ଏବେ ଛାନିଆ ହେଲେଣି ସବୁ ମାଇନିଂ ଅଫିସର। କଡା ପଦକ୍ଷେପ ନେବେ ବିଜେପି ସରକାର।

ଛାନିଆ ହେଲେଣି ସବୁ ମାଇନିଂ ଅଫିସର। ସବୁ ହିସାବ ମାଗିବ ବିଜେପି ସରକାର। ଓଡ଼ିଶାର ଖଣି ଦୁର୍ନୀତି ଉପରେ କଡା ନଜର। ଭୁଲ କରିଥିଲେ ବଡ଼ ଦଣ୍ଡ ପାଇବେ ଅଫିସର।ଓଡ଼ିଶାରେ ବିଜେଡି ସରକାର ଭାଙ୍ଗିବା ପରେ ଓଡ଼ିଶାରେ ବିଜେପି ସରକାର ଗଠନ ହେବା ଦେଖି ଭୟରେ ଥର ଥର ହେଲେଣି ବଡ ବଡ଼ ଅଫିସର। ୨୫ ବର୍ଷରେ ହଠାତ ଏମିତି ଦିନ ଆସିଲା ଯେଉଁଥିରେ ବଡ଼ ବଡ଼ ଅଫିସର ମାନଙ୍କର ନିଦ ହଜିଗଲା।କୁହାଯାଏ ଶାସନ କରୁଥିବା ସରକାର ସହ ଅଫିସରଙ୍କ ନିକଟତର ସମ୍ପର୍କ ଥିଲା। ଆଉ ସେହି ସମ୍ପର୍କ ସାହାର୍ଯ୍ୟର କେଉଁ ଅଫିସର କେତେ ବଡ଼ ଭୁଲ କରିଛି ତାହା ତଦନ୍ତ ହେବା ପରେ ଜଣା ପଡିବ। ଆଉ ଯଦି କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବ ତାହେଲେ ଭୟଙ୍କର ନିଷ୍ପତ୍ତି ନିଆଯିବ।

ହଁ ଆଜ୍ଞା କୋଟି କୋଟି ଟଙ୍କାରେ ଖଣିକୁ କେମିତି ବ୍ୟବହାର କରାଯାଇଛି କେମିତି ବିକାଯାଇଛି ଆଉ କେତେ ଓଡିଶାକୁ ଲାଭ ହୋଇଛି। ଲାଭ ଟଙ୍କା ରାଜକୋଷକୁ ଆସିଥିଲା ଆଉ କେତେ ଓଡିଶାକୁ ଲାଭ ହୋଇଛି। ଲାଭ ଟଙ୍କା ରାଜକୋଷକୁ ଆସିଥିଲା ନାଁ କେଉଁ ଅଫିସର ପକେଟକୁ ଯାଉଥିଲା ତାକୁ ନେଇ ହେବ ବଡ଼ ତଦନ୍ତ। ଆଉ ଏସବୁର ଖୋଲତାଡ଼ କରିବ ଓଡ଼ିଶାରେ ବିଜେପି ସରକାର ଯାହାକୁ ନେଇ ମାଇନିଂ ଅଫିସରଙ୍କର ବଢ଼ିଲାଣି ଚିନ୍ତା। ବାହାରିଲେ ଦୁର୍ନୀତିର ଚେର ହେବ ପୁରା ଯାଞ୍ଚ। ଆଉ ଯେଉଁ ଅଫିସରର ଭୁଲ ବାହାରିବ ଦଣ୍ଡ ଭୋଗିବା ଟା ଥୟ।

ତେବେ ସମସ୍ତେ ଜାଣନ୍ତି ଦେଶ ବିଦେଶରେ ମଧ୍ୟ ଚର୍ଚ୍ଚା ହୁଏ ଓଡ଼ିଶାରେ ଖଣିଜ ସମ୍ପଦ ପ୍ରଚୁର ପରିମାଣରେ ଅଛି। ଯାହା ପାଇଁ ଅନେକ ପ୍ରାଇଭେଟ ବଡ଼ ବଡ଼ କମ୍ପାନୀ ଓଡିଶା ଉପରେ ନଜର ପକାଇ ଥାଆନ୍ତି। କୋଇଲା ହେଉ କିମ୍ବା ଲୁହା ପଥର ମାଂଗାନିଜ ବକ୍ସାଇଟ ଭଳି ବୋହୁ ଖଣିଜ ସମ୍ପଦ ଭର୍ତି ହୋଇ ରହିଛି ଓଡ଼ିଶାରେ। ହେଲେ ସାଧାରଣ ଲୋକଙ୍କ ନଜର ବାହାରେ ଓଡିଶାର ଏହି ହଜାର ହଜାର କୋଟିର ଖଣିଜ ସମ୍ପଦକୁ ନେଇ ସରକାର କରିଥାଏ ବଡ଼ ବଡ଼ ଡିଲ। ଆଉ ସେସବୁର ହିସାବ ରଖିଥାନ୍ତି ମାଇନିଂ ଅଫିସର। ତେବେ କେଉଁ ଅଫିସର କେମିତି ଚଲାଉଥିଲେ ଖଣି। ଆଉ ଖଣିର ଲାଭ ଟଙ୍କା ଓଡ଼ିଶାର ସେବାରେ ଲାଗୁଥିଲା ନାଁ ପକେଟକୁ ଯାଉଥିଲା ତାକୁ ହୁଏତ ଏବେ ବିଜେପି ସରକାର ଖୋଲତାଡ଼ କରିବ। ଆଉ ଅଫିସର ମାନଙ୍କର ଭୁଲ ବାହାରିଲେ ମିଳିବ ସାଂଘାତିକ ଦଣ୍ଡ।

ହଁ ଆଜ୍ଞା ୨୫ ବର୍ଷର ବିଜେଡି ସରକାର ମଝିରେ ମଝିରେ ଆସେ ଅନେକ ଅଭିଯୋଗ। କୁଆଡେ ଅଫିସର ମାନେ କରୁଛନ୍ତି ମନମାନି। ଆଉ ହେଉଛି ବଡ଼ ବଡ଼ ଦୁର୍ନୀତି କିନ୍ତୁ ସବୁ ଲୁଚି ଯାଉଛି। ତେବେ ଯଦି ବିଜେଡି ଶାସନ କାଳରେ ଏଇ ମାଇନିଂ ଅଫିସର ମାନେ ଦୁର୍ନୀତି କରିଥିବେ ଆଉ ଏବେ ତଦନ୍ତ ପରେ ଯଦି ଧରାପଡିବେ ତେବେ ବିଜେପି ସରକାର ସେମାନଙ୍କୁ ଦେବ ବଡ଼ ଦଣ୍ଡ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *