ମୋ ସ୍ତ୍ରୀ ସର୍ଟସ ପିନ୍ଧିଲେ ମୋର କିଛି ଅସୁବିଧା ନାହିଁ

ଯେତେବେଳେ ସ୍ତ୍ରୀ ଆଇ.ଏ.ଏସ୍. ହୁଏ ଆଇ.ପି.ଏସ୍. ହୁଏ ସେତେବେଳେ ତା ସ୍ବାମୀ ଗର୍ବ ଅନୁଭବ କରେ କିନ୍ତୁ ଯେତେବେଳେ ତା ସ୍ତ୍ରୀ ରାସ୍ତା କଡ଼କୁ ଆସେ ଖାଇବା ବିକ୍ରି କରିବା ପାଇଁ ସେତେବେଳେ ଲୋକ ଭାବନ୍ତି କି ତା ସ୍ୱାମୀର ବୋଧ ହୁଏ ପଇସା ନାହିଁ। ଶାଶୁ ଶଶୁର ବହୁତ୍ ଅଭାବରେ ଚଳୁଛନ୍ତି ବୋଧ ହୁଏ। ସେଥିପାଇଁ ଦୁଇ ଯାଆ ଆସିଛନ୍ତି ଖାଇବା ବିକ୍ରି କରିବା ପାଇଁ। ଆଉ ଗୋଟେ ରିଜିନ୍ ବି ହେଇପାରେ ସେ ନିଜର ଅଧିକ ସ୍ଵତନ୍ତ୍ର ପରିଚୟ କିମ୍ବା ପବ୍ଲିସିଟି ପାଇବା ପାଇଁ ଆସିଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। କିନ୍ତୁ ଏ ସବୁରି ଭିତରେ ଗୋଟେ ପାର୍ଟ୍ ଥାଏ ସେ ହେଉଛି ହଜବେଣ୍ଡର।

ଯେ ସେ ଘରକୁ ଆସିଲେ ତାର ସ୍ତ୍ରୀକୁ ଫେସ୍ କରିବାର ଥାଏ। ତା ଘରର କଥା ବୁଝିବାର ଥାଏ। ସବୁ କଥାକୁ ସେ ଶୁଣିବାର ଥାଏ। ତାପରେ ତାର ରିପ୍ଲାୟ ସେ କଣ ଦେବେ କଣ ନାଇଁ ସେଇଟା ତାଙ୍କୁ ଜଣା। ଅନେକ ଲୋକ ତ କହନ୍ତି ଦୁନିଆଁର କଥା ହଉ ଗୋଟେ ସ୍ତ୍ରୀର କଥା ଭିତରେ ସ୍ଵାମୀ ଫସି ବି ଯାଏ। ମୁଁ ଆଜି ସ୍ଵାମୀର କଥା ଏଇଥିପାଇଁ କହୁଛି କାହିକିଁ ନା ଆପଣ ଦୁଇ ଯାଆଙ୍କୁ ସବୁବେଳେ ଦେଖିଛନ୍ତି। ତାଙ୍କ ଖାଇବାକୁ ଭଲ ପାଇବା ଦେଇଛନ୍ତି। ଭିଡ଼ ମଧ୍ଯ ପ୍ରବଳ ଜମେଇଛନ୍ତି ଆଉ ମଧ୍ୟ ତାଙ୍କୁ ମିସ୍ ବି କରୁଛନ୍ତି। କିନ୍ତୁ ତାଙ୍କ ପ୍ରସପେକ୍ଟିଟିଭ୍ ଆମେ ସବୁବେଳେ ଶୁଣିଛନ୍ତି। ଆଜି ଗୋଟେ ସ୍ୱାମୀର ପ୍ରସପେକ୍ଟିଟିଭ୍ ଶୁଣିବା ଯେ ଗୋଟେ ସ୍ତ୍ରୀ ନାଁରେ ବଜାରରେ ଏତେ ଚର୍ଚ୍ଚା ହେଉଥିଲା ବେଳେ ଖରାପ ହଉ ଭଲ ହଉ ବିଶେଷ କରି ତ ଖରାପ ହିଁ ହେଉଛି ଭଲ ତ ମୁଁ କହିବିନି।ଖରାପ ବହୁତ୍ ଚର୍ଚ୍ଚା ହେଉଛି।

ଯେତେବେଳେ ଗୋଟେ ସ୍ଵାମୀ କଣ ଭାବେ ସେତେବେଳେ ସେ ଡିପ୍ରେସନକୁ ପଳାଏ କି ତା ସ୍ତ୍ରୀକୁ ବୁଝାଏ କି ଘର ଲୋକଙ୍କୁ ବୁଝାଏ କି ନିଜକୁ ବୁଝାଏ କଣ ବୁଝାଏ। ମୋ ପାଖରେ ଅଛନ୍ତି ନେହା ପାଣିଗ୍ରାହୀଙ୍କର ହଜବେଣ୍ଡ୍ ସୂର୍ଯ୍ୟକାନ୍ତ ସାର୍। ତାଙ୍କ ସହିତ କଥା ହେବା। ଯେ ସେ ଘରକୁ କେମିତି ସମ୍ଭାଳନ୍ତି ଯେ ନିଜ ସ୍ତ୍ରୀ ହଉ ଘର ପରିବାର, ନିଜ ବାପା ମାଆ ସମସ୍ତଙ୍କ କଥା ଶୁଣନ୍ତି କି ସବୁ କଥାକୁ ପୋଜେଟିଭଲି ନିଅନ୍ତି। ମୁଁ ଏତେ ଭାବି ନଥିଲି କି କାରଖାନା ଏତେ ହାଇ ଲାଇଟ୍ ହେଇଯିବ,ଏମାନେ ଏତେ ପପୁଲାର୍ ହେଇଯିବେ।

ଯେବେ ଆମେ ଷ୍ଟାର୍ଟ କଲୁ ଟିକେ ନର୍ଭସନେସ୍ ଥିଲା ମୁଁ ପାନିକ୍ ବି ହେଉଥିଲି ଯେ କେମିତି ମ୍ୟାନେଜ୍ କରିବି। ଆଉ ଭାବି ବି ନଥିଲି ଏତେ ଭିଡ଼ ହେଇଯିବ ବୋଲି। ମୁଁ ସ୍ତ୍ରୀ ନାଁରେ ପରିଚିତ ସେଥିପାଇଁ ମୁଁ ବହୁତ୍ ଖୁସି। କିଛି ଅସୁବିଧା ନାହିଁ ସମସ୍ତେ ଚାହାଁନ୍ତି କି ତାଙ୍କ ସ୍ତ୍ରୀ ସୁନ୍ଦର ହେଉ। ଆପଣ ଯେତେ ଭାବିବେ ଆପଣଙ୍କୁ ସେତେ ଅଜବ ଲାଗିବ। ମୁଁ ବେଶୀ ଭାବେନି। ମୁଁ ପ୍ରାକ୍ଟିକାଲ୍ ଜିନିଷରେ ବିଶ୍ୱାସ କରେ।

ମୁଁ ଚାହେଁ କି ସେମାନେ ଯେମିତି କାରଖାନା କରୁଥିଲେ ସେମିତି ଆହୁରି କରନ୍ତୁ।ଆଉ କିଏ ହଜବେଣ୍ଡ୍ ଆସିଥିଲେ ବୋଧେ କହିଥାନ୍ତା କି ଏ ଛାଡ଼ ଏସବୁ ଘରେ ବସ ଆରାମ କର। କିନ୍ତୁ ମୁଁ ଚାହେଁ କି ସେମାନେ ଇଣ୍ଡିପେଣ୍ଡେଣ୍ଟ ହୁଅନ୍ତୁ । ଆଉ କାହାର ଡ୍ରେସିଂ ସେନ୍ସକୁ ନେଇକି ଜଜ୍ କରିବା ପାଇଁ ଆମେ କେହି ନୁହଁ। ଆମେ ଆସିଛୁ ସପୋର୍ଟ କରିବା ପାଇଁ ଯେହେତୁ ମୁଁ ତାର ହଜବେଣ୍ଡ୍ ମୁଁ ତାକୁ ସବୁବେଳେ ସପୋର୍ଟ କରିବି। ସେ ଯାହାବି ପିନ୍ଧୁ ମୋର କିଛି ଅସୁବିଧା ନାହିଁ।

ଯଦି ରୋଷ୍ଟ୍ କରୁଛ ତମେ ସମସ୍ତଙ୍କୁ ରୋଷ୍ଟ୍ କର। ଯେହେତୁ ଏମାନେ ଫେମୋସ୍ ହେଇଗଲେ ୟାଙ୍କୁ ୟାଙ୍କର ଭିଡ଼ିଓ ଉଠେଇକି ୟାଙ୍କୁ ରୋଷ୍ଟ୍ କରିକି ୟାଡ଼ୁ ସେୟାଡୁ। ରୋଷ୍ଟ୍ କରିବାର ଅଛି କର ହେଲେ ସବୁ ଜିନିଷର ଲିମିଟ ଥାଏ। କିଛି ନବୁଝି ନସୁଝି ଏମିତି ହାଇଲାଇଟ କରିବା ଠିକ୍ ନୁହଁ। ଆପଣ ବହୁତ୍ ସମ୍ମାନୀୟ ପଦରେ ଅଛନ୍ତି। ଆପଣଙ୍କ ନ୍ୟୁଜ୍ ପେପର ବହୁତ୍ ପୁରୁଣା। ତ ଏମିତି କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *