ବିଶ୍ୱକପରେ କମାଲ କରିଥିଲେ ଶାମୀ, ଏବେ ଡାକ୍ତରଖାନା ବେଡ଼ରେ କଷ୍ଟ ପାଉଛନ୍ତି।

ଡାକ୍ତରଖାନା ବେଡ଼ ଉପରେ କଷ୍ଟ ପାଉଛନ୍ତି କ୍ରିକେଟର ମହମ୍ମଦ ଶାମୀ। ଦଳକୁ ଫେରିବେ କି ନାହିଁ ସନ୍ଦେହ। ବିଶ୍ୱକପରେ କମାଲ କରିଥିଲେ ଶାମୀ। ଦୀର୍ଘଦିନର ଯନ୍ତ୍ରଣା ପରେ ନିଜର ସର୍ଜରି କରାଇଛନ୍ତି ଟିମ ଇଣ୍ଡିଆର ସିନିୟର ବୋଲର ମହମ୍ମଦ ଶାମୀ। ଦିନିକିଆ ବିଶ୍ୱକପରେ ସେ ଆହତ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟା ଯୋଗୁ ଦଳରୁ ବାଦ ପଡିଛନ୍ତି।

ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ସମୟରେ ଶାମୀଙ୍କ ଗୋଇଁଠିରେ ଆଘାତ ଲାଗିଥିଲା। ତେବେ ବର୍ତ୍ତମାନ ମହମ୍ମଦ ଶାମୀଙ୍କ ଗୋଇଁଠି ସର୍ଜରି ସଫଳତା ହୋଇଥିବା ଜାଣିବାକୁ ମିଳିଛି। ଏହା ପରେ ସୋସିଆଲ ମିଡିଆରେ ଇମ୍ସନାଲ ମେସେଜ ଲେଖି ଏକ ପୋଷ୍ଟ କରିଛନ୍ତି। ଆଉ ଏହା ସହିତ ମେଡିକାଲରୁ ତାଙ୍କର କିଛି ଫୋଟ ମଧ୍ୟ ସେୟାର କରିଛନ୍ତି। ଟିକେ ଏଇ ଫୋଟ ଗୁଡିକୁ ଦେଖନ୍ତୁ ଶାମୀ କେମିତି ଡାକ୍ତରଖାନା ବେଡ଼ରେ ଶୋଇ ରହିଛନ୍ତି।

ତେବେ ସେ ଆଉ ଦଳକୁ ଫେରିବେ କି ନାହିଁ ଜଣା ପଡିନଥିବା ବେଳେ ଆଗକୁ ଟି-୨୦ ବିଶ୍ୱକପ ଥିବା ବେଳେ ଶାମୀ ଖେଳିବେ କି ନାହିଁ ସନ୍ଦେହ ରହିଛି। ତେବେ ଦିନିକିଆ ବିଶ୍ୱକପ ପର ଠାରୁ ଟିମ ଇଣ୍ଡିଆରୁ ବାଦ ପଡିଥିବା ଶାମୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଇମ୍ସନାଲ ପୋଷ୍ଟ କରିଛନ୍ତି। ଶାମୀ ଲେଖିଛନ୍ତି ଯେ ମୁଁ ନିଜେ ଗୋଡ଼ରେ ପୁଣି ଥରେ ଠିଆ ହେବା ପାଇଁ ଖୁବ ଉତ୍ସକ ଅଛି। ଏହି ପୋଷ୍ଟରେ ସେ ମେଡିକାଲରୁ ମୋଟ ୪ ଟି ଫୋଟ ପୋଷ୍ଟ କରିଛନ୍ତି। ମେଡିକାଲ ବେଡ଼ରେ ଚିକିତ୍ସିତ ଅବସ୍ଥାରେ ଦେଖିବାକୁ ମିଳିଛି।

ଏହି ସର୍ଜରି ଯୋଗୁ ଶାମୀ ଆଇପିଏଲ ୨୦୨୪ରୁ ବାଦ ପଡିଛନ୍ତି। ତେବେ ଶାମୀଙ୍କ ଅନୁପସ୍ଥିତି ଗୁଜୁରାଟ ଟାଇଟନ୍ସକୁ ଏକ ବଡ଼ ଝଟକା ଦେଇଛି। ଏହା ବ୍ୟତୀତ ଇଂଲଣ୍ଡ ଟେଷ୍ଟ ସିରିଜରେ ମଧ୍ୟ ବାଦ ପଡିଛନ୍ତି ଶାମୀ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ଶାମୀ ଶେଷ ଥର ପାଇଁ ଖେଳୁଥିବାର ନଜର ଆସିଥିଲେ। ଏହା ପରେ ଆହତ ଯୋଗୁ ସେ ଦଳରୁ ବାଦ ପଡିଛନ୍ତି। କିନ୍ତୁ ବର୍ତ୍ତମାନ ସେ ସର୍ଜରି ପରେ ଖୁବଶୀଘ୍ର ମଇଦାନକୁ ଫେରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *