ଚର୍ଚ୍ଚାରେ ଅରଣ ପଟ୍ଟନାୟକ! ଓଡିଶାରୁ ଏହି ଜିଲ୍ଲାରୁ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରିବେ ରାଜନୀତି।

ବିଜେଡିକୁ କେମିତି ସମ୍ଭାଳିବେ ଅରଣ ପଟ୍ଟନାୟକ? ଓଡ଼ିଶାରେ କେଉଁଠୁ କରିବେ ପଲିଟିକାଲ ଏଣ୍ଟ୍ରି। ନବୀନଙ୍କ ପଦାଙ୍କ ଅନୁସରଣ କରିବେ କି ପୁତୁରା? ହଁ ବନ୍ଧୁଗଣ ଚଳିତ ନିର୍ବାଚନରେ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କ୍ଷମତାରେ ରହିଥିବା ବିଜୁ ଜନତା ଦଳର ହୋଇଛି ପରମ ବିପର୍ଯ୍ୟୟ।

ରାଜ୍ୟରେ ବିଜେଡିର ଦୁର୍ଗ ଏକ ପ୍ରକାରର ଭୁଶୁଡ଼ି ଯାଇଛି କହିଲେ ଭୁଲ ହେବ ନାହିଁ। ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ବଡ଼ ପରାଜୟ ଭୋଗିଛି ଦଳ। ଗୋଟିଏ ବି ଲୋକସଭା ଆସନରେ ଜିତି ପାରିନଥିବା ବିଜେଡି ମାତ୍ର ୫୧ଟି ବିଧାନସଭା ଆସନ ହାତେଇବାରେ ସକ୍ଷମ ହୋଇଛି। ଆଉ ଲମ୍ବା ସମୟ ଧରି ରାଜ୍ୟକୁ ଶାସନ କରିଥିବା ନବୀନ ସରକାରର ପତନ ହୋଇଛି।

ଏମିତି ଏକ ସମୟରେ ବିଜେଡିର ନେତା କର୍ମୀ ଏବଂ ସମସ୍ତ ସମର୍ଥକଙ୍କ ନଜର ରହିଛି ଦଳୀୟ ସୁପ୍ରିମ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଉପରେ। ନବୀନ ଯଦିଓ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ନିଜ ମୁହଁରେ କହୁଛନ୍ତି ତଥାପି ଦଳର ଆଗାମୀ ଭବିଷ୍ୟତ ଦୃଷ୍ଟିରୁ ସମସ୍ତେ ଚାହୁଁଛନ୍ତି କି ତାଙ୍କ ପରିବାରର କେହି ଜଣେ ଦାୟିତ୍ୱ ନିଅନ୍ତୁ। କାରଣ ନବୀନଙ୍କ ନାଁରେ ହିଁ ବିଜେଡିକୁ ଭୋଟ ଦେଉଥିଲେ। ହେଲେ ଏଥର ଭି.କେ ପାଣ୍ଡିଆନ ସାମ୍ନାକୁ ଆସି ଦଳର ଦୁଇ ନମ୍ବର ନେତା ଭାବେ ନିଜକୁ ଉପସ୍ଥାପିତ କରିବାରୁ ବିଜେଡି ବିପର୍ଯ୍ୟୟ ଭୋଗିଲା ବୋଲି ଆଲୋଚନା ହେଉଛି। ତେଣୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ତାଙ୍କର କେହି ରକ୍ତ ସୋମର୍କୀୟଙ୍କୁ ହିଁ ଦଳର ସମର୍ଥକ ମାନେ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି।

ଏଭଳି ସ୍ଥିତିରେ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଏବଂ ତାଙ୍କ ପୁଅ ଅରଣ ପଟ୍ଟନାୟକ ଏବେ ନବୀନ ନିବାସରେ ରହିଥିବା କଥା କୁହାଯାଉଛି। ଯଦିଓ ଦଳର ଉତ୍ତରାଧିକାରୀ କିଏ ହେବ ତାହା ଓଡିଶାବାସୀ ସ୍ଥିର କରିବେ ବୋଲି ନବୀନ ପୂର୍ବରୁ କହି ସାରିଛନ୍ତି ତଥାପି ତାଙ୍କ ପୁତୁରା ଅରଣ ପଟ୍ଟନାୟକ ହିଁ ନବୀନଙ୍କ ପରେ ଦଳର ଦାୟିତ୍ୱ ନେବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି।

ସୋସିଆଲ ମିଡିଆରେ ଟ୍ରେଡ଼ କରୁଥିବା ଅରଣ ପଟ୍ଟନାୟକ ଫ୍ୟାନ କ୍ଳବରୁ ହିଁ ଏହି ଚର୍ଚା ଆରମ୍ଭ ହୋଇଥିବା ବେଳେ ଏହାକୁ ଆହୁରି ଇନ୍ଧନ ଯୋଗାଇଛି ନବୀନ ନିବାସରେ ତାଙ୍କର ଉପସ୍ଥିତି। ତେବେ ଯଦି ଏହି ଚର୍ଚ୍ଚା ସତ ହୁଏ ତାହେଲେ ଅରଣ ପଟ୍ଟନାୟକ ତାଙ୍କର ରାଜନୈତିକ କ୍ୟାରିୟର କେଉଁଠୁ ଆରମ୍ଭ କରିବେ? ଲୋକସଭା ନାଁ ବିଧାନସଭା ଆସନରୁ ପ୍ରାର୍ଥୀ ହେବେ? ଯଦି ଅରୁଣ ବିଜେଡିର ନେତୃତ୍ୱ ନେବା ସହ ସିଧାସଳଖ ନିର୍ବାଚନ ମୈଦାନକୁ ଓଲ୍ହାନ୍ତି ତେବେ ସେ କେଉଁ ଆସନରୁ ଲଢେଇ କରିବେ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ଏସବୁ ଭିତରେ କିଛି ଲୋକ ଏକଥା ବି କହୁଛନ୍ତି ଯେ ଅରୁଣ ହୁଏତ ନିଜର ଦାଦା ବା ସାନ ବାପା ନବୀନ ପଟ୍ଟନାୟକଙ୍କ ପଦାଙ୍କ ଅନୁସରଣ କରିବେ।

ନବୀନ ଯେତେବେଳେ ଓଡିଶା ରାଜନିତୀରେ ଏଣ୍ଟ୍ରି ମାରିଥିଲେ ସେତେବେଳେ ସେ ପ୍ରଥମେ ଜନତା ଦଳ ଟିକଟରେ ଆସ୍କା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ପରେ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବାରମ୍ବାର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ନବୀନ। ଅର୍ଥାତ ଗଞ୍ଜାମ ଜିଲ୍ଲାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ନବୀନ ପଟ୍ଟନାୟକ ରାଜ୍ୟ ରାଜନୀତିରେ ବେସ ସଫଳ ହୋଇଛନ୍ତି ଏବଂ ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ହେଲେ ବିଜେଡିର ଗଡ଼ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାରେ ଏଥର ନିର୍ବାଚନରେ ଦଳର ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡିଛି। କେବଳ ହିଞ୍ଜିଳି ରୁ ନବୀନ ପଟ୍ଟନାୟକଙ୍କୁ ଛାଡିଦେଲେ ଆଉ କୌଣସି ଆସନ ଦଖଲ କରି ପାରିନାହିଁ ବିଜେଡି। ତେଣୁ ସେହି ଗଞ୍ଜାମ ଜିଲ୍ଲା ରୁ ହିଁ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି।

ଯଦି ଅରୁଣ ଆଗାମୀ ଦିନରେ ରାଜନୀତିକୁ ଆସୁଛନ୍ତି ଆଉ ଗଞ୍ଜାମର କୌଣସି ଆସନରୁ ନିର୍ବାଚନ ଲଢ଼ୁଛନ୍ତି ତାହେଲେ ଏହା ଜିଲ୍ଲାରେ ବିଜେଡି ପାଇଁ ସଂଜୀବନି ଭଳି କାମ କରିପାରେ ବୋଲି ଚର୍ଚା ହେଉଛି। ହେଲେ ଏବେ ସୁଧା ଅରୁଣ ପଟ୍ଟନାୟକ ରାଜନୀତିକୁ ଆସିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ଏସବୁ ଚର୍ଚ୍ଚା କେବଳ ଚର୍ଚ୍ଚାରେ ହିଁ ସୀମିତ ରହିଛି। ତେବେ ଆଗକୁ ଏସବୁ ଚର୍ଚ୍ଚା ବାସ୍ତବ ରୂପ ନେଉଛି କି ନାହିଁ ତାହା କେବଳ ସମୟ କହିବ।

Leave a Reply

Your email address will not be published. Required fields are marked *