ଶପଥ ଗ୍ରହଣ ପରେ କାମରେ ଲାଗିଯିବେ ନରେନ୍ଦ୍ର ମୋଦୀ। ଏହା ହେବ ମୋଦୀଙ୍କ ପ୍ରଥମ ବିଦେଶ ଗସ୍ତ….।

ଆସନ୍ତା କାଲି ଦେଶ ଦେଖିବ ନୂଆ ସରକାର। କେନ୍ଦ୍ରରେ ଆରମ୍ଭ ହେବ ମୋଦୀ ୩.୦। ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ। ହେଲେ ଶପଥ ଗ୍ରହଣ ପରେ ହଠାତ କାହିଁକି ଇଟାଲୀ ଗସ୍ତ କରିବେ ମୋଦୀ?

ହଁ ଆଜ୍ଞା ବନ୍ଧୁଗଣ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାବେ ଇଟାଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଇଟାଲୀର ମାପୁଲିଆ ବୋଲଗୋ .. ଆସନ୍ତା ୧୩ ଓ ୧୪ ତାରିଖରେ ଜି7 ବୈଠକ ହେବାର ଅଛି। ଏହା ପୂର୍ବରୁ ମୋଦୀ ନୂତନ ଲୋକସଭାର ପ୍ରଥମ ଅଧିବେଶନରେ ଯୋଗ ଦେବେ।

ଜି7 ଶିକ୍ଷର ସମ୍ମିଳନୀରେ ମୋଦୀ ଯୋଗ ଦେବାକୁ ଗଲେ ସେଠାରେ ସେ ଆମେରିକା ରାଷ୍ଟ୍ରପତି ୟୁମାଇଟେଡ଼ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ।ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲମାକ୍ରୋନ ଜର୍ମାନୀ ଚାମ୍ସଲୋନ ଜାପାନ ପ୍ରଧାନମନ୍ତ୍ରୀ ମୁଫିଓ କିସୁଦା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୋନାଙ୍କ ସହ ଦୁଇ ପାଖିକ ବୈଠକ କରିପାରନ୍ତି। ତେବେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିସପୃଡୋଙ୍କ ସହ ବୈଠକ ନେଇ ସ୍ପଷ୍ଟ ହୋଇନାହିଁ।

ଏପଟେ ଜୁନ ୧୫ ଏବଂ ୧୬ରେ ସୁଇଜର୍ଲ୍ୟାଣ୍ଡରେ ହେବାକୁଥିବା ଶାନ୍ତି ସମ୍ମିଳନୀରେ ଯୋଗ ଦେବାକୁ ମଧ୍ୟ ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିପରି ଜୁଲାଇ ୩ ଏବଂ ୪ ରେ ହେବାକୁ ଥିବା ସଂଘାୟୁ ସହଯୋଗ ସଙ୍ଗଠନ ବା ଏସୟୁ ଶିଖର ସମ୍ମିଳନୀ ପାଇଁ ମୋଦୀ ତାଚଖାସ୍ଥାନର ଆସ୍କାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।ତେବେ ସମ୍ମିଳନୀକୁ ଚୀନ ରାଷ୍ଟ୍ରପତି ସିଂ ଜିଙ୍ଗ ପିଂ ଆସିବେ ନାଁ ତାଙ୍କ ପ୍ରଧାନମନ୍ତ୍ରୀ ଲିକ୍ୟାଙ୍ଗଙ୍କୁ ପଠାଇବେ ତାହା ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *