ମିଳିଲା ଭି.କେ ପାଣ୍ଡିଆନଙ୍କ ନୂଆ ଠିକଣା…ରାତାରାତି ଭୁବନେଶ୍ୱରରୁ ପଳାଇ ହୋଟେଲରେ ରହିଛନ୍ତି ଭି.କେ ପାଣ୍ଡିଆନ।

ଦିଲ୍ଲୀ ପଳାଇଲେ ଭି.କେ ପାଣ୍ଡିଆନ। ସାମ୍ନାକୁ ଆସିଲା ଭିଡିଓ ଫୁଟେଜ। ରାତାରାତି ଭୁବନେଶ୍ୱର ଛାଡି ପଳାଇଛନ୍ତି ଭି.କେ ପାଣ୍ଡିଆନ। ବିଜେଡିର ପରାଜୟ ପରେ ଲୁଚି ପଳାଇଲେ।ଆଜ୍ଞା ହଁ ବନ୍ଧୁଗଣ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପର ଠାରୁ ବିଜେଡିର ଦ୍ୱିତୀୟ କ୍ଷମତା ଭାବେ ପରିଚିତ ଭି.କେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି। ବିଜେଡିରେ ଷ୍ଟାର ପ୍ରଚାରକ ଭାବେ ସାରା ଓଡିଶା ବୁଲୁଥିବା ଏବଂ ସାମ୍ନାରେ ରହି ଦଳର ରଣନୀତି ଓ ନିର୍ବାଚନ ପରିଚାଳନା କରିଥିବା ପାଣ୍ଡିଆନ ବିଜେଡିର ଚରମ ବିପର୍ଯ୍ୟୟ ପର ଠାରୁ ଆଉ ଦେଖା ଦେଇନାହାନ୍ତି। ସବୁବେଳେ ନବୀନଙ୍କ ପାଖେ ପାଖେ ରହୁଥିବା ପାଣ୍ଡିଆନ ଆଉ ସାମ୍ନାକୁ ଆସୁନାହାନ୍ତି।

ଏପରିକି ଗତ କାଲି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ରାଜଭବନକୁ ଯାଇଥିଲେ ସେତେବେଳେ ମଧ୍ୟ ସେ ଏକୁଟିଆ ଥିଲେ। ତାଙ୍କ ସଙ୍ଗରେ ପାଣ୍ଡିଆନ ନଥିଲେ। ଗତକାଲି ଯେତେବେଳେ ବିଜେଡିର ନବନିର୍ବାଚିତ ବିଧାୟକ ମାନେ ନବୀନଙ୍କୁ ସାକ୍ଷତ କରିବା ପାଇଁ ନବୀନ ନିବାସକୁ ଆସିଥିଲେ ସେତେବେଳେ ମଧ୍ୟ ପାଣ୍ଡିଆନ ସେଠାରେ ଅନୁପସ୍ଥିତ ଥିଲେ। ତେଣୁ ବିଜେଡିର ଏହି ଆତ୍ମଘୋଷିତ ଉତ୍ତରାଧିକାରୀ ହଠାତ କୁଆଡେ ଗାୟବ ହୋଇଗଲେ ବୋଲି ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନ ଉଙ୍କି ମାରୁଥିଲା।

କିଏ କହୁଥିଲା ସେ ତାମିଲନାଡୁ ପୋଲାଇଛି ତ କିଏ କହୁଥିଲା ସେ ଭୁବନେଶ୍ୱରରେ ଅଛି। ହେଲେ ଏସବୁ ଚର୍ଚ୍ଚା ଆଲୋଚନା ଭିତରେ ମିଳିଛି ଭି. କେ ପାଣ୍ଡିଆନଙ୍କର ନୂଆ ଠିକଣା। ମିଳିଥିବା ସୂଚନା ଅନୁସାରେ ପାଣ୍ଡିଆନ ଏବେ ଦିଲ୍ଲୀରେ ଥିବା ଜଣା ପଡ଼ିଛି। ଗତ କାଲି ରାତିରେ ସେ କୁଆଡୁ ଭୁବନେଶ୍ୱରରୁ ଦିଲ୍ଲୀ ପଳାଇଛି। କାରଣ ଏବେ ସୋସିଆଲ ମିଡିଆରେ ପାଣ୍ଡିଆନଙ୍କର କିଛି ଫୋଟ ଘୁରି ବୁଲୁଛି। ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ଭିତରେ କମ୍ବଳ ଘୋଡାଇ ହୋଇ ଶୋଇଥିବା ଦେଖିବାକୁ ମିଳିଛି। ସେହି ବ୍ୟକ୍ତି ଜଣକ ଭି.କେ ପାଣ୍ଡିଆନ ବୋଲି ଚର୍ଚା ହେଉଛି।

ଅନ୍ୟପଟେ ପାଣ୍ଡିଆନ ବିମାନ ବନ୍ଦର ଭିତରକୁ ପ୍ରବେଶ କରୁଥିବା ଫୋଟର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି ଯେ ସେ ଦିଲ୍ଲୀ ପଳାଇଛି। କୁହାଯାଉଛି ଯେ ପାଣ୍ଡିଆନ ବୁଧବାର ରାତିରେ ଭୁବନେଶ୍ୱର ରୁ ଦିଲ୍ଲୀ ପଳାଇଛି ଏବଂ ସେଠାରେ ଏକ ପଞ୍ଚ ତାରକା ହୋଟେଲରେ ରହିଛନ୍ତି। ପୂର୍ବରୁ ନିର୍ବାଚିତ କମିଶନରଙ୍କ ଦ୍ଵାରା ନିଲମ୍ବିତ ହୋଇ ଦିଲ୍ଲୀରେ ଥିବା IPS DS କୋଟେଙ୍କ ସହିତ ସେ ମସୁଧା ଚଳାଇଥିବା ମଧ୍ୟ ଚର୍ଚ୍ଚା ହେଉଛି

ମିଳିଥିବା ସୂଚନା ଅନୁସାରେ ଜୁନ ୪ ତାରିଖରେ ନିର୍ବାଚନୀ ଫଳାଫଳ ଭାରିବା ପରେ ପାଣ୍ଡିଆନ ଭୁବନେଶ୍ୱରରେ ଥିଲେ। ସେ ୪ ଓ ୫ ତାରିଖ ଦୁଇ ଦିନ ଧରି କିଛି ସମୟ ପାଇଁ ନବୀନ ନିବାସକୁ ଯାଇଥିଲେ। ଆଉ ୫ ତାରିଖ ଅର୍ଥାତ ବୁଧବାର ରାତି ୮୩୦ ରେ ବିସ୍ତାର ଆୟାରଲାଇନ୍ସ ଯୋଗେ ଦିଲ୍ଲୀ ଯାଇଛନ୍ତି।

ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟସ୍ଥ ତାଜ ପ୍ୟାଲେସ ହୋଟେଲରେ ପାଣ୍ଡିଆନ ରହୁଥିବାର ନେଇ ସୂଚନା ମିଳିଛି। ତେବେ ସେ କାହିଁକି ଦିଲ୍ଲୀ ଯାଇଛନ୍ତି ତାର ନିର୍ଦିଷ୍ଟ କାରଣ କିଛି ଜଣା ପଡ଼ିନାହିଁ। ହେଲେ ଏପଟେ ବିଜେଡିର ଚରମ ବିପର୍ଯ୍ୟୟ ଏବଂ ନବୀନ ପଟ୍ଟନାୟକ କ୍ଷମତାଚ୍ୟୁତ ହେବା ପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଏବଂ ସାଧାରଣ ଜନତା ସିଧାସଳଖ ପାଣ୍ଡିଆନକୁ ଏବଂ ତାଙ୍କର ପୋଷ ଅଧିକାରୀ ମାନଙ୍କ ଟିମକୁ ଦାୟୀ କରିଛନ୍ତି।

Leave a Reply

Your email address will not be published. Required fields are marked *