ରାମ ମନ୍ଦିର ପ୍ରତିଷ୍ଠା। ଗାଁରେ ଓଲ୍ହାଇଲେ ୩ ଗରୁଡ଼ ପକ୍ଷୀ।

ରାମ ମନ୍ଦିର ପ୍ରତିଷ୍ଠା ଦିନ ପାଖେଇ ଆସୁଥିଲା ବେଳେ, ଓଡ଼ିଶାରେ ଏହି ଗାଁରେ ଦେଖିବାକୁ ମିଳିଛି ୩ ଗରୁଡ଼ ପକ୍ଷୀ।ଆମେ ଆଶ୍ଚର୍ଯ୍ୟ ହୋଇଗଲୁ ଆମ ଗାଁକୁ ଉଡି ଆସିଲେ ୩ ଗରୁଡ଼ ପକ୍ଷୀ। ଓଡ଼ିଶାକୁ ଫେରୁଛନ୍ତି ସବୁ ଗରୁଡ଼ ପକ୍ଷୀ। ଗୋଟିଏ ନୁହେଁ ଗୋଟିଏ ପରେ ଗୋଟିଏ ହୋଇ ଆଜି ପୁଣି ଆଉ ୩ ଟି ଗରୁଡ଼ ପକ୍ଷୀ ଓଡିଶା ମାଟିକୁ ଓଲ୍ହାଇଛନ୍ତି। ବୟସ୍କ ଲୋକ ବି ଆଶ୍ଚର୍ଯ୍ୟ ହୋଇଗଲେ ଏ ଦୃଶ୍ୟକୁ ଦେଖି ବିଶ୍ୱାସ ହେଉନାହିଁ। ସମସ୍ତେ ଭକ୍ତି ମନରେ ପ୍ରଭୁ ରାମଙ୍କୁ ଡାକୁଛନ୍ତି। ତ କେହି ଭଗବାନ ବିଷ୍ଣୁଙ୍କୁ ମନରୁ ପ୍ରଣାମ କରୁଛନ୍ତି।

ସମସ୍ତେ କହୁଛନ୍ତି ସୁବର୍ଣ୍ଣ ସମୟ ପୁଣି ଫେରି ଆସିଛି ଓଡ଼ିଶାକୁ। ଏହି ମାଟିକୁ ଆସୁଛନ୍ତି ଗରୁଡ଼ ପକ୍ଷୀ। ଏପଟେ ମହାପ୍ରଭୁ ଜଗନ୍ନାଥଙ୍କର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଏମିତି ଗୋଟିଏ ପରେ ଗୋଟିଏ ଗରୁଡ଼ ପକ୍ଷୀ ଓଡିଶା ମାଟିକୁ ଫେରୁଛନ୍ତି। ସେପଟେ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଆଉ ଏହି ସମୟରେ ପୁରାଣରେ ବର୍ଣ୍ଣିତ ହୋଇଥିବା ଏହି ସାହସୀ ପକ୍ଷୀ ଯିଏ ଭଗବାନଙ୍କ ଆଖପାଖରେ ରହି ସବୁବେଳେ ନିଜ ଜୀବନକୁ ବାଜି ଲଗେଇଥିଲା ସେହି ପକ୍ଷୀକୁ ନିଜ ଗାଁ ମାଟିର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ତେବେ ୩ ଟି ବିରଳ ପକ୍ଷୀ ଏହିଭଳି ଭାବରେ ଉଦ୍ଧାର ହୋଇଯାଇଛନ୍ତି। ହଁ ଆଜ୍ଞା ଏହି ପକ୍ଷୀକୁ ଦେଖିବା ପାଇଁ ଲୋକମାନଙ୍କର ଭିଡ଼ ଲାଗିଛି। ହଜାର ହଜାର ଲୋକ ଏଇ ଗରୁଡ଼ ପକ୍ଷୀକୁ ଦେଖିବା ପାଇଁ ଦୂର ଦୂର ଗାଁରୁ ଦୌଡ଼ି ଆସୁଛନ୍ତି।ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ କନ୍ହଇବିଦା ପଞ୍ଚାୟତ ତିରୁଖିଆ ଗ୍ରାମରେ ନୂତନ ବର୍ଷ ଆରମ୍ଭରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ତେବେ ତିରୁଖା ଗ୍ରାମର କିଛି ଯୁବକ ଚାଷ ଜମିକୁ ଆସିଥିବା ବେଳେ ଦେଖିଥିଲେ ୩ ଟି ବିରଳ ଏଇ ଗରୁଡ଼ ପକ୍ଷୀକୁ। କେହି ବିଶ୍ୱାସ କରିପାରୁନଥିଲେ ଏଇ ପକ୍ଷୀ କୁଆଡୁ ଆସିଲେ କେମିତି ଆସିଲେ ଆଉ ବୟସ୍କ ଲୋକଙ୍କୁ ଡାକି ଡାକି ଦେଖାଇଥିଲେ। ବୟସ୍କ ଲୋକମାନେ ଆସି ଦେଖିବା ପରେ କହିଥିଲେ ଏ ହେଉଛି ଭଗବାନଙ୍କର ଗରୁଡ଼ ପକ୍ଷୀ। ଆଉ ସମସ୍ତଙ୍କର ପାଟିରୁ ଯେମିତି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବାହାରିଥିଲା।

ତେବେ ଏଭଳି ପକ୍ଷୀ ଆଗରୁ ଦେଖି ନଥିବା ବେଳେ ଏମିତି ପକ୍ଷୀକୁ ପ୍ରଥମ ଥର ଦେଖି ସେମାନେ ଗ୍ରାମବାସୀଙ୍କୁ ଖବର ଦେବା ସହିତ ବିଭିନ୍ନ ଗାଁରୁ ହଜାର ହଜାର ଲୋକେ ଦୌଡ଼ି ଆସିଥିଲେ ଏହି ବିରଳ ପକ୍ଷୀ ବା ଗରୁଡ଼ ପକ୍ଷୀକୁ ଦେଖିବା ପାଇଁ।ତେବେ ଆଗରୁ ବି ଆପଣ ଦେଖିଥିଲେ କେମିତି ଗୋଟିଏ ପୁଅକୁ ଦୂରରୁ ରହି ଏହି ଗରୁଡ଼ ପକ୍ଷୀକୁ ଡାକି ଥିଲା। ଆଉ ସେଇ ପକ୍ଷୀଟିକୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ ଏହି ଯୁବକ ଜଣକ। ଯାହାକି ଖୁବ ଭାଇରାଲ ହୋଇଥିଲା। ଆଉ ଆଜି ପୁଣି ଦେଖିବାକୁ ମିଳିଛି ଏଇ ୩ ଟି ଗରୁଡ଼ ପକ୍ଷୀ ଏଭଳି ଭାବେ ଏ ଗାଁରେ ଓଲ୍ହାଇ ଛନ୍ତି। ଆଉ ସେପଟେ ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଇଛନ୍ତି। ଗ୍ରାମବାସୀ ମାନେ ସୁରକ୍ଷା ଦୃଷ୍ଟିରୁ ଏହି ପକ୍ଷୀ ଗୁଡିକୁ ଗୋଟେ ତାଳ ଗଛ ଉପରେ ଅତି ଯତ୍ନର ସହ ରଖିଛନ୍ତି।

Leave a Reply

Your email address will not be published. Required fields are marked *