ଭାସିଲା ପଥର! ପୁଣି ପ୍ରତିଷ୍ଠା ହେବ କି ରାମ ରାମ ରାଜ୍ୟ? ଲୋକେ କହୁଛନ୍ତି କ’ଣ ସତରେ ଇଏ ରାମ ପଥର।

ପୁଣି ଫେରିଲାକି ସେଇ ପୁରୁଣା ଯୁଗ? ଆଉ ପ୍ରତିଷ୍ଠା ହେଲା କି ରାମ ରାଜ୍ୟ? ଖବରଟିକୁ ପଢି ଟିକେ ଅଜବ ଲାଗୁଥିବ ନାଁ। କିନ୍ତୁ ଏ ଦୃଶ୍ୟ ହିଁ ସେମିତି କିଛି ବୟାନ କରୁଛି। ଟିକେ ଦେଖନ୍ତୁ ଏ ଦୃଶ୍ୟକୁ କିଭଳି ଭାବରେ ପାଣି ଭିତରେ ଭାସୁଛି ପଥର। ଏ ଦୃଶ୍ୟ ଦେଖିବାକୁ ଯେତିକି ଉତ୍ସାହ ବଢୁଛି ସେତିକି ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି। ଆଜିର ଏଇ କଳି ଯୁଗରେ ଏହା କେମିତି ସମ୍ଭବ। ବିଶ୍ୱାସ ହେଉନଥିଲେ ବି ଏଭଳି କିଛି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ଜଗନ୍ନାଥ ଧାମ ପୁରୀ ଜିଲ୍ଲାରେ।

ଗୋଟିଏ ପଟେ ଅଯୋଧ୍ୟା ନଗରୀରେ ପ୍ରତିଷ୍ଠା ହୋଇଛି ରାମ ଲାଲାଙ୍କର ବିଗ୍ରହ। ଆଉ ସେ ମନ୍ଦିର ପ୍ରତିଷ୍ଠା ପରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଭିନ୍ନ ଭିନ୍ନ ଅଲୌକିକ ଘଟଣା। ଆପଣ ମାନେ ତ ପୁରାଣରେ ନିଶ୍ଚିତ ଭାବରେ ଦେଖିଥିବେ କିଭଳି ଭାବରେ ପ୍ରଭୁ ଶ୍ରୀରାମ ରାମ ସେତୁ ବାନ୍ଧିବା ସମୟରେ ପଥର ଗୁଡିକ ପାଣିରେ ନବୁଡି ଭାସିବାକୁ ଲାଗିଥିଲା। ଯାହା ଫଳରେ କି ରାମ ସେତୁ ବାନ୍ଧିବା ସହଜ ସାଧ୍ୟ ହୋଇପାରିଥିଲା। ମାତ୍ର ସେ ତ ପୁରାଣ ଯୁଗ। କିନ୍ତୁ ଏବେ କଳି ଯୁଗରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏଭଳି ଅଲୌକିକ ଘଟଣା ଘଟିଛି ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ରାୟଖଣ୍ଡା ଗ୍ରାମ ପଞ୍ଚାୟତର ସୁଆଲ ଗ୍ରାମରେ। ଯାହାକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଛି।

ହଁ ଆଜ୍ଞା ଶାନ୍ତ ସ୍ନିଗ୍ଧ ପ୍ରକୃତିର ଗ୍ରାମ୍ୟ ପରିବେଶର ଏକ ପାର୍ଶ୍ଵରେ କୁଳୁ କୁଳୁ ବହି ଯାଉଛି ଭାର୍ଗବୀ ନଦୀ। ପ୍ରଶସ୍ତ ଆମ୍ବ ତୋଟା ନଦୀ ଅପରପାର୍ଶ୍ୱକୁ ଯିବାକୁ ହେଲେ ନଦୀକୁ ଦୁଇ ଭାଗ କରି ଶଙ୍କିନ ତଥା ରମାଞ୍ଚକର ରାସ୍ତାକୁ ଉପଭୋଗ କରି ଯିବାକୁ ପଡେ। ଏ ପାଣିର କୁଳୁ କୁଳୁ ନାଦରେ ସମସ୍ତେ ନିଜକୁ ହଜାଇ ଦିଅନ୍ତି।

ଠିକ ସେହିପରି ମେଣ୍ଢା ଜଗିବାକୁ ଯାଇ ଗ୍ରାମର ଜଣେ ଯୁବକ ଅନ୍ୟ ମନସ୍କ ଭାବେ ନଦୀକୁ ପଥର ପକେଇବା ସମୟରେ କିଛି ସମୟ ପରେ ପଥରଟି ପାଣିରେ ନବୁଡି ଭାସୁଥିବାର ଦେଖି ଯୁବକ ଜଣଜ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଉ ପାଟି କରି ଗାଁ ସାରା ଲୋକଙ୍କୁ ଡାକି ଆଣିଥିଲେ। ଗ୍ରାମବାସୀ ସେହି ପଥର ପାଖରେ ପହଞ୍ଚି ଗାଁ ପାଖରେ ଥିବା ଘାଟ ମହାବୀର ପାଖକୁ ଆଣି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ପୂଜାର୍ଚ୍ଚନା ପରେ ଭକ୍ତିମୟ ହୋଇ ଉଠିଥିଲା ପୁରା ପରିବେଶ।

ଏବେ ଏଇ ଭାସୁଥିବା ପଥରକୁ ଦେଖିବା ପାଇଁ ଲାଗିଛି ପ୍ରବଳ ଭିଡ଼। ଦୂର ଦୁରାନ୍ତରରୁ ଆସି ଘାଟ ମହାବୀରଙ୍କ ପାଖରେ ଅଲୌକିକ ମହିମା ବଖାଳିବା ସହିତ ଦିବ୍ୟ ଅନୁଭୂତି ଲାଭ କରୁଥିବାର କହିଛନ୍ତି।

Leave a Reply

Your email address will not be published. Required fields are marked *