“ପାଣ୍ଡିଆନ ବାବୁ ଯେଉଁଠିକୁ ଗଲେ ସେଇଠି ଭୋଟ୍ କମିଲା । ତାଙ୍କ ଗର୍ବ, ଅହଙ୍କାର ଦଳ ଉପରେ ପଡ଼ିଲା” ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆତ୍ମଘୋଷିତ ଉତ୍ତରାଧିକାରୀ ହୋଇ ଉଭୟ ଦଳ ଓ ସରକାରରେ ଏକଛାତ୍ରବାଦୀ ଚଳାଇଥିବା ଭିକେ ପାଣ୍ଡିଆନଙ୍କୁ ନେଇ ସମସ୍ତଙ୍କ ମନରେ ଏବେ ଆକ୍ରୋଶ । ପାଣ୍ଡିଆନଙ୍କ ରାଜନୀତିକ ମହତ୍ୱାକାଂକ୍ଷା ଓ ଭୁଲ୍ ନିର୍ବାଚନୀ ରଣନୀତି ଯୋଗୁ ବିଜେଡିର ଦୁର୍ଗକୁ ଧୂଳିସାତ କରିବାରେ ବିଜେପି ସକ୍ଷମ ହୋଇଛି । ବନ୍ଧୁଗଣ ଚଳିତ ସାଧାରଣ ନିର୍ବାଚନରେ ବିଜେଡିକୁ ଶକ୍ତ ଝଟକା ଦେଇ ରାଜ୍ୟରେ ବିଜେପି ଆସନ୍ତା ୧୦ତାରିଖରେ ଏକାକୀ ସରକାର ଗଠନ କରିବାକୁ ଯାଉଛି । ସାଧାରଣ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଅପ୍ରତ୍ୟାଶିତ ହୋଇଛି ।

ଉଲ୍ଲେଖଯୋଗ୍ୟ, ପାଣ୍ଡିଆନ ନିଜକୁ ବିଜେଡି ଓ ସରକାରର ସର୍ବେସର୍ବା ଭାବି ନିଷ୍ପତ୍ତି ନେବା ସହ ମନମୁଖୀ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ଯୋଗୁ ବିଜେଡିକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି । ତେବେ ଇତି ମଧ୍ୟରେ ନବୀନଙ୍କୁ ଢ଼ାଲ କରି ବିଜେଡିର ନେତୃତ୍ୱ ନେଉଥିବା ପାଣ୍ଡିଆନ ଦଳର ଏହି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ନିଖୋଜ ହୋଇଯାଇଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଦଳର ଲକ୍ଷ ଲକ୍ଷ କର୍ମୀ ଏବଂ ସାଧାରଣ ଜନତା ସିଧାସଳଖ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି ।

ବିଜେଡ଼ି ହାରିବା ପରେ ଏହାର କାରଣ କହିଛନ୍ତି ଜଣେ ବ୍ୟକ୍ତି । ନିକଟରେ ଏକ ସାକ୍ଷାତକାର ସମୟରେ ବ୍ୟକ୍ତି ଜଣକ କହିଛନ୍ତି ଯେ, ଆଗରୁ ସବୁଥିରେ ନବୀନ ବାବୁଙ୍କ ଶ୍ରେୟ ରହୁଥିଲା ଯେକୌଣସି ଯୋଜନାରେ ହେଉ କିମ୍ଵା କାର୍ଯ୍ୟକ୍ରମରେ ହେଉ ସବୁବେଳେ ବିଜେଡ଼ିର ଶ୍ରେୟ ନେଉଥିଲେ ନବୀନ ବାବୁ ଏବଂ ଲୋକ ନବୀନ ବାବୁଙ୍କୁ ଦେଖିକି ଭୋଟ ଦେଉଥିଲେ । ଏଇ ଯେଉଁ ନିର୍ବାଚନ ସରିଲା ଜୁନ ୧ ତାରିଖରେ ତା ପୂର୍ବରୁ ବିଜେଡ଼ି ତାର ଯେଉଁ ପ୍ରଚାର ଆରମ୍ଭ କଲା ସେଥିରେ ନବୀନ ବାବୁଙ୍କୁ ଗ୍ରହଣ କରାଗଲା ଏବଂ ନବୀନ ବାବୁଙ୍କ ପାଖରେ କାମ କରୁଥିବା ସେକ୍ରେଟାରୀ ଯାହାଙ୍କୁ ୫-ଟି ଅଧକ୍ଷ କୁହାଯାଉଛି ଭି.କେ ପାଣ୍ଡିଆନ୍ ସେ ରାତାରାତି ହିରୋ ବନିଗଲେ ।

ଯାହା ଫଳରେ ଏମିତି ହେଲା ପରିସ୍ଥିତି ଯେ ପାଣ୍ଡିଆନ୍ ପ୍ରଚାର ସମୟରେ କହିଥିଲେ ବିଜେଡ଼ିଙ୍କୁ ଭୋଟ ଦିଅନ୍ତୁ ସେ ନବୀନଙ୍କ ଦର୍ଶନ କରାଇଦେବେ ସେ ପୁଣି ବିଜେଡ଼ିର ବିଧାୟକ ମାନଙ୍କୁ କହିଲେ । ଏଇ ଯେଉଁ ଗର୍ବ ଅହଙ୍କାର ପ୍ରଭାବ ପଡ଼ିଲା ଦଳ ଉପରେ ଆଉ ଦଳୀୟ ନେତା ହତୋତ୍ସାହିତ ହୋଇଗଲେ । ପାଣ୍ଡିଆନ ବାବୁ ପ୍ରଚାର ପାଇଁ ଯେଉଁଠିକୁ ଗଲେ ସେଇଠି ଭୋଟ୍ କମିଲା ।

Leave a Reply

Your email address will not be published. Required fields are marked *