆଉ ଆଜି ମଧ୍ୟ ନରେନ୍ଦ୍ର ମୋଦୀ ଆଉଥରେ ଓଡିଶାରେ ଅନୁସୂଚିତ ଜନଜାତିର ଚେହେରାକୁ ଓଡ଼ିଆ ଲୋକଙ୍କର ପ୍ରତିନିଧିତ୍ଵ କରିବା ପାଇଁ ସୁଯୋଗ ଦେଇଛନ୍ତି । ଏହାସହିତ ପଶ୍ଚିମ ଓଡ଼ିଶାରୁ କନକବର୍ଦ୍ଧନ ସିଂଦେଓ ଜୀ ଏବଂ ନାରୀ ସଶକ୍ତି କରଣର ଯେଉଁ ପରିଚୟ କୁହାଯାଉଛି ପ୍ରଭାତୀ ପରିଡ଼ା ମହୋଦୟା ଏହି ଦୁଇ ଜଣଙ୍କୁ ଉପ ମୂଖ୍ୟମନ୍ତ୍ରୀ ଭାବରେ ବାଛିଛନ୍ତି ଏହା ସନ୍ତୋଷ ଜନକ ଏବଂ ଓଡିଶା ପାଇଁ ଐତିହାସିକ ।
୨୦୨୬ ମସିହାରେ ଆମେ ଯେତେବେଳେ ସ୍ବପ୍ନ ଦେଖୁଛୁ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ୧୦୦ ବର୍ଷ ଫୁର୍ତି ପାଳନ କରିବୁ ଆଜିଠୁ ଉତ୍କଳ ନିର୍ମାଣର ମହାପର୍ବ ଆରମ୍ଭ ହୋଇଛି । ମେଣ୍ଟ କଥା ବି ମିଡ଼ିଆ କରୁଥିଲା ତେଣୁ ମିଡ଼ିଆରେ ଅନେକ କଥା ଆସିବ ସେକଥାକୁ କାନ ଦିଆ ଯାଉନାହିଁ । ୨୦୩୬ ମସିହାରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ନେଇ ସେ ଦିଗରେ ଫୋକସ୍ ରଖାଯାଇଛି ।