ଯିଏ କହିଲା ପଦ୍ମକୁ ଭୋଟ ଦେବୁ ସିଏ ଖାଇଲା ଚୋଟ । ଗାଁରେ କୋକୁଆ ଭୟ…।

ଖଣ୍ଡପଡ଼ାରେ ଭୋଟରଙ୍କୁ ଖଣ୍ଡା ଚୋଟ । ଗାଁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମୁଣ୍ଡକୁ ହାଣିଲେ । କହିଲେ ବିଜେପିକୁ କାହିଁକି ଦେବୁ ଭୋଟ । ରାଜନୈତିକ ହିଂସାରେ ପୁଣି ବୋହିଲା ରକ୍ତ । ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ବିଜୁ ଜନତା ଦଳର କିଛି କର୍ମୀ ଗାଁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଭୋଟରଙ୍କୁ ହାଣିଲେ । ଏହି ଘଟଣା ଅତ୍ୟନ୍ତ ଭୟଙ୍କର ଆଉ ଏହା ସଭ୍ୟ ସମାଜରେ ଭୋଟରଙ୍କ ମୌଳିକ ଅଧିକାର ଉପରେ ଯେମିତି ଖଣ୍ଡା ଚୋଟ ମାରିବା ପରି ମନେ ହେଉଛି । ଦିନ ଦ୍ବିପହରରେ ଗାଁ ଦାଣ୍ଡରେ ଖଣ୍ଡା ଧରି ଖୁଲମ୍ ଖୋଲା ଦେଉଛନ୍ତି ଧମକ ।

ଭୟରେ ଥର ହର ହେଉଛନ୍ତି ଗ୍ରାମବାସୀ । ଆଜ୍ଞା ହଁ ବନ୍ଧୁଗଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା ଓ ଅଶାନ୍ତ ହୋଇଛି ସ୍ଥିତି । ଇତି ମଧ୍ୟରେ ଇଲେକ୍ସନ ପୂର୍ବରୁ ଖଣ୍ଡପଡ଼ାରେ ବୁଲିଲା ଖଣ୍ଡା । ରାତି ପାହିଲେ ନିର୍ବାଚନ ହେଲେ ତା ପୁର୍ବରୁ ଅଶାନ୍ତ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ l ଭାପୁରରେ ବିଜେଡ଼ି କର୍ମୀ ବୁଲାଇଲେ ଖଣ୍ଡା, ମାରଣାସ୍ତ୍ର ଧରି ରଚିଲେ ଆତଙ୍କରାଜ l

ବିଜେଡ଼ିକୁ ଭୋଟ ନ ଦେଲେ ହତ୍ୟା ଉଦ୍ୟମ କରିବା ସହ ହଣା ଖାଇବ ବୋଲି ଧମକ ଦିଆଯାଉଥିବା ଭଳି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି l ଟଙ୍କା ନିଅ, ବିଜେଡିକୁ ଭୋଟ ଦିଅ । ବିଜେଡ଼ିକୁ ଭୋଟ ନ ଦେଲେ ହତ୍ୟା ଧମକ ଦିଆ ଯାଉଥିବା ଅଭିଯୋଗ ହୋଇଛି । ଚଳିତ ନିର୍ବାଚନରେ ଭାକୁର ବ୍ଲକ୍ ଆଗ ଧାଡ଼ିର ନେତା ଗୟାଧର ପରିଡ଼ା ଦଳରୁ ଇସ୍ତଫା ଦେବା ପରେ ଭାକୁର ବ୍ଲକ୍ ବିଜୁ ଜନତା ଦଳରେ ଭୂମିକମ୍ପ ସୃଷ୍ଟି ହୋଇ ଯାଇଥିଲା । ଦୀର୍ଘ ବର୍ଷ ଧରି ରାଜନୀତି କ୍ଷେତ୍ରରେ ବିଜେଡ଼ିର ସାଂଗଠନିକ ଦାୟିତ୍ଵରେ ରହି ଗୟାଧର ନିଜର ଲୋକପ୍ରିୟତା ହାସଲ କରିଥିଲେ । ହେଲେ ଚଳିତ ନିର୍ବାଚନରେ ବିଜେଡି ବିଧାୟକ ଟିକେଟ ପାଇଁ ଦାବିଦାର ରହିଥିବା ଗୟାଧର ଟିକେଟ ନପାଇବାରୁ ଦଳରୁ ଇସ୍ତଫା ଦେବା ସହ ତାଙ୍କ ଶହ ଶହ ସମର୍ଥକ ମଧ୍ୟ ଇସ୍ତଫା ଦେଇଥିଲେ ।

ଫଳରେ ବିଜେଡ଼ି ଦୁଇ ଗୋଷ୍ଠୀରେ ପରିଣତ ହୋଇ ଯାଇଥିଲା ଓ ରାଜନୈତିକ ଆକ୍ରୋଶ ଲାଗି ରହୁଥିଲା । ରକ୍ତମୁଖା ବିଜେଡ଼ି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ୩ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ଏହି ଘଟଣାରେ ଫତେଗଡ ଥାନା ପୋଲିସ୍ ରାମଚନ୍ଦ୍ର ସାହୁ ଓ ଦିଲ୍ଲୀପ ପ୍ରଧାନ ଙ୍କୁ ଅଟକ ରଖି ତଦନ୍ତ ଚଳେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *