ରାନୀ ଦିଦୀଙ୍କୁ ତାଙ୍କ ବର ମିଳି ଯାଇଛି,ସେ ଏବେ ଭିଡ଼ିଓ କରି…

ତଳ ଦିନେ ମୁଁ କହିଥିଲି ଯେ ରାଣୀ ଦିଦିଙ୍କର ସ୍ଵୟଂମ୍ବରଟା ହଉଛି। ଯଦି କିଏ ଭଲ ବରପାତ୍ର ଅଛନ୍ତି ତାହେଲେ ଆମ ସହ ଆସି ଯୋଗାଯୋଗ କରନ୍ତୁ। ତେବେ ଆମେ ଏବେ ଜାଣିପାରୁଛୁ ଯେ ରାଣୀ ଦିଦିଙ୍କୁ ଅକ୍ଚୁଆଲି ମିଳି ଯାଇଛି।ଆପଣମାନେ ଦେଖି ପାରୁଥିବେ ଯେ ସେ ଏବେ ଇନଷ୍ଟାଗ୍ରାମ୍ ଭିଡ଼ିଓ କରି କି ହାତରେ ମେହେନ୍ଦି କରିକି ପାର୍ଲୋର୍ ଯାଇକି ମୋ ଦିଦି ଏବେ ପୁରା ଜାରଖାର ମୁଡରେ ଅଛି।

ସିଏ ମୋ ସହିତ ଆଉ ଚାରିଦିନ ହେଲା କଥା କହୁନାହିଁ। ସେ ଏବେ ଖୁସିରେ ଅଛି ମୋ ସହ ଆଉ କଥା ହଉ ନାହିଁ।ଯେତେବେଳେ ଦୁଃଖରେ ରହିବ ମୋତେ ପଚାରିବ ପୁଅ କଣ କରୁଚୁ, ଖାଇ ସାରିଲୁଣି ଆଉ ଆସୁନୁ ଟିକେ ଘର ଆଡ଼େ ଆଉ ଯାହା ଦରକାର ଥିବ ମୋତେ ଟିକେ କୁହେ। ଏବେ ଦିଦି ଆଉ କାହିଁ ଚାରିଦିନ ହେବ ମୋତେ ଆଉ ମେସେଜ କାହିଁ କରିନାହିଁ। ଏଇଥି ଲାଗି ମୁଁ ଟିକେ ଦୁଃଖରେ ଅଛି କିନ୍ତୁ ଭିତରେ ଭିତରେ ମୁଁ ଖୁସିରେ ଅଛି ଯେ ମୋ ଦିଦି ଲାଗି ଗୋଟେ ଭଲ ବରଟେ ମିଳିଗଲେ।

ଆଉ ଆମକୁ ଗୋଟେ ଭିଣୋଇ ବି ମିଳିଗଲେ। ଆଉ ଦିଦିର ବାହାଘର ବେଳକୁ ସେ ଓଡ଼ିଶାବାସୀଙ୍କୁ ନିଶ୍ଚୟ ନିମନ୍ତ୍ରଣ କରିବ ଆସିବା ପାଇଁ ତା ପାଖକୁ। ସେ ନିଶ୍ଚୟ ବାହା ହଉଛି, ମୁଁ ଟାଇମ୍,ଡେଟ୍ କହିବିନି ନହେଲେ ମୋ ଦିଦି ମୋତେ ବାଡେଇବ। ଆପଣ ମାନେ କଣ ଦେଖିପାରୁ ନାହାଁନ୍ତି ଇନଷ୍ଟାଗ୍ରାମରେ ପରା ତା ବର। ଦିଦି ପରା ମୋ ଉପରେ ରାଗିଛି, ସେ ଚାରି ଦିନ ହବ ମୋ ସହ କଥା ହଉନି। ସେ କହୁଛି ତୁ ଯେ ଗୋଟେ ଭାଲୁ ଧରିକି ତୁ ଯେ କେଞ୍ଚ ଚଲେଇଛୁ ଭିଡ଼ିଓଟେ , ତୋ ଉପରେ ମୁଁ ସେଥିପାଇଁ ରାଗିଛି।

ତୁ ସେ ଭାଲୁକୁ ଧରିକି କାହିଁକି ତା ତଣ୍ଟି ଚିପି କଥା କରଉଚୁ। କିଏ ଗୋଟେ ମୂଷା କନ୍ଦେଇଲାଣି। ଆଉ ତୋତେ ଦେଇଥିଲି ଗୋଟେ ଭାଲୁ ପୋଷିବା ପାଇଁ , ତୁ ସେ ଭାଲୁକୁ କାଇଁ ମାରୁଚୁ। ସିଏ ଏଇଥି ପାଇଁ ରାଗିଚି ମୋ ସହ କଥା ହଉନି। ସିଏ ଯେଦିନ ମୋ ସହ କଥା ହବ ସେଦିନ ମୁଁ ତାକୁ ସେମାନଙ୍କର ଜୋଏନ୍ଟ୍ ଫୋଟୋ ମାଗିବି। ଆମର ଏଇଠି ଆଉ କମ୍ ମଣ୍ଡପ ଅଛି ନା କଣ। ଆମର ଦିଦିର ଘର ପାଖରେ ମଣ୍ଡପ ଅଛି ସେଇଠି ବାହାଘର ହବ ।

Leave a Reply

Your email address will not be published. Required fields are marked *