ମୋ ଏକ୍ସ ଗାର୍ଲଫ୍ରେଣ୍ଡ ଯଦି ଫେରିବାକୁ ଚାହିଁବେ ତାହେଲେ…

ଲାଇଫରେ ସବୁ ଦେଖିବା ଉଚିତ୍, ମୋ ନଜରରେ ନା ଲାଇଫରେ ଆସିବା ଉଚିତ୍ ଆପସ୍ ବି ଡାଉନସ୍ ବି ଆସିବା ଦରକାର। ଡାଉନସରେ ବହୁତ୍ କିଛି ଶିଖିବାକୁ ମିଳେ। ଆପ୍ ରେ ବି ବହୁତ୍ ସଂଜତରେ ରହିବାର ଶିଖିବାକୁ ମିଳେ। ତେଣୁ ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ଶିଖିବାକୁ ମିଳେ। ଲାଇଫରେ ସୁଖ ବି ଆସିବା ଉଚିତ୍ ଦୁଃ-ଖ ବି ଆସିବା ଉଚିତ୍। ଆଉ ଗୋଟେ ଆକ୍ଟରର ମନ ଭାଙ୍ଗିବା ନିହାତି ଦରକାର ନହେଲେ ସେ ଦେବଦାସର କ୍ୟାରାକ୍ଟର କରି ପାରିବନି । ହଁ ଭାଙ୍ଗିବା ଉଚିତ୍ ବି, ବହୁତ୍ କିଛି ଶିଖିବାକୁ ମିଳେ।ଯେତେବେଳେ ଦୁଃଖ ଆସିବ ନା ସେଇ ସମୟରେ ସବୁଠୁ ବଡ଼ ଲେସନ୍ ଶିଖିବାକୁ ମିଳେ ଲାଇଫରେ।

କିଏ ରିଏଲରେ ତମ ଲାଇଫରେ ଅଛନ୍ତି ବା ତମର ରିଏଲ୍ ଫ୍ରେଣ୍ଡ୍ କିଏ ବା ତମର ନିଜର କିଏ ଜାଣିପାର। ଲାଇଫରେ ଷ୍ଟ୍ରଗଲ୍ ବି କରିବା ଉଚିତ୍। ସବୁ ତମକୁ ଖୁଆଇ ଦେଉଥିବା ଭଳିଆ ସିଚୁଏସନ୍ ନ ଆସିବା ଉଚିତ୍। ସବୁ ସିଚୁଏସନ୍ ଦେଖ ଗୋଟେ ଭଲ ଷ୍ଟ୍ରଙ୍ଗ ମଣିଷ ହେଇ ବାହାରିପାରିବ ତେବେ, ମୁଁ ବିଶ୍ୱାସ କରେ। ମୁଁ ଚାହେଁ କି ଯାହା ବି କରିବି ଟିକେ ଭଲ କାମ କରିବି। ଲାଇଫ ଟା କେତେ ଦିନ ଅଛି ଜଣା ନାହିଁ କାରଣ କରୋନାରେ ଲାଇଫଟା ଯାହା ଯାଉଛି । ତ ମୁଁ କହିବି ଯାହା ବି କାମ କରେ ଚେଷ୍ଟା କରିବି କିଛି ଭଲ କାମ କରେ।

ମୋ କାମ ସହିତ ଭଲ ଗୀତ ବି ଥିବା ଦରକାର। ମୁଁ ଚେଷ୍ଟା ସବୁବେଳେ କରିବି ଏବଂ ଆପଣମାନଙ୍କର ଭଲ ପାଇବାରୁ ସେଇଟା ସମ୍ଭବ ହେଇ ପାରିବ।ତ ମୁଁ ଚେଷ୍ଟା କରୁଛି ଭଲ ଗୀତ ହେଲେ ନିହାତି କରିବି। ଜଣେ ପୁରୁଣା ଗାର୍ଲ୍ ଫ୍ରେଣ୍ଡ୍ ପାଞ୍ଚ ବର୍ଷ ପରେ ମୋତେ ଫୋନ୍ କରିଥିଲେ ଦିଲ୍ଲୀରୁ। ଆମେ କଥା ହେଇଥିଲୁ ତାପରେ ସେ ତାଙ୍କ ଲାଇଫରେ ବିଜି ରହିଲେ ମୁଁ ମୋ ଲାଇଫରେ ବିଜି ରହିଲି।

ମୁଁ ସବୁବେଳେ ବିଶ୍ୱାସ କରେ ପୃଷ୍ଠା ଆଗକୁ ପଢ଼ିବା ପାଇଁ , ମୁଁ ଚେଷ୍ଟା କରେନି ପୃଷ୍ଠାକୁ ପଛରେ କୌଣସି ବହିକୁ ପଛ ଆଡୁ ପଢ଼ିବା ପାଇଁ। ମୁଁ ସବୁବେଳେ ବହିକୁ ଆଗୁଆ ମାନେ ନେକ୍ସଟ୍ ନେକ୍ସଟ୍ ପଢ଼ିବା ପାଇଁ ଚାହେଁ। ମୁଁ ପଛକୁ ପଢ଼ିବାକୁ ଚାହେଁନି। କାରଣ ସେଇଟା ମୁଁ ଅଲରେଡି ପଢ଼ି ସାରିଛି। ଆଉ କଣଟା ପଢ଼ିବି। ମୁଁ ଆଗକୁ ନୂଆ ନୂଆ ଜିନିଷ ଏକ୍ସପ୍ଲୋର୍ କରିବାକୁ ଚାହେଁ। ମୁଁ ସବୁବେଳେ ପଜିଟିଭ୍ ୱେରେ ଦୁନିଆଁକୁ ଦେଖେ ,ଏବଂ ଆଗକୁ ବଢ଼େ। ଏ ଥିଲା ମାନସଙ୍କର କିଛି କଥା। ଏବଂ ବିଷ୍ଣୁଙ୍କୁ ଆପଣ ବହୁତ୍ ସାରା ଭଲ ପାଇବା ଦିଅନ୍ତୁ । ସେ ତାଙ୍କର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବାବୁ ହେଇ ବସନ୍ତୁ।

Leave a Reply

Your email address will not be published. Required fields are marked *