“ଓଡ଼ିଶାବାସୀ ନମକହାରମ ନୁହନ୍ତି । ଓଡ଼ିଶାର ଯାହାବି ଉନ୍ନତି ହେଇଛି ନବୀନଙ୍କ ନିର୍ଦେଶରେ ପାଣ୍ଡିଆନ କରିଛନ୍ତି” ।

ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ଓଡ଼ିଶାରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି । ଦୀର୍ଘ ଦିନରୁ ଯେଉଁ ସରକାର ରହି ଆସିଥିଲା ଆଜି ସେଥିରେ ପରିବର୍ତନ ହୋଇଛି ।ଲୋକମାନେ ନିଜ ଭୋଟ ମାଧ୍ୟମରେ ସରକାର ବଦଳାଇ ଦେଲେ । ତେବେ ଏହି କଥାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରାଯାଉଛି । ୨୪ ବର୍ଷ ବିଜୁ ଜନତା ଦଳ ଓଡ଼ିଶାରେ ଶାସନ କରୁଥିଲା । ହେଲେ ଆଜି ଲୋକମାନେ ତାଙ୍କ ନେତାଙ୍କର ପରିବର୍ତ୍ତନ କରିଛନ୍ତି ।

ତେବେ ଏଠାରେ ସୂଚାଇ ଦିଆଯାଇପାରେ କି ରାଜ୍ୟରେ ବିଜେଡିର ବିପର୍ଯ୍ୟୟ ଲାଗି ଭି.କେ ପାଣ୍ଡିଆନଙ୍କୁ ହିଁ ଦାୟୀ କରାଯାଉଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ୨୪ ବର୍ଷର ସ୍ୱଚ୍ଛ ଶାସନ ସତ୍ତ୍ୱେ ଚଳିତ ନିର୍ବାଚନରେ ସେ ହାରିବାର ମୁଖ୍ୟ କାରଣ ପାଣ୍ଡିଆନ୍ ବୋଲି କୁହାଯାଉଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଦଳ ମଧ୍ୟରେ ବହୁ ନେତା ମଧ୍ୟ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି । ତେବେ ଆଜି ଏ ସଂପର୍କରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ପାଣ୍ଡିଆନଙ୍କୁ ଖୋଲାଖୋଲି ଭାବରେ ସପୋର୍ଟ କରିଛନ୍ତି କଂଗ୍ରେସର ପୂର୍ବତନ ବରିଷ୍ଠ ବିଧାୟକ ସୁର ରାଉତରାୟ ।

ତେବେ ସୁର ରାଉତରାୟ ନିଜର ମତ ପ୍ରକାଶ କରି କହିଛନ୍ତି, ଆମେ ଓଡ଼ିଶାବାସୀ ନମକହାରାମ ନୁହେଁ । ଲୋକମତ ଟା ହିଁ ସେ କହୁଛନ୍ତି । ସେ ସ୍ଵାଧୀନ କେଉଁ ଦଳରେ ନାହାଁନ୍ତି କି କାହା ଦୟାରେ ନାହାଁନ୍ତି । ତାଙ୍କର ଭଗବାନ ଜଗନ୍ନାଥ, ଲିଙ୍ଗରାଜ, ଦକ୍ଷିଣଚଣ୍ଡୀ, ଯୀଶୁ, ବୁଦ୍ଧ ଆଉ ଶେଷରେ ମା ଲକ୍ଷ୍ମୀ । ବିନା ଲକ୍ଷ୍ମୀରେ ଗାଡ଼ି ଚାଲିବନି । ପାଣ୍ଡିଆନ୍ ଯାହା କରିଛି ରାଜ୍ୟ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନବୀନ ପଟ୍ଟନାୟକଙ୍କ ନାଁରେ କରିଛନ୍ତି ।

ଆଉ ନବୀନ ପଟ୍ଟନାୟକ କରିଛନ୍ତି ଓଡ଼ିଶାର ବିକାଶ । ସେ ତେଲ ମାରୁନାହାଁନ୍ତି ଅପ୍ରିୟ ସତ କଥା କହୁଛନ୍ତି । ସାରା ଓଡ଼ିଶାରେ ରାସ୍ତା ଘାଟ, କଳିଙ୍ଗ ଷ୍ଟାଡିୟମ୍, ବସ୍ ଷ୍ଟାଣ୍ଡ ସବୁ କରିଛନ୍ତି । ଆଉ ନବୀନଙ୍କ ସୁପରଭିଜନରେ କାମକୁ କରାଇଛନ୍ତି ଭି.କେ ପାଣ୍ଡିଆନ୍ । ଯେତେ ଓଡ଼ିଶାରେ ବିକାଶମୁଖୀ କାମ ସବୁ ତାଙ୍କ ଦ୍ଵାରା ସଫଳ ହେଇଛି । ଅଯୋଧ୍ୟାରେ ରାମ ମନ୍ଦିର କିଛି ହେଇନି ଉଦ୍ଘାଟନ କରିଦେଲେ । କିନ୍ତୁ ପଣ୍ଡିଆନ ପୁରୀରେ ସାଢେ଼ ତିନିକୋଟି ମୂଲ୍ୟର ମନ୍ଦିରର ସୌନ୍ଦର୍ଯ୍ୟକରଣ ୧୫ ଦିନ ଭିତରେ କରି ଦେଖେଇ ଦେଲେ ।

Leave a Reply

Your email address will not be published. Required fields are marked *