ମେଡିକାଲ ଯାଉଛୁ ଶୀଘ୍ର ଫେରିଆସିବୁ କହି ଘରୁ ବାହାରି ଯାଇଥିଲେ ଦୁଇ ଭଉଣୀ । ହେଲେ ଆଉ ଫେରିଲାନି ସାନ ଭଉଣୀ I

ବର୍ଷର ଦ୍ୱିତୀୟ ଦିନରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘ-ଟଣା । ଯାହାର ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ବୋହି ଆସିବ ଲୁହ । ଏହି ଦୁର୍ଘ-ଟଣାରେ ବଡ଼ ଭଉଣୀ ସାନ ଭଉଣୀକୁ ହରାଇଛି । ଆଉ ଦୁଃ-ଖିନୀ ବାପା ମା ଝିଅକୁ ହରାଇଛନ୍ତି । ଦୁର୍ଘ-ଟଣାରେ ବଡ଼ ଭଉଣୀକୁ ବଞ୍ଚାଇବାକୁ ଯାଇ ସାନ ଭଉଣୀ ବସ୍ ଭିତରେ ଚା-ପି ହୋଇଗଲା । କଟର ସାହାଯ୍ୟରେ ବାହାରକୁ ବାହାର କରିଲେ ସତ କିନ୍ତୁ ସେତେବେଳକୁ ସାନ ଭଉଣୀ ଅନସୂୟାର ଜୀବନ ନଥିଲା । ହଁ ଆଜ୍ଞା ଦର୍ଶକବନ୍ଧୁ ଖବର ମୁତାବକ ଚାନ୍ଦବାଲିରୁ କଟକ ଆସୁଥିବା ଘରୋଇ ବସ୍ କୁ ନିଶ୍ଚିନ୍ତକୋଇଲି କଳାପୋଲ ନିକଟରେ ସାମ୍ନାରୁ ଧ-କ୍କା ଦେଇଛି ଏକ ଟ୍ରକ ।

ଆଉ ବର୍ତ୍ତମାନ୍ ପର୍ୟ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ୩ ଜଣଙ୍କ ମୃ-ତ୍ୟୁ ହୋଇଛି । ଟ୍ରକ୍ ଡ୍ରାଇଭରଙ୍କ ସମେତ ଅନ୍ୟ ଦୁଇ ଜଣ ଯାତ୍ରୀଙ୍କ ଜୀବନ ଯାଇଛି । କୁହୁଡି ଯୋଗୁ ଦୁର୍ଘ-ଟଣା ହୋଇଥିବା ପ୍ରାଥମିକ ତଦ-ନ୍ତରୁ ଜଣାପଡ଼ିଥିବା ପରିବହନ କମିଶନର ସୂଚନା ଦେଇଛନ୍ତି । କିଛି ଯାତ୍ରୀ ଫ-ଶିରହିଥିବା ବେଳେ ଗ୍ୟାସ କଟରରେ ବସକୁ କାଟି ସେମାନଙ୍କୁ ଉ-ଦ୍ଧାର କରାଯାଇଛି ।

ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁ-ଲିସ ଦ୍ୱାରା ଉ-ଦ୍ଧାର କରିଛନ୍ତି । ତେବେ ମୃତ-କଙ୍କ ମଧ୍ୟରେ ଅଛନ୍ତି ଅନସୂୟା । ନୂଆବର୍ଷକୁ ବେଶ ଧୁମ୍ ଧାମରେ ପରିବାର ଲୋକଙ୍କ ସହିତ ପାଳନ କରିଥିଲେ ଦୁଇ ଭଉଣୀ । ଯେଉଁ ଘର ହଁସ ଖୁସିରେ ଫାଟି ପଡୁଥିଲା ଆଜି ସେଇ ଘର କାନ୍ଦ ବୋବାଳିରେ ଫା-ଟୁଛି ।

ଆଜ୍ଞା ହଁ ସାଲେପୁର ସଡକ ଦୁର୍ଘ-ଟଣାରେ ଆଳି ବ୍ଲକ୍ ଅନ୍ତର୍ଗତ ବାଳକାଟି ପଞ୍ଚାୟତ ବଡାଙ୍କ ଗାଆଁର ଅର୍ଜୁନ ଚନ୍ଦ୍ର ବାରିକ୍ ଙ୍କ ୨୧ ବର୍ଷୀୟା ଝିଅ ଅନସୂୟା ବାରିକ୍ ଙ୍କ ମୃ-ତ୍ୟୁ ହୋଇଛି । ଅନସୂୟା ଯୁକ୍ତ ୨ ଦ୍ଵିତୀୟ ବର୍ଷରେ ପାଠ ପଢୁଥିଲେ । ଝିଅର ଏଭଳି ମୃ-ତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାର । ଦୁଇ ଭଉଣୀ ସାଙ୍ଗ ହୋଇ ବାହାରିଥିଲେ କଟକ ବଡ଼ ଡ଼ାକ୍ତରଖାନା । କିନ୍ତୁ ଘଟିଲା ଏଭଳି ଅଘ-ଟଣ । ଯେଉଁଥିରେ ବଡ଼ ଝିଅର ଜୀବନ ବଞ୍ଚି ଯାଇଥିବା ବେଳେ ସାନ ଝିଅକୁ ସବୁଦିନ ପାଇଁ ହରାଇ ବସିଲେ ବାପା ମା । ପାଗଳଙ୍କ ଭଳି ବାହୁନି ବାହୁନି କାନ୍ଦୁଛି ମା’ ।

Leave a Reply

Your email address will not be published. Required fields are marked *