ଅଯୋଧ୍ୟାରେ ଆଶ୍ଚର୍ଯ୍ୟ। ରାମ ମନ୍ଦିରରେ ଘୁରି ବୁଲିଲେ ମାଳ ମାଳ ଚିଲ।
ଦେଖିବାକୁ ମିଳିଲା ଆଶ୍ଚର୍ଯ୍ୟକର ଘଟଣା, ମନ୍ଦିର ପାଖରେ ଘୁରି ବୁଲିଲେ ମାଳ ମାଳ ଚିଲ…।ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଦେଖାଗଲା ଆଶ୍ଚର୍ଯ୍ୟକର ଘଟଣା। ଅଯୋଧ୍ୟାରେ ଦେଖା ଗଲେ ମାଳ ମାଳ ବିଲୁପ୍ତ ଗିଧ ପକ୍ଷୀ। ଗିଧ ପକ୍ଷୀକୁ ଦେଖି ଆରମ୍ଭ ହେଲା ପୂଜାପାଠ। ଲୋକମାନେ କହିଲେ ଶ୍ରୀରାମଚନ୍ଦ୍ରଙ୍କୁ ଦେଖା କରିବାକୁ ଆସିଛନ୍ତି ସାଖାୟୁ ଜଟାୟୁ।
ପାଖେଇ ପାଖେଇ ଆସିଲାଣି ରାମ ମନ୍ଦିରର ଉଦଘାଟନ। ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ। ପୁରା ଦେଶ ସେ ଦିନ ପାଳିବ ଦୀପାବଳି। କାରଣ ଅଯୋଧ୍ୟାକୁ ଆସିବେ ପ୍ରଭୁ ଶ୍ରୀରାମଚନ୍ଦ୍ର। ଶ୍ରୀରାମଙ୍କ ଧ୍ୱନୀରେ ଭୁ କମ୍ପିତ ହୋଇ ଉଠିବ ଗଗନ ପବନ। ପୁରା ଭାରତ ବର୍ଷ ପାଇଁ ଜାନୁଆରୀ ୨୨ ତାରିଖ ହେଉଛି ପବିତ୍ର ଦିନ । ସେଦିନ ଦେବ ଲୋକରୁ ସ୍ୱୟଂ ଦେବତା ମାନେ ଓଲ୍ହାଇ ଆସିବେ ଧରା ପୃଷ୍ଠକୁ ଏହାକୁ ନେଇ କଳ୍ପନା ଜଳ୍ପନା ହେଉଥିବା ବେଳେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ନେଇ ଅନେକ ଚମତ୍କାର ଘଟଣା ଦେଖିବାକୁ ମିଳୁଥିବା କୁହାଯାଉଛି।
ଠିକ ସେହିଭଳି ଆଉ ଏକ ଚମତ୍କାର ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡୁଛନ୍ତି। ଆଉ କହୁଛନ୍ତି ଏହା କଣ ସତ? କାରଣ ଯେଉଁ ଗିଧ ପକ୍ଷୀ ବର୍ଷ ବର୍ଷ ଧରି ଦେଖିବାକୁ ମିଳୁନଥିଲା ବିଲୁପ୍ତ ପ୍ରାୟ ହୋଇପଡିଥିଲା। ଏଇ ପକ୍ଷୀକୁ ଆମେ କେବଳ ବହିରେ କିମ୍ବା ମ୍ୟୁଜିୟମ ମାଧ୍ୟମରେ ଦେଖିବାକୁ ପାଇଥିବା ବେଳେ ଅଚାନକ ଶହ ଶହ ସଂଖ୍ୟାର ଗିଧ ପକ୍ଷୀ ଅଯୋଧ୍ୟାରେ ଆସି ପହଁଚିଛନ୍ତି। ଏମାନଙ୍କୁ ଦେଖିବା ପରେ ସମସ୍ତେ ଯେମିତି ଚମକି ପଡିଛନ୍ତି। ଏହା କେମିତି ସମ୍ଭବ। ଆଉ ଏତେ ସଂଖ୍ୟାର ଗିଧ ପକ୍ଷୀ କେଉଁଠୁ ଆସିଲେ।
ହଁ ଆଜ୍ଞା ଗତ କିଛି ଦିନ ହେବ ଅଯୋଧ୍ୟାର ରାମ ମନ୍ଦିର ହେଡ଼ଲାଇନରେ ରହିଛି। ଆପଣ ମାନେ ଯେଉଁଆଡ଼େ ବି ଦେଖିବେ ରାମ ମନ୍ଦିର ବିଷୟରେ ଆଲୋଚନା ଚାଲିଛି। ୨୪ ବର୍ଷ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ଆରମ୍ଭ ହେବାକୁ ଯାଉଛି ଆଉ ୨୨ ଜାନୁଆରୀ ୨୦୨୪ରେ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାହେବାକୁ ଯାଉଛି। ଯାହାକି ଏଇ ଶତାବ୍ଦୀର ବଡ଼ ଘଟଣା ହେବାକୁ ଯାଉଛି।
ଏହି ଦିନ ଅଯୋଧ୍ୟାର ସାଧାରଣ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗା ଯାଇଛି। ମାତ୍ର ଏସବୁ ଭିତରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଏବେ ଜୋରସୋରରେ ଭାଇରାଲ ହେଉଛି। ଯେଉଁ ପୋଷ୍ଟରେ ଶହ ଶହ ସଂଖ୍ୟାର ଗିଧ ପକ୍ଷୀ ଅଯୋଧ୍ୟାରେ ଆସି ପହଁଚିଥିବା ଦେଖିବାକୁ ମିଳିଛି। ଆଉ କେହି କେହି ସେଇ ଗିଧ ପକ୍ଷୀଙ୍କୁ ଜଟାୟୁ ବୋଲି ଭାବି ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ଆଉ କହୁଛନ୍ତି ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଦେଖିବାକୁ ଆସିଛନ୍ତି ଜଟାୟୁ। ଏହାର କାରଣ ହେଉଛି ଏଠାକୁ ଆସିଥିବା ଶହ ଶହ ସଂଖ୍ୟାର ଗିଧ ପକ୍ଷୀ। ବର୍ଷ ବର୍ଷ ଧରି ଯାହା ଦେଖିବାକୁ ମିଳୁନଥିଲା।
ଏ ପ୍ରଜାତିର ପକ୍ଷୀ ମାନେ ଯେମିତି ବିଲୁପ୍ତ ହୋଇଯାଇଥିଲେ। କାଁ ଭାଁ କେଉଁଠି ଗୋଟେ ଅଧେ ଦେଖୁବାକୁ ମିଳୁଥିବା ବେଳେ ହଠାତ ଅଯୋଧ୍ୟାରେ ଏତେ ସଂଖ୍ୟାରେ ଗିଧ ପକ୍ଷୀ ପ୍ରବେଶ କରିବାକୁ ନେଇ ସମସ୍ତଙ୍କ ମନରେ ଆଶା ଆଉ ଭାବନା ପ୍ରକାଶ ପାଇଛି। ଆଉ ଏସବୁ ଘଟଣା ଶ୍ରୀରାମଙ୍କର କରିସ୍ମା ବୋଲି କହି ଲୋକମାନେ ପୂଜାପାଠ କରିବା ଆରମ୍ଭ କରିଦେଇଛନ୍ତି। ଏଘଟଣା କେତେ ଦୂର ସତ ସ୍ପଷ୍ଟ ହୋଇନଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ଏ ଦୃଶ୍ୟ ଜୋରସୋରରେ ଭାଇରାଲ ହେବାକୁ ଲାଗିଛି।