ବାହାଘରର ଦୁଇ ମାସ ଭିତରେ ପିଲା ରହିଗଲା ଆଉ ତାପରେ…

ବହୁତ୍ ଜଣ ମୋତେ କହିଛନ୍ତି ଆଉ ଇଏ ତ ବାହାରକୁ ଯାଏନି।ଯେତେବେଳେ ରିଲ୍ସ୍ କରେ ସେତେବେଳେ ତାକୁ ମୋ ସହ ନେଇକି ଯାଏ ନହେଲେ ସେ କେତେବେଳେ ବୁ ବାହାରକୁ ସହ ଯାଏନି। ଏମିତି କେତେବେଳେ କେତେବେଳେ ପର୍ଲୋର୍ କିମ୍ବା ମାର୍କେଟିଂ ଯାଏ। ସେମିତି କିଛି ନ ଥିଲା ଆମ ଭିତରେ ଖାଲି ମୋର ତା ପାଇଁ ଆଟ୍ରାକ୍ସନ୍ ଥିଲା। ଆଉ ସେ ଯେତେବେଳେ ଭୁବନେଶ୍ୱର ଆସିଲା ତ ଭୁବନେଶ୍ଵରରେ ସେ ଏକା ରହୁଥିଲା ନା ହଷ୍ଟେଲରେ ଥିଲା। ସେ ହଷ୍ଟେଲରେ ରହି ଜବ୍ କରୁଥିଲା ତାର କିଛି ଅସୁବିଧା ରହୁ ନଥିଲା। ଆଉ ତାର ଛୁଟି ଥାଏ ଯେତେବେଳେ ସେ ତାର ଗାଁକୁ ଯାଏ ଆଉ ମୁଁ ଛୁଟି ହେଲେ ତାକୁ ଦେଖା କରିବାକୁ ଯାଏ।

ମୁଁ ବାହାଘରର ଚାରି ପାଞ୍ଚ ବର୍ଷ ଆଗରୁ ଜବ୍ କରୁଥିଲି। ମୁଁ ଏବେବି ଗୋଟେ ମେଡିକାଲରେ ଜବ୍ କରେ। ମୁଁ ଜୀବନରେ ବହୁତ୍ ଷ୍ଟ୍ରଗଲ୍ କରିଛି। ମୁଁ ତ ସେମିତି କିଛି ଫ୍ୟୁଚର ନେଇକି କରିନି। ଲୋକମାନେ କୁହନ୍ତି ଭାଈ ଭାଉଜ ଭିଡ଼ିଓ ଭଲ ଲାଗୁଛି। ଆମ ମାଇଣ୍ଡରେ ସେଇଟା। ମୁଁ ଭାବୁଛି କି ଭିଡ଼ିଓ କଲେ ଆମକୁ ଦଶ ପନ୍ଦର ଜଣ ଲୋକ ଚିହ୍ନନ୍ତୁ, ଜାଣନ୍ତୁ। କୁହନ୍ତୁ କି ହଁ ଭାଈ ଆଉ ଭାଉଜ ଭଲ ଭିଡ଼ିଓ କରୁଛ। ଆଉ ଯଦି ଫ୍ୟୁଚର କରିବାକୁ ଚାହୁଁଛ ଇନଷ୍ଟାଗ୍ରାମରେ କିଛି ନାହିଁ। ଲୋକ ତମକୁ ଆଡରେ ପ୍ରମୋଟ କରିବେ। ଯଦି ଷ୍ଟ୍ରଗଲ୍ କରିବାକୁ ଚାହୁଁଛ ତେବେ ୟୁଟୁବରେ ଷ୍ଟ୍ରଗଲ୍ କର।

ତ ସେଥିରେ ଫ୍ୟୁଚର ଅଛି। ତ ଆଗକୁ ମାଡ଼ି ଯାଇ ପାରିବ ଆଉ ସେଥିରେ କିଛି ନାହିଁ। ଯଦି ତମେ ଚାହୁଁଛ ପଢ଼ା ଉପରେ ଧ୍ୟାନ ଦିଅ, ଜବ୍ କର। ଏ ଲାଇନରେ ଯଦି ଅଛି ତାହେଲେ ବହୁତ୍ ହାର୍ଡ ପରିଶ୍ରମ କରିବାକୁ ପଡ଼ିବ। ପିଲାଦିନେ ସମସ୍ତେ କହୁଥିଲେ ଆମ ଗାଁକୁ ଆସିଛୁ ଆମ ଗାଁରେ ରହିଯିବୁନି ତ। କିନ୍ତୁ ମୁଁ ସେଇ ଗାଁରେ ବାହା ହୋଇ ରହିଗଲି। ଆମ ଭିଡିଓ ଦେଖି କିଛି ଲୋକ ଭଲ କମେଣ୍ଟ୍ ବି ଦିଅନ୍ତି ଆଉ କିଛି ଲୋକ ଖରାପ କମେଣ୍ଟ ବି ଦିଅନ୍ତି। ମୁଁ ସମସ୍ତଙ୍କ କମେଣ୍ଟରେ ରିପ୍ଲାୟ ଦିଏ। ଆଉ ଯେଉଁମାନେ ଖରାପ କମେଣ୍ଟ ଦିଅନ୍ତି ସେମାନଙ୍କୁ ରିପ୍ଲାୟ ଦିଏନି। ବ୍ରେକ ଅପ୍ ହେଇଯାଉଛି ମାନେ ସେଥିରେ ଖାଲି ଜଣଙ୍କର ଭୁଲ୍ ନ ଥାଏ, ସେଥିରେ ଦୁଇ ଜଣଙ୍କର ଭୁଲ ଥାଏ।

ବ୍ରେକଅପ୍ ହେଉଛି କଣ ସେଥିରେ ପ୍ରୋବେଲମ କଣ ବସିକି ସମାଧାନ କର। ତା ମାନେ ନୁହେଁଯେ ଜନଙ୍କର ଭୁଲ୍ ଅଛି ତ ଆଉ ଜଣେ ତାର ଗୋଡ଼ ହାତ ଧରି ଭୁଲ୍ ମାଗିବ। ସେସବୁ ନାଇଁ ବସିକି ସମାଧାନ କର। ଯଦି ତମକୁ ଲାଗୁଛି କି ବସିକି ସମାଧାନ କରିବା ଦ୍ୱାରା ଆମର ରିଲେସନ ଭଲ ଚାଲୁଛି ତାହାଲେ ରୁହ। ଆଉ ଯଦି ଲାଗୁଛି ନାଇଁ ନାଇଁ ଆମେ ରହି ପାରିବୁନି ଆମର କିଛି ଫ୍ୟୁଚର ନାହିଁ ତାହାଲେ ସେଇ ପିଲାମାନେ ନିଜଠୁ ଦୁରେଇ ଯିବା ଦରକାର୍। ମୁଁ ବହୁତ୍ ରାଗି ଯାଏ ଆଉ ମୁଁ କଥା ନହେଲେ ସିଏ ଆଗ କଥା ହବ। ଖାଇବା ପିଇବା ବନ୍ଦ୍ ହବନି କିନ୍ତୁ ସେ ତା ନିଜଆଡୁ ବୁଝେଇବ। ମୁଁ ବହୁତ୍ ରାଗି ଯାଇଥିବି କିନ୍ତୁ ସେ ତା ନିଜଆଡୁ ବୁଝେଇବ। ଆଉ ସେ ନିଜେ ନଇଁ ଯାଏ। ରିଲେସନରେ ଜଣେ ରାଗୁଛି ମାନେ ଆଉ ଜଣେ ଶାନ୍ତ ହେଇଯିବା ଦରକାର। ସେ ପୁଅ ହଉ କି ଝିଅ ହଉ କି ଯିଏ ବି ହଉ।

Leave a Reply

Your email address will not be published. Required fields are marked *