ବନ୍ଦ ହେବନି ବିଏସକେୱାଇ କାର୍ଡ, ରୋଗୀ ହେବନି ହନ୍ତସନ୍ତ… ଜାରି ହେଲେ ହେଲଫଲାଇନ୍ ନମ୍ବର I ରୋଗୀ ଅବହେଳା ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ବନ୍ଦ ହେବନି ବିଏସକେୱାଇ କାର୍ଡ ଆଉ ରୋଗୀ ହେବେନି ହନ୍ତସନ୍ତ । ସମସ୍ତ ହସ୍ପିଟାଲ୍ ରେ ଚାଲୁ ରହିଛି ଏହି ସ୍ୱାସ୍ଥ୍ୟ ସେବା । ବିଏସକେୱାଇ କାର୍ଡ ପାଇଁ ଜାରି ହେଲା ହେଲ୍ପଲାଇନ୍ ନମ୍ୱର୍ । ରୋଗୀଙ୍କର ଗୋଟାଏ କଲ୍ ରେ ନିଆଯିବ କାର୍ଯ୍ୟାନୁଷ୍ଠାନ । କୌଣସି ରୋଗୀ ହେବେନି ଅବହେଳା । ହଁ ଦର୍ଶକବନ୍ଧୁ ଗତକାଲି ସବୁଆଡେ ଚର୍ଚ୍ଚା ହେଉଥିଲା ଯେ ବିଏସକେୱାଇ କାର୍ଡ ବନ୍ଦ ହୋଇଯିବ ।

ବନ୍ଧୁଗଣ ରାଜ୍ୟ ରାଜନୀତିରେ ହଠାତ୍ ଏତେ ବଡ଼ ପରିବର୍ତ୍ତନକୁ କେହି ବୁଝି ପାରୁ ନଥିବା ସମୟରେ ବର୍ତମାନ ଏକ କଡ଼ ସମସ୍ୟା ହୋଇ ଛିଡ଼ା ହେଲାଣି ବିଏସକେୱାଇ । ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ସହ ଭୁଷୁଡିଛି ବିଜେଡି ଗଡ । ଏହାପରେ ପୂର୍ବ ସରକାରଙ୍କ ଦ୍ଵାରା ହୋଇଥିବା ଯୋଜନାକୁ ନେଇ ଉପୁଜିଛି ଦ୍ଵନ୍ଦ । ଦୀର୍ଘ ଚବିଶ ବର୍ଷ ଧରି ଶାସନ କରିଆସୁଥିବା ବିଜେଡିର ପରାଜୟ ପରେ ଦୋହଲି ଯାଇଛି ସ୍ବାସ୍ଥ୍ୟ ବ୍ୟବସ୍ଥା । ରୋଗୀଙ୍କୁ ଘରୋଇ ଚିକିତ୍ସାଳୟ ଫେରାଇ ଦେଉଥିବା ନେଇ ଅଭିଯୋଗ ଆସୁଥିଲା ।

ତେବେ ଇତି ମଧ୍ୟରେ ବିଏସକେୱାଇ କାର୍ଡଧାରୀଙ୍କ ପାଇଁ ଆସ୍ୱସ୍ତି । ବିଏସକେୱାଇ କାର୍ଡକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ବିଏସକେୱାଇ କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଦେଲା ବଡ ସୂଚନା । ରାଜ୍ୟରେ ବିଏସକେୱାଇ କାର୍ଡ ବର୍ତ୍ତମାନ ବଳବତ୍ତର ରହିଛି ବୋଲି କହିଛନ୍ତି  ପ୍ରଦୀପ ଜେନା । ସେ କହିଛନ୍ତି, ସମସ୍ତ ହସ୍ପିଟାଲରେ ବିଏସକେୱାଇ କାର୍ଡରେ ଚିକିତ୍ସା ଚାଲୁ ରହିବ ।

କୌଣସି ହସ୍ପିଟାଲରେ ବିଏସକେୱାଇ ହିତାଧିକାରୀଙ୍କୁ ଚିକିତ୍ସାରେ ଅବହେଳା କିମ୍ୱା ଫେରାଇ ପାରିବେ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ ଟେଲିଫୋନ ନମ୍ୱର-୧୦୪ ଜାରି ହୋଇଛି । ବିଏସକେୱାଇରେ ଅବହେଳା ହେଲେ ୧୦୪କୁ କଲ୍ କରିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ହସ୍ପିଟାଲ ଏହାକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଯେପର୍ଯ୍ୟନ୍ତ ନୂଆ ନିଷ୍ପତ୍ତି ନିଆଯାଇନି ସେ ପର୍ଯ୍ୟନ୍ତ ବିଏସକେୱାଇ କାର୍ଡରେ ସେବା ଜାରି ରହିବ ବୋଲି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *